• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ସମ୍ପାଦକୀୟ

21-Jan-2022

ଆଭାସି ଶିକ୍ଷା ଓ କଳାପଟା ଶିକ୍ଷା

 ଶିକ୍ଷା ହେଉଛି ମନୁଷ୍ୟର ସର୍ବଶ୍ରେଷ୍ଠ ଭୂଷଣ ।ଏହା ହେଉଛି ତା ପାଇଁ ଆଦରଣୀୟ ସମ୍ପତି । ଏହି ଶିକ୍ଷାରୁ ହିଁ ଜାତ ' ସଭ୍ୟତା' ଓ ' ସଂସ୍କୃତି' । ଇତର ପ୍ରାଣୀମାନଙ୍କ ମଧ୍ୟରେ ମନୁଷ୍ୟକୁ "ଶିକ୍ଷା" ଦେଇପାରିଛି ଏକ ସ୍ୱତନ୍ତ୍ର ଏବଂ ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନ । ମନୁଷ୍ୟ ଏକ ବୌଦ୍ଧିକ ପ୍ରାଣୀ,ଏଇ ବୌଦ୍ଧିକତା ବୃଦ୍ଧି କରିଥାଏ 'ଶିକ୍ଷା ' । ସେଇଥିପାଇଁ ତ ବିଶ୍ୱରେ ଶିକ୍ଷା ପାଇଁ ଯେତିକି ଆଲୋଡନ ସୃଷ୍ଟି ହେଉଛି,ସେତିକି ବ୍ୟାକୁଳତା ବି ପ୍ରକାଶ ପାଉଛି ।ସମ୍ପ୍ରତି କରୋନା ଭଳି ମହମାରୀ ଓ ଉତ୍କଟ ପରିସ୍ଥିତିରେ ଦୀର୍ଘ ଦୁଇ ବର୍ଷ ହେଲା କରୋନାର ଭୟାବହତା କୁ ଆଖି ଆଗରେ ରଖି ସ୍କୁଲ କଲେଜ ବନ୍ଦ ରହିଛି । କାଳେ ପିଲାମାନଙ୍କୁ ଶୀଘ୍ର ଓ ବ୍ୟାପକ ଭାବେ ସଂକ୍ରମିତ କରିପାରେ ଏଇ ଆଶଙ୍କାରେ । ପିଲାମାନେ ଘରେ ରହି ଅନଲାଇନ (ଆଭାସି )ଶିକ୍ଷା ଗ୍ରହଣ କରୁଛନ୍ତି । କିନ୍ତୁ ଅନେକ ଅଞ୍ଚଳରେ ଏବେ ବି ନେଟୱାର୍କ ସୁବିଦା ନାହିଁ ।ଯା ଦ୍ୱାରା ପିଲେ ନାହିଁ ନଥିବା ଆସୁଥିବା ଭୋଗୁଛନ୍ତି ।ଅନେକ ପିଲା ପାଖରେ ସ୍ମାର୍ଟ ଫୋନ ବି ନାହିଁ ।ଯାହା ହେଉ ଉପକୂଳବର୍ତ୍ତୀ ଅଞ୍ଚଳର ପିଲା ଏଥିରେ ଉପକୃତ ହୋଇ ପାରୁଛନ୍ତି ।ଉପାନ୍ତ ଅଞ୍ଚଳର ମାତ୍ର ୩୦ ଶତକଡା ପିଲେ ଏହାର ଫାଇଦା ପାଇପାରୁଛନ୍ତି । କେଉଁ ଗାଁ ରେ ବିଦ୍ୟୁତ ନାହିଁ ତ କେଉଁଠି ନେଟୱାର୍କ ନାହିଁ । କାହା ପାଖରେ ସ୍ମାର୍ଟ ମୋବାଇଲ ନାହିଁ ।ଏଭଳି ସବୁ ସମସ୍ୟା । କରୋନା ସିଧା ସଳଖ ମଣିଷ ଜୀବନ ସହିତ ଜଡିତ ଥିବାରୁ ଗଭୀର ପ୍ରତିକୂଳ ପ୍ରଭାବ ପକାଉଛି । ଅର୍ଥନୈତିକ କ୍ଷେତ୍ରରେ ମାନ୍ଦା ଅବସ୍ଥା ସୃଷ୍ଟି ହେଇଚି । ସାରା ବିଶ୍ୱ ରେ କରୋନା କାୟା ବିସ୍ତାର୍ କରି ଚାଲିଛି । ଏଇ ମହମାରୀକୁ ଆଖି ଆଗରେ ରଖି ସରକାର ପିଲାମାନଙ୍କ ସୁବିଧା ଦୃଷ୍ଟିରୁ ନଲାଇନ ଶିକ୍ଷାର ବ୍ୟବସ୍ଥା କରିଛନ୍ତି । ସ୍କୁଲ ପିଲା ହୁଅନ୍ତୁ କି କଲେଜ ପିଲା ହୁଅନ୍ତୁ ସମସ୍ତେ ଏଇ ଅନଲାଇନ ଶିକ୍ଷା ବ୍ୟବସ୍ଥାରେ ପାଠ ପଢି ପାରିବେ ।କିନ୍ତୁ ଯୋଜନା ଯେପରି ତୃଣମୂଳ ସ୍ତରରେ ପହଞ୍ଚିପାରିବ ସେଥି ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଥିଲା । କୋଭିଡ – ୧୯ ଯୋଗୁଁ ସ୍କୁଲ ବନ୍ଦ ଥିବା ହେତୁ ଆଉ କିଛି ଉପାୟ ନାହିଁ । କେବଳ ଆଭାସି ଶିକ୍ଷା ଏକ ମାତ୍ର ଭରସା । ସ୍କୁଲ ଚାଲିଥିବା ବେଳେ ତ ପିଲେ ଅଧାରୁ ପାଠ ଛାଡୁଥିଲେ । ଏବେ ସେଇ କଥା ନକହିବା ଭଲ । କରୋନା ଯୋଗୁ ପିଲାଙ୍କ ପାଠ ପଢା ପ୍ରଭାବିତ ହୋଇଛି ଏହାକୁ ଅସ୍ୱିକାର କରି ହେବନାହିଁ । ପିଲେ "ପାଠ" ବୋଲି ଥିବା ଶବ୍ଦଟିକୁ ଭୁଲି ଗଲେଣି । ସରକାର ଅନଲାଇନ ଶିକ୍ଷାର ବ୍ୟବସ୍ଥା କରିଛନ୍ତି, ସତ କିନ୍ତୁ ସବୁ ପିଲାଙ୍କ ପାଖରେ ଏହା ପହଞ୍ଚି ପାରୁନାହିଁ । ସୁଚନା ଯୋଗ୍ୟ ଯେ ସରକାରି ବିଦ୍ୟାଳୟରେ ପଢ଼ୁଥିବା ପ୍ରାୟ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ମଧ୍ୟରୁ ମାତ୍ର ୨୧ ଲକ୍ଷ ପିଲା ହିଁ ଏଥିରେ ଉପକୃତ ହେଉଛନ୍ତି । କେବଳ ଖୋର୍ଦ୍ଧା ,ପୁରୀ ଓ କଟକ ଜିଲ୍ଲାକୁ ବାଦ ଦେଲେ ଅନ୍ୟ କୌଣସି ଜିଲ୍ଲାରେ ୫୦ ପ୍ରତିଶତ ପିଲା ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରୁନାହାନ୍ତି । ଏପରିକି କିଛି ଜିଲ୍ଲାରେ ଏଇ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ୨୫% ରୁ ବି କମ ରହୁଛି । କନ୍ଧମାଳ,ମାଲକାନଗିରି, ନବରଙ୍ଗପୁର, ୟଗଡା, କୋରାପୁଟ, ଗଜପତି ,ଦେବଗଡ଼ ଆଦି ଜିଲ୍ଲାର ୮୦% ରୁ ୯୦% ପିଲାଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ । ନୂଆପଡା ଭଳି ଆଉ କେତେକ ଜିଲ୍ଲାର ଅଭିଭାବକଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ ।ଏଇ ସବୁ ଜିଲ୍ଲା ମାନଙ୍କରେ ସ୍ମାର୍ଟ ମୋବାଇଲ କିଣିବା ପାଇଁ ସମ୍ବଳ ବି ନାହିଁ । ଖୋର୍ଦ୍ଧା ,ବରଗଡ଼,ଝାରୁସୁଗୁଡା,କେନ୍ଦ୍ରାପଡା,ସୋନପୁର ଜଗତସିଂପୁର, କଟକ, ଢେଙ୍କାନାଳ,ପୁରୀ,ବାଲେଶ୍ୱର ,ସୁନ୍ଦରଗଡ଼, ଯାଜପୁର ଓ ନୟାଗଡ଼ ଆଦି ଜିଲ୍ଲା ବ୍ୟତୀତ ଆଉ ଅନ୍ୟ କୌଣସି ଜିଲ୍ଲାରେ ୩୦% ରୁ ଅଧିକ ଅଭିଭାବକଙ୍କ ନିକଟରେ ସ୍ମାର୍ଟ ଫୋନ ନାହିଁ । ସେହିପରି କିଛି ଛାତ୍ର ଟି ଭି ଦେଖି ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମକୁ ଅନୁକରଣ କରୁଛନ୍ତି । କିଛି ପିଲା ୟୁଟ୍‌ଯୂବ ର ବ୍ୟବହାର କରି ଜାଣିନାହାନ୍ତି । ମାତ୍ର ୬୧% ଙ୍କର ଘରେ ଟି .ଭି ଅଛି । ତେଣୁ ଅନେକ ପିଲା ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଏକ ସର୍ଭେରୁ ଜଣା ପଡିଛି, ଯେ କଲେଜରେ ଅନଲାଇନ ଶିକ୍ଷା ସେମିତି ଆଖି ଦୃଷ୍ଟିଆ ସଫଳତା ଆଣି ଦେଇନାହିଁ ।

     ମିଳିଥିବାସୁଚନା ଅନୁଯାୟୀ ସହରାଞ୍ଚଳରେ ମଧ୍ୟ କେବଳ ୭୫% ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢି ପାରୁଛନ୍ତି । ମାଞ୍ଚଳରେ ଉପସ୍ଥାନ ୪୦% ରହୁଥିବା ବେଳେ ୬୫% ରୁ ଊର୍ଦ୍ଧ୍ୱ ପିଲେ ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଅଧ୍ୟାପକଙ୍କ କଥା ଶୁଣି ପାରୁ ନଥିବା ମଧ୍ୟ ଅଭିଯୋଗ ଆସୁଛି । ଏକ ସର୍ଭ?ରୁ ଜଣା ପଡିଛି ଯେ ୬୪୯୪୮୧ ଗ୍ରାମ ମଧ୍ୟରୁ ୨୭୭୨୧  ମରେ ନେଟୱାର୍କ ସଂଯୋଗ ନାହିଁ । ଆମ ଓଡିଶା କଥା ଦେଖିଲେ ୬୫୫୦ ଗ୍ରାମରେ ନେଟୱାର୍କ ସଂଯୋଗ ନାହିଁ । ୟୁଟ୍‌ଯୂବ ବା ଅନଲାଇନ ଶିକ୍ଷା କ୍ଷେତ୍ରରେ ନେଟୱାର୍କ ନିହାତି ଆବଶ୍ୟକ । ନେଟୱାର୍କ ପାଇଁ କେଉଁଠି ପାହାଡ଼ ଚଢି ଯିବାକୁ ପଡେ । ୪/୫ କି ମି ଯିବାକୁ ପଡେ । ଏ ସବୁ ଦେଖିଲେ କ୍ଲାସ ରୁମ ଶିକ୍ଷା ବା କଳାପଟା ଶିକ୍ଷା ଖୁବ ଭଲ ।ଗୁଗୁଲ ଶିକ୍ଷା କେବେ ହେଲେ ଗୁରୁଙ୍କ ଶିକ୍ଷା ସହ ସମକକ୍ଷ ହୋଇ ପାରିବ ନାହିଁ । କୋଭିଡ - ୧୯ ପରିପେକ୍ଷୀରେ ଆଭାସି ଶିକ୍ଷା ଏକ ଗତଯୋଗ୍ୟ ପଦକ୍ଷେପ ।କିନ୍ତୁ କ୍‌ଷୋଭର ବିଷୟ ଏହା ସମସ୍ତଙ୍କ ନିକଟରେ ପହଞ୍ଚି ପାରୁନାହିଁ । ନାବାଳକ ଦାଦନ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା କଟକଣାରେ ବି ସ୍କୁଲ ଖୋଲିବା ପାଇଁ ଅନେକ ବୁଦ୍ଧିଜୀବୀ ତଥା ଶିକ୍ଷାବିତ୍ତ ମତ ପ୍ରକାଶ କରିଛନ୍ତି । ଯେଭଳି ଅନ୍ୟ ସଂସ୍ଥା ଖୋଲୁଛି,ସେଇଭଳି କୋଭିଡ- ୧୯ ମାନି ସ୍କୁଲ ଖୋଲାଯାଉ ବୋଲି ଅନେକ ମତବ୍ୟକ୍ତ କରିଛନ୍ତି । ନିମ୍ନ ଆୟକାରୀ ଙ୍କ ପକ୍ଷରେ ଅନଲାଇନ ଶିକ୍ଷା ବ୍ୟୟସାପେକ୍ଷ ଓ କଷ୍ଟସାଧ୍ୟ ମଧ୍ୟ । ଆମକୁ ମନେ ରଖିବାକୁ ପଡିବ,ଯେ ଶିକ୍ଷା ହିଁ ପ୍ରଗତିର ଚାବି । ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଗଢିବାରେ ଏହା ସହାୟକ ହୋଇଥାଏ । ବଶ୍ୟ ଜୀବନ ଆଗ ଆଉ ସବୁ ପଛ । ସ୍କୁଲର ପ୍ରତ୍‌ଯକ୍ଷ ଶିକ୍ଷା ପଦ୍ଧତି ଶିକ୍ଷକ ଓ ଛାତ୍ର ମଧ୍ୟରେ ଥିବା ସମ୍ପର୍କ ଯୋଡିବା ସାଙ୍ଗକୁ ନିଜ ନିଜର ସନ୍ଦେହ ଦୂର କରିବାରେ ସାହାଯ୍ୟ କରିଥାଏ ଛାତ୍ରଛାତ୍ରୀଙ୍କୁ ।

238