• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଖେଳ

05-Oct-2025

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକିସ୍ତାନ ମହାମୁକାବିଲା

କଲମ୍ବୋ:ଚଳିତ ଏକଦିବସୀୟ ବିଶ୍ବକପର ଅନ୍ୟତମ ପ୍ରତୀକ୍ଷିତ ମ୍ୟାଚରେ ଆଜି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ।ପଡ଼ିଆ ଭିତର ଏହି ଲଢ଼େଇ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଆର୍ପ୍ରେସଦାସା ଷ୍ଟାଡିୟମ୍ରେ ହେବ। ପଡ଼ିଆ ବାହାର ଲଢ଼େଇ କିନ୍ତୁ ସମଗ୍ର କ୍ରିକେଟ୍ ଜଗତକୁ କବଳିତ କରିବ। ପୁଣି ଉଭୟ ଦେଶର ସଂପର୍କରେ ବଢ଼ିବଢ଼ି ଚାଲିଥିବା ତିକ୍ତତା ଏବଂ ଏସିଆ କପ୍ର ବିବାଦୀୟ ସ୍ଥିତି ପାଇଁ ଏହି ମ୍ୟାଚ୍ ମଧ୍ୟ ବେଶ୍ ଉତ୍ତେଜନା ପ୍ରବଣ ରହିବାର ସମ୍ଭାବନା ଢେର୍ ଅଧିକ। ତେବେ ପୁରୁଷଙ୍କ ଭଳି ଭାରତୀୟ ମହିଳା ଦଳ ମଧ୍ୟ ପାକିସ୍ତାନକୁ ଧରାଶାୟୀ କରି ପ୍ରେମଦାସା ଷ୍ଟାଡିୟମରେ ଅପରେସନ୍ ସିନ୍ଦୂରର ଝଲକ ଓ ପରାକ୍ରମ ଦେଖାଇବାକୁ ଚେଷ୍ଟା କରିବ। ମୁକାବିଲା ଅପରାହ୍ଣ ୩ଟାରୁ ଆରମ୍ଭ ହେବ। ଏଥିଲାଗି ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି କରିଛି। ନିଜ ପ୍ରଥମ ମ୍ୟାଚ୍ ଜିତି ଆତ୍ମବିଶ୍ବାସରେ ଭରପୂର ରହିଛି। ପାକିସ୍ତାନ କିନ୍ତୁ ପରାଜୟରୁ ତା’ର ଅଭିଯାନ ଆରମ୍ଭ କରିଛି। ତା’ ସହିତ ଭାରତ ବିପକ୍ଷରେ ୧୧ଟି ମ୍ୟାଚ୍ ହାରି କୌଣସି ଗୋଟିକୁ ନ ଜିତିବାର ଅପଯଶ ମଧ୍ୟ ଏହି ଦଳ ମୁଣ୍ଡରେ ରହିଛି। ଏଣୁ ଭାରତ ଏହି ମ୍ୟାଚରେ ମଧ୍ୟ ସମସ୍ତଙ୍କ ପସନ୍ଦର ଦଳ ଭାବେ ମଇଦାନକୁ ଓହ୍ଲାଇବ।ପାକିସ୍ତାନ ବିପକ୍ଷ ଅପରାଜେୟ ଧାରା ବଜାୟ ରଖିବାକୁ ଭାରତ ବଦ୍ଧପରିକର ବୋଲି ବୋଲିଂ ପ୍ରଶିକ୍ଷକ ଆବିଷ୍କାର ସାଲ୍ଭି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭାରତୀୟ ଖେଳାଳିମାନେ ଅନ୍ୟକଥା ନୁହେଁ, କେବଳ କ୍ରିକେଟ୍ ଉପରେ ଧ୍ୟାନ ଦେବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ସେପଟେ ପାକିସ୍ତାନର ଅଧିନାୟିକା ଫତିମା ସାନା ତାଙ୍କ ଦଳ ଅତୀତର ରେକର୍ଡ ଭାଙ୍ଗିବାକୁ ପଡ଼ିଆକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ତେବେ ଦଳୀୟ ସନ୍ତୁଳନ, ବ୍ୟାଟିଂ, ବୋଲିଂ ତଥା କ୍ଷେତ୍ରରକ୍ଷଣ ଦକ୍ଷତାକୁ ଦେଖିଲେ ଭାରତ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ଯେ ଢେର୍ ଶକ୍ତିଶାଳୀ, ସେଥିରେ ସନ୍ଦେହ ନାହିଁ। ଭାରତ ତା’ର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୫୯ ରନ୍ (ଡି/ଏଲ୍)ରେ ହରାଇଥିଲା। ଅନ୍ୟପକ୍ଷରେ ପାକିସ୍ତାନ ପଡ଼ୋଶୀ ବାଂଲାଦେଶଠାରୁ ୭ ୱିକେଟ୍ରେ ପରାସ୍ତ ହୋଇଥିଲା। ଶ୍ରୀଲଙ୍କା ବିପକ୍ଷରେ ବିଫଳ ହୋଇଥିବା ଭାରତୀୟ ଦଳର ତିନି ତାରକା ସ୍ମୃତି ମନ୍ଧାନା, ଜେମିମା ରଡ୍ରିଗୁଏଜ୍ ଓ ରିଚା ଘୋଷ, ପାକିସ୍ତାନ ବିପକ୍ଷରେ ଫର୍ମକୁ ଫେରିବା ଲକ୍ଷ୍ୟରେ ରହିବେ। ତେବେ ଶନିବାରର ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ମ୍ୟାଚ୍କୁ ବର୍ଷା ଧୋଇ ନେବା ପରେ ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି।

     ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।

248