23-May-2026
ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା–୨୦୨୬ ସମୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ଆଜି ରାୟଗଡ ନୂତନ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅଶୁତୋଷ କୁଳକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାରେ ବନ୍ୟା ପୂର୍ବ ପ୍ରସ୍ତୁତି, ସତର୍କତାମୂଳକ ପଦକ୍ଷେପ ଏବଂ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ଜିଲ୍ଲାରେ ଜରୁରୀକାଳୀନ ସ୍ଥିତିର ପରିଚାଳନା ପାଇଁ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ଏବଂ ନିୟନ୍ତ୍ରଣ କକ୍ଷକୁ ସମ୍ପୂର୍ଣ୍ଣ ସକ୍ରିୟ କରାଯାଇଛି, ଯାହାର ଫୋନ ନମ୍ବର ୦୬୮୫୬–୨୨୪୦୮୨ ଏବଂ ଟୋଲ୍ ଫ୍ରି ନମ୍ବର ୧୦୭୭ ଜାରି କରାଯାଇଛି, ଯାହା ଦ୍ୱାରା ସାଧାରଣ ଜନତା ଯେକୌଣସି ଜରୁରୀ ସମୟରେ ଯୋଗାଯୋଗ କରିପାରିବେ ।ଏହା ସହ ଅଗ୍ନିକାଣ୍ଡ ସମ୍ବନ୍ଧୀୟ ସମସ୍ୟା ପାଇଁ ଟୋଲ୍ ଫ୍ରି ନମ୍ବର ୧୧୨ କୁ ଯୋଗାଯୋଗ କରିପାରିବେ।