22-Oct-2024
ଜୟପାଟଣା(ମୃଣ୍ମୟ ପଣ୍ଡା ଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ୨୨ଗୋଟି ପଂଚାୟତରେ ଥିବା ୧୨ଗୋଟି କ୍ଲଷ୍ଟର ର ବିଭିନ୍ନ ପରୀକ୍ଷା କେନ୍ଦ୍ର ଗୁଡିକରେ ଭାରତ ସରକାରଙ୍କ ର ନବ ଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆକଳନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଅଛି l ଗ୍ରାମୀଣ ସ୍ତରରେ ଥିବା ନିରକ୍ଷର ବ୍ୟକ୍ତି ବିଶେଷ ମାନଙ୍କୁ ଶିକ୍ଷିତ କରିବା ପାଇଁ ଦୀର୍ଘ ବର୍ଷ ଧରି ସରକାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଚଳିତ ଶିକ୍ଷା ବର୍ଷରେ ଜୟପାଟଣା ଗୋଷ୍ଠୀ ଅଞ୍ଚଳରେ ୧୫୫୦ଜଣ ମହିଳା ଓ ପୁରୁଷଙ୍କୁ ପଞ୍ଜିକରଣ କରାଯାଇଥିଲା l ତନ୍ମଧ୍ୟରୁ ଆଦିବାସୀ, ହରିଜନ, ପଛୁଆ ବର୍ଗ, ସାଧାରଣ, ସଂଖ୍ୟା ଲଘୁ ଓ ଦିବ୍ୟାଙ୍ଗ ବର୍ଗରୁ ୧୪୩୭ ଜଣ ଆଜି ଅନୁଷ୍ଠିତ ହୋଇଥିବା ପରୀକ୍ଷା ରେ ଅଂଶଗ୍ରହଣ କରିଥିଲେ l
ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରେମନାରାୟଣ ପଣ୍ଡା ଙ୍କ ପ୍ରତ୍ୟକ୍ଷ ମାର୍ଗ ଦର୍ଶନ ଓ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ର ବ୍ଲକ ନୋଡାଲ ଅଧିକାରୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ରପଣ୍ଡା, ସୁରେନ୍ଦ୍ର କୁମାର ଯୋଷୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆକଳନ ଟି ଶୃଙ୍ଖଳିତ ଓ ସୁଚାରୁରୂପେ ସଂଗଠିତ ହୋଇଥିବାବେଳେ ସମସ୍ତ ସିଆରସିସି, ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୃଙ୍ଖଳିତ ଭାବେ ପରୀକ୍ଷା କେନ୍ଦ୍ର ପରିଚାଳନା ସହ ଆକଳନ ରେ ସହାୟତା ପ୍ରଦାନ କରିଥିଲେ l