• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ରାଜ୍ୟ

08-Mar-2026

ରାଜ୍ୟସଭା ନିର୍ବାଚନରେ ସାମ୍ବିଧାନିକ ହ୍ୱିପ୍‍ ନାହିଁ, କ୍ରସ ଭୋଟିଙ୍ଗକୁ ଏଡାଇ ଦେଇହେବ ନାହିଁ

ଭୁବନେଶ୍ବର(ବ୍ଯୁରୋ) ଓଡିଶାରେ ଖାଲି ହେଉଥିବା 4ଟି ରାଜ୍ୟସଭା ସିଟ ପାଇଁ ଆସନ୍ତା 16ତାରିଖରରେ ନିର୍ବାଚନ ହେବ. ତେବେ ଚତୁର୍ଥ ସିଟ ପାଇଁ ଦୁଇ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦୀତା କରୁଛନ୍ତି. ତେଣୁ କ୍ରସ ଭୋଟିଙ୍ଗ ସମ୍ଭାବନାକୁ ଏଡାଇ ଦେଇ ହେବନି. ଅନ୍ୟାପକ୍ଷରେ ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନଦେଇ କ୍ରସ ଭୋଟିଂ କଲେ କୌଣସି ବିଧାୟକଙ୍କ ବିଧାନସଭା ସଦସ୍ୟ ପଦ ରଦ୍ଦ ହୋଇପାରିବ ନାହିଁ । ଆଇନ୍‍ଗତ ବ୍ୟବସ୍ଥା ଅନୁଯାୟୀ ସମ୍ବିଧାନର ୧୦ମ ଅନୁଚ୍ଛେଦ ମୁତାବକ ଦଳବଦଳ ନିରୋଧ ଆଇନ୍‍ ବଳରେ ଜଣେ ବିଧାୟକ କିମ୍ବା ସାଂସଦଙ୍କ ସଦସ୍ୟ ପଦ ରଦ୍ଦ କରାଯାଇପାରିବ । ରାଜ୍ୟସଭା ନିର୍ବାଚନ ନିର୍ବାଚନ କମିଶନ ପରିଚାଳନା କରିଥାନ୍ତି ଏବଂ ଏଥିରେ ବିଧାନସଭାର କୌଣସି ନିୟନ୍ତ୍ରଣ ନଥିବାରୁ କ୍ରସ ଭୋଟିଂ କରୁଥିବା ସଦସ୍ୟମାନଙ୍କ ସଭ୍ୟ ପଦ ରଦ୍ଦ କରିବା ଲାଗି କାହାକୁ ଆଇନ୍‍ଗତ କ୍ଷମତା ଦିଆଯାଇ ନାହିଁ । ଓଡ଼ିଶାର ଖାଲି ହେଉଥିବା ୪ଟି ରାଜ୍ୟସଭା ଆସନ ପାଇଁ ୫ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ପରିପ୍ରେକ୍ଷୀରେ ଏବେ ବିଭିନ୍ନ ମହଲରେ କ୍ରସ ଭୋଟିଂ ଚର୍ଚ୍ଚା ଜୋର ଧରିଛି । ତେବେ ଆଇନ୍‍ ବିଶେଷଜ୍ଞମାନେ କହୁଛନ୍ତି ଯେ ରାଜ୍ୟସଭା ନିର୍ବାଚନ, ନିର୍ବାଚନ କମିଶନଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ ଏହାକୁ ବିଧାନସଭାର କାର୍ଯ୍ୟାବଳୀ ଭାବେ ଗ୍ରହଣ କରାଯାଇପାରିବ ନାହିଁ । ବୈଷୟିକ ଦୃଷ୍ଟିରୁ ଏ କ୍ଷେତ୍ରରେ ଦଳୀୟ ହ୍ୱିପ୍‍ ମଧ୍ୟ ଜାରି କରାଯିବା କଥା ନୁହେଁ । ଏହା ସତ୍ତ୍ୱେ ବିଭିନ୍ନ ଦଳ ପକ୍ଷରୁ ସେମାନଙ୍କ ବିଧାୟକମାନଙ୍କୁ କାହାକୁ ଭୋଟ ଦେବେ ସେ ସଂକ୍ରାନ୍ତରେ ହ୍ୱିପ୍‍ ଜାରି କରାଯାଉଛି । ଏ ପରିପ୍ରେକ୍ଷୀରେ ରାଜ୍ୟସଭା ନିର୍ବାଚନର ଭୋଟ ଗ୍ରହଣ ବିଧାନସଭାର କାର୍ଯ୍ୟାବଳୀ ବାହାରେ ହୋଇଥିବାରୁ ଏବଂ ଏହା ଗୃହର ବିବରଣୀ ହେଉନଥିବାରୁ ଏ କ୍ଷେତ୍ରରେ ହ୍ୱିପ୍‍ର କୌଣସି ଆଇନ୍‍ଗତ ପ୍ରାସଙ୍ଗିକତା ନାହିଁ । ଆଇନ୍‍ ବିଶାରଦମାନେ କହୁଛନ୍ତି ଯେ ବିଧାୟକମାନେ ସେମାନଙ୍କ ବିବେକାନୁମୋଦିତ ପନ୍ଥାରେ ଭୋଟ ଦେଇପାରିବେ । କେଉଁ ବିଧାୟକ କାହାକୁ ପ୍ରଥମ, ଦ୍ୱିତୀୟ ପସନ୍ଦର ଭୋଟ ଦେବେ ତାହା ତାଙ୍କ ବିବେକ ଉପରେ ନିର୍ଭର କରେ । ଏ କ୍ଷେତ୍ରରେ ସମ୍ବିଧାନର ୧୦ମ ଅନୁଚ୍ଛେଦ ଲାଗୁ ହେଉନଥିବାରୁ ଦଳୀୟ ହ୍ୱିପ୍‍ ବିରୋଧରେ ମତଦାନ କରୁଥିବା ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ କରାଯାଇପାରିବ ନାହିଁ କିମ୍ବା ଏ କ୍ଷେତ୍ରରେ ମଧ୍ୟ କାହା ବିରୋଧରେ କ୍ରସଂ ଭୋଟିଂ ଲାଗି ଆଇନ୍‍ଗତ ପଦକ୍ଷେପ ବି ନିଆଯାଇପାରିବ ନାହିଁ । କେଉଁ ଦଳର ବିଧାୟକ କାହାକୁ ଭୋଟ ଦେବେ ନଦେବେ ତାହା ସଂପୃକ୍ତ ଦଳର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ସଂପୃକ୍ତ ରାଜନୈତିକ ଦଳ ଦଳୀୟ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅବଶ୍ୟ କିଛି ବାରଣ ନାହିଁ । ରାଜ୍ୟସଭା ନିର୍ବାଚନରେ ମତଦାନ କରୁଥିବା ବିଧାୟକମାନେ ସେମାନଙ୍କ ବାଲାଟକୁ ଗୋପନ ରଖିପାରିବେ ନାହିଁ । ଦଳର କ୍ଷମତାପ୍ରାପ୍ତ ପ୍ରତିନିଧିଙ୍କୁ ସେମାନେ ବାଲାଟ ପେପର୍‍ ଦେଖାଇବେ । ଏ ପରିପ୍ରେକ୍ଷୀରେ ‘ଓପନ୍‍ ବାଲାଟ୍‍’ ହେଉଥିବାରୁ କ୍ଷମତାପ୍ରାପ୍ତ ପ୍ରତିନିଧି ଜାଣିପାରନ୍ତି ତାଙ୍କ ଦଳର କେଉଁ ବିଧାୟକ କାହାକୁ ଭୋଟ ଦେଲେ ବୋଲି । ବିଧିବିଶେଷଜ୍ଞମାନଙ୍କ କହିବା କଥା ହେଉଛି ରାଜ୍ୟସଭା ନିର୍ବାଚନରେ ବିଧାୟକମାନଙ୍କ ଉପରେ ହ୍ୱିପ୍‍ ଲଗାଇବା ବାଧ୍ୟତାମୂଳକ ନୁହେଁ କିମ୍ବା ଏଭଳି ହ୍ୱିପ୍‍ ଯଦି କୌଣସି ଦଳ ଲଗାଇଥାନ୍ତି ତାହାକୁ ମାନିବା ଲାଗି ସଂପୃକ୍ତ ଦଳର ବିଧାୟକମାନେ ବି ବାଧ୍ୟ ନୁହନ୍ତି । ତେବେ ଏ କ୍ଷେତ୍ରରେ କେବଳ ଦଳୀୟ କର୍ତ୍ତୃପକ୍ଷ ସେମାନଙ୍କ ସମ୍ବିଧାନ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି । କିନ୍ତୁ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଧାରରେ କୌଣସି ବିଧାୟକଙ୍କ ସଦସ୍ୟ ପଦ ବି ରଦ୍ଦ ହୋଇପାରିବ ନାହିଁ । ଏଠାରେ ଉଲ୍ଲେଖନୀୟ ଯେ ଏ ଯାବତ୍‍ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ରାଜ୍ୟସଭା ନିର୍ବାଚନରେ ବହୁବାର କ୍ରସ ଭୋଟିଂ ହୋଇଥିଲେ ମଧ୍ୟ କୌଣସି ବିଧାୟକଙ୍କ ସଦସ୍ୟ ପଦ ବି ଉକ୍ତ ଅଭିଯୋଗରେ ରଦ୍ଦ କରାଯାଇଥିବାର ନଜିର ନାହିଁ |
ଇତି ମଧ୍ୟରେ ବିଜେପିର ଚାଣକ୍ୟ ବୋଲି କୁହାଯାଉଥିବା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସି ପ୍ରଦେଶ ମୁଖ୍ୟ ଦପ୍ତରରେ ଦଳୀୟ ବିଧାୟକ, ଛାମୁଆ ନେତା ଏବଂ ପ୍ରାର୍ଥୀମାନଙ୍କୁ ଭେଟିଛନ୍ତି । ଏହି ବୈଠକରେ ବି ସ୍ୱାଧୀନ ପ୍ରାର୍ଥୀଭାବେ ବିଜେପି ସମର୍ଥନରେ ଲଢୁଥିବା ଦିଲ୍ଲୀପ ରାୟ ଉପସ୍ଥିତ ଥିଲେ । ତେବେ ବୈଠକ ପୂର୍ବରୁ ଓ ପରେ ଦଳର ନେତାମାନେ ଜୋର ଦେଇ କହୁଛନ୍ତି ଯେ ବିଜେପି ନିଶ୍ଚୟ ତିନିଟି ଆସନରେ ଜିଣିବ । ବିଶେଷକରି ବିଜେଡି ଓ କଂଗ୍ରେସ ନେତୃତ୍ୱ ଉପରେ ସେହି ଦଳର ବହୁ ବିଧାୟକ ଅସନ୍ତୁଷ୍ଟ ଥିବାରୁ ସେମାନେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କୁ ବିବେକାନୁମୋଦିତ ଭୋଟ ଦେବେ ବୋଲି ଦଳର ନେତାମାନେ ଆଶା ରଖିଛନ୍ତି । ଅନ୍ୟ ପକ୍ଷରେ ଓଡିଶାରେ ବିଜେପି କ୍ଷମତାକୁ ଆସିବାପରେ ଏଯାବତ୍‍ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରାନଯିବା, ଜିଲ୍ଲା ଯୋଜନା ବୋର୍ଡରେ ବିଧାୟକମାନଙ୍କୁ ଅଧ୍ୟକ୍ଷ କରାନଯିବା ଏବଂ ରାଜ୍ୟ ଯୋଜନା ବୋର୍ଡ ସମେତ ଅନ୍ୟାନ୍ୟ ନିଗମଗୁଡିକରେ ନିଯୁକ୍ତି ଦିଆଯାଉନଥିବା କାରଣରୁ ବିଜେପି ଭିତରେ ଯେଉଁ ପୁଞ୍ଜିଭୂତ ଅସନ୍ତୋଷ ରହିଛି ସେଥିରୁ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ସମସ୍ତ ବିଧାୟକଙ୍କ ସମର୍ଥନ ପାଇନପାରନ୍ତି ବୋଲି ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଅରୁଣ ସାହୁ ଆଶଙ୍କାବ୍ୟକ୍ତ କରିଛନ୍ତି ।
ଇତି ମଧ୍ୟରେ କଂଗ୍ରେସ ତାହାର ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କାର କରିଥିବାବେଳେ ବିଜେଡି ମଧ୍ୟ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳଙ୍କ ଭଳି ନେତାମାନଙ୍କୁ ଦଳରୁ କାଢି ଦେଇଛି । ମୋକିମଙ୍କ ଝିଅ କଂଗ୍ରେସ ବିଧାୟିକା ଥିବାବେଳେ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳଙ୍କ ପୁଅ ବିଜେଡି ବିଧାୟକ ଅଛନ୍ତି । ଏମାନଙ୍କ ଛଡା ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କ ଭଳି ଆଉ ଦୁଇଜଣ ବିଧାୟକଙ୍କୁ ମଧ୍ୟ ବିଜେଡି ଦଳରୁ ନିଲମ୍ବନ କରିଛି । ବିଭିନ୍ନ ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସର କେତେକ ନେତା ଦଳୀୟ ନେତୃତ୍ୱ ଓ ଆଭିମୁଖ୍ୟ ଘେନି ବାରମ୍ବାର ଖୋଲା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାଛଡା ଆଉ କେତେକ ମଧ୍ୟ ଅସନ୍ତୋଷର ବହ୍ନିରେ କୁହୁଳୁଛନ୍ତି । ଏଭଳି ସ୍ଥିତିରେ ବିଜେଡିର ଘୋଷିତ ସ୍ୱାଧୀନ ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ ଦେଇଛି ଏବଂ ନବୀନ ପଟ୍ଟନାୟକଙ୍କ ୨୪ବର୍ଷର ଶାସନକୁ ପ୍ରଦେଶ କଂଗ୍ରେସ ସଭାପତି ପ୍ରଶଂସା କରିବା ଘଟଣାକୁ ଦଳର ବହୁ ନେତା ହଜମ କରିପାରୁ ନାହାନ୍ତି ।
ଅନ୍ୟପକ୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ଥରେ ଧର୍ମ ନିରପେକ୍ଷ କାର୍ଡ ଖେଳି ସ୍ୱାଧୀନ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କ ସପକ୍ଷରେ କଂଗ୍ରେସ ଭୋଟ ଆସିବ ବୋଲି ଆଶା ରଖିଛନ୍ତି । ଆଗାମୀ ଦିନରେ ବିଜେପିକୁ ପରାହତ କରିବାପାଇଁ କଂଗ୍ରେସ ଓ ବିଜେଡି ମିଳିତ ଭାବେ ଲଢେଇ ଜାରି ରଖିବେ ବୋଲି କଂଗ୍ରେସ ପକ୍ଷରୁ କେତେକ ନେତା ପ୍ରତିକ୍ରିୟା ଦେଇଥିବାବେଳେ ନବୀନଙ୍କ ରାଜନୈତିକ ପରାମର୍ଶଦାତା ତଥା ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଦେଇଥିବା ଖୋଲା ବକ୍ତବ୍ୟରେ ବିଜେଡି ସହ କଂଗ୍ରେସ କରିଥିବା ବୁଝାମଣା କେବଳ ରାଜ୍ୟସଭା ନିର୍ବାଚନରେ ସୀମିତ ବୋଲି ଉଲ୍ଲେଖ କରିବାପରେ ନିଆଁରେ ଘିଅ ଢାଳିବା ଭଳି ଅବସ୍ଥା ହୋଇଛି । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ବୟାନରେ କଂଗ୍ରେସ-ବିଜେଡିର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ବିଜୟଲାଭ କରିବେ ବୋଲି ଆଶାବ୍ୟକ୍ତ କରିଥିବାବେଳେ ଏହି ନିର୍ବାଚନରେ ଅର୍ଥ ପ୍ରଭାବୋର କ୍ରସ ଭୋଟିଂ ହୋଇପାରେ ବୋଲି ମଧ୍ୟ ଆଶଙ୍କାବ୍ୟକ୍ତ କରିଛନ୍ତି । ଏଭଳି ସ୍ଥିତିରେ ଓଡିଶାର ରାଜନୀତି ରୋଚକ ମୋଡରେ ରହିଛି । ବିଶେଷକରି ବିଭିନ୍ନ ଦଳର ମୁଣ୍ଡିଆଳମାନେ ସେମାନଙ୍କର ବିଧାୟକମାନଙ୍କୁ କେତେଦୂର ନିୟନ୍ତ୍ରଣରେ ରଖିପାରୁଛନ୍ତି ତାହା ରାଜ୍ୟସଭା ନିର୍ବାଚନ ଫଳାଫଳରୁ ଜଣାପଡିବ |

79
ବିଜ୍ଞାପନ

ଶ୍ରୀ ଶ୍ରୀ ମଝିଘରିଆଣୀ ..

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ରାଜ୍ୟସଭା ନିର୍ବାଚନରେ ସାମ୍ବିଧା..

ଜିଲ୍ଲା

ଓଡ଼ିଆ ପକ୍ଷ ପାଳନ ଅବସରରେ ବନ୍ଦନୀ..

ସହର

କଲ୍ୟାଣସିଂହପୁର ବ୍ଲକ୍ କାର୍ଯ୍ୟା..

ଗ୍ରାମୀଣ

ଓଡ଼ିଶାର ଗ୍ରାମାଞ୍ଚଳରେ ଉନ୍ନତ ଚି..

ଜାତୀୟ

୧୩୭ ବିଏନ ସିଆରପିଏଫ "ବତନ କୋ ଜାନୋ-..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ଜିଟିଭି ଭାରତ ଓଡିଆ ପ୍ରତିନିଧି କହି ତାଙ୍କ ଦ୍ବାରା କୌଣସି ଅପ୍ରିତିକର କାର୍ଯ୍ଯ ହୁଏ ବା ସେ କରନ୍ତି ସେଥିପାଇଁ ଜିଟିଭି ଭାରତ ଓଡିଆ ସମ୍ପାଦକ ଦାୟୀନୁହନ୍ତି |   (12-Apr-2026 07:08:00 PM) | ଚୈତନ୍ଯ କାଲସାଇ ବଲାଙ୍ଗୀର ଜିଲ୍ଲାପ୍ରତିନିଧିଭାବେ ଖବର ପ୍ରେରଣ କରିବାକୁ ସଂସ୍ଥା ଠାରୁ ପରିଚୟପତ୍ର ନେଇଥିଲେ | କୌଣସି କାର୍ଯ୍ଯ ନକରିବାରୁ ତାଙ୍କୁ ଦିଆଯାଇଥିବା ପରିଚୟପତ୍ର ଓ କାର୍ଡକୁ ଆଜ ତା 12.04.2026 ରିଖରୁ ରଦ୍ଧ କରିଦିଆଗଲା |    (12-Apr-2026 07:05:00 PM) | ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter