20-Sep-2026
ରାୟଗଡ, ଜିଟିଭି ଭାରତ ଓଡିଆ ର ସାମ୍ବାଦିକ ତଥା ସମ୍ପାଦକଙ୍କୁ ମାନହାନୀ ମକଦ୍ଧମାର ଧମକ ଦେଇଛନ୍ତି ଦୀପକ କୁମାର ଓଝା, ଶ୍ରୀ ଓଝା ଥେରୁବାଲି ସ୍ଥିତ ଇମ୍ଫା କାରଖାନାର ଲୋକସମ୍ପର୍କ ଅଧିକାରୀ | ତାଙ୍କର ଏହି ଧମକ ପ୍ରଥମ ଥର ର ନୂହେଁ, ଏହାକୁ ମିଶାଇ ତିନିଥର ଧମକ ଦେଇ ସାରିଲେଣି | ତୃତୀୟ ଥର ର ଧମକ 18 ସେପ୍ଟେମ୍ବର 2026, ସକାଳ 9 ଘଟିକା ସମୟରେ, ଦ୍ବିତୀୟ ଥର ର ଧମକ ଜିବି ନଗର ମଧ୍ଯରେ ଲଗାଯାଇଥିବା ଗଛ କଟା ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଏବଂ ପ୍ରଥମ ଧମକ ଇଥୋନାଲ ପ୍ଲାଣ୍ଟର ଭୂମି ପୂଜନ ହେବାର ଖବର ପ୍ରକାଶ ପରେ | ଶ୍ରୀ ଓଝା ମାନହାନୀ ମକଦ୍ଧମାର ଧମକ ଥରେ ନୂହେଁ ତିନି ତିନିଥର ଦେଇସାରିଲେଣୀ |
ନମସ୍କାର ଦର୍ଶକ ବନ୍ଧୁ, ଜିଟିଭି ଭାରତ ଓଡିଆ ଡିଜାଟାଲ ନ୍ଯୁଜ ଚାନେଲକୁ ଆପଙ୍କୁ ସ୍ବାଗତ କରୁଛି ମୁଁ ରାମଦାସ, ଖବରଟିକୁ ସ୍କିପ୍ ନକରି ଶେଷଯାଏଁ ଦେଖନ୍ତୁ, ଏବଂ କମେଣ୍ଟ କରି ସଚେତନ କରନ୍ତୁ ଚାନେଲକୁ ସବସ୍କ୍ର୍ରାଇଭ୍ କରିନଥିଲେ ସବସ୍କ୍ରାଇଭ୍ କରିବାକୁ ଭୁଲନ୍ତୁ ନାହିଁ | ଖବରକୁ ଯିବା
ଶ୍ରୀ ଓଝା, ମହାଶୟ ସତ୍ଯକୁ ସହ୍ଯ କରିନପାରି ଗଣମାଧ୍ଯମକୁ ଧମକଦେଇ କାରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ବାହାବା ଦେଖାଇବା ଆଳରେ ମୋତେ ଧମକ ଦେଉଛନ୍ତି କି ? ସର୍ବସାଧାରଣଙ୍କ ଅବଗତ ନିମନ୍ତେ, ପ୍ରଥମ ଘଟଣା ତତ୍ କାଳିନ ଡିଜିଏମ୍ ଇଥୋନାଲ ପ୍ଲାଣ୍ଟର ଭୂମି ପୂଜନ କରିଥିଲେ କିନ୍ତୁ ଭୂମି ପୂଜନ କରାଯାଇନଥିବାର ମିଛ କହିଥିବା ଖବର ପ୍ରକାଶ ପାଇବା ପରେ ମିଥ୍ଯା ଖବର ପ୍ରକାଶ କରିଥିବା କହି ଏହି ଘଟଣାରେ ମାନହାନୀ ମକଦ୍ଧମା କରିବାର ଧମକ ଦେଇଥିଲେ ଲୋକସମ୍ପର୍କ ଅଧିକାରୀ ଦୀପକକୁମାର ଓଝା | ଜିବି ନଗର ଯେଉଁ ଠାରେ ବର୍ତ୍ତମାନର ଇଥୋନୋଲ କାରଖାନା ନିର୍ମାଣ ଚାଲୁଛି ସେହି ସ୍ଥାନରେ ଲାଗିଥିବା ଅନେକ ଗଛ କଟାଯାଇଥିବା ଅଭିଯୋଗ ପାଇବା ପରେ ସେଥି ସମ୍ପର୍କିତ ଖବର ପ୍ରକାଶ ପରେ ମଧ୍ଯ ସେହି ସମାନ ମାନହାନୀ ମକଦ୍ଧମା କରିବାର ଧମକ ଦେଇଥିଲେ | ମୋ ବିରୋଧରେ ମାନହାନୀ ମକଦ୍ଧମା କରିବା ଆପଣଙ୍କ ଉପରେ ନିର୍ଭର ! ମୋ ନାମରେ ମାନହାନୀ ମକଦ୍ଧମା କରିବା ପୂର୍ବରୁ ଆପଣ ନିଜ କଥାଭାବନ୍ତୁ, ଶ୍ରୀ ଓଝା ମହାଶୟ ମୋତେ ମିଥ୍ଯାତଥ୍ଯ ଦେଉଛନ୍ତି କାହିଁକି | ପ୍ରଥମ ପ୍ରଶ୍ନର ସ୍ପଷ୍ଟିକରଣ କରନ୍ତୁ ବିଶ୍ବ ଓଜୋନ ଦିବସ ଅବସରରେ କାରଖାନା ପରିସର ରେ 2 ଶହରୁ 3 ଶହ ଚାରା ରୋପଣର ଫୁଟେଜ ଗଣ ମାଧ୍ଯମ ସାମନ୍ନାରେ ରଖନ୍ତୁ ଯାହା ମୋତେ ଫୋନ ମାଧ୍ଯମରେ ଆପଣ ସୂଚନା ଦେଇଥିଲେ, କଣ ସେହି ଦିନ ଇଥୋନାଲ କାରଖାନା ପାଇଁ ଭୂମି ପୂଜନ ହୋଇନଥିଲା କି ?, ମୋ ନାମରେ ମାନହାନୀ ମକଦ୍ଧମା କରିବାର ଧମକ ଦେଇଥିଲେ | ସ୍ପଷ୍ଟ କରନ୍ତୁ, ଜିବି ନଗର ପରିସରରେ ଲଗାଯାଇଥିବା ଗଛ କଟାଇଥିବାର ଖବର କଣ ମିଥ୍ଯାଥିଲା କି ? ଯଦି ମିଥ୍ଯା କହୁଛନ୍ତି ଜିବି ନଗର ତଥା ବର୍ତ୍ତମାନ ଇଥୋନୋଲ ପ୍ଲାଣ୍ଟ ହୋଇଥିବା ପରସର ସ୍ଥାନରୁ କେତେ ଗଛ କାଟିଛନ୍ତି ? ସେ ସମ୍ପର୍କରେ ମଧ୍ଯ ଗଣମାଧ୍ଯମକୁ ପ୍ରେସ୍ ବାର୍ତ୍ତାରେ ଜଣାନ୍ତୁ, ଏଥି ସହ ଥେରୁବାଲି ଆଇଟିଆଇ ନିକଟସ୍ଥ ପଡିଆରେ ଲାଗିଥିବା ଶହଶହ ଗଛ କଟାଯାଇ ନାହିଁ କି ? ଏହାକୁ ସ୍ପଷ୍ଟ କରି ଗଣ ମାଧ୍ଯମକୁ ଯେଉଁ ପ୍ରେସ ରିଲିଜ ଗୁଡାକ ପଠାଉଛନ୍ତି ଏଥି ସମ୍ପର୍କିତ ପ୍ରେସ ରିଲିଜ ମଧ୍ଯ ପଠାନ୍ତୁ, ତାହାର ପ୍ରକୃତ ସତ୍ଯାସତ୍ଯ ଜଣାପଡିବ | ଶ୍ରୀ ଓଝା ମହାଶୟ ମାନହାନୀ ମକଦ୍ଧମାର ଧମକ ଦେଇ ଗଣ ମାଧ୍ଯମର କଣ୍ଠ ଅବୋଧ ଓ କଲମ୍ମୂନକୁ ଭାଙ୍ଗିବାର ଉଦ୍ଯମ କରୁଛନ୍ତି କି ? ସତକଥା ଲେଖୁଥିବା ସାମ୍ବାଦିକଙ୍କୁ ମାନହାନୀର ଧମକଦେଇ ତାଙ୍କ ମୁହଁ ବନ୍ଦ କରିବା ପରିବର୍ତ୍ତେ ସାମ୍ବାଦିକଙ୍କୁ ସତ୍ଯତଥ୍ଯ ଦିଅନ୍ତୁ | ସାମ୍ବାଦିକଙ୍କୁ ବୁମରାଂ କରିବାକୁ କାରଖାନାର ଉଚ୍ଚକତ୍ତୃପକ୍ଷ ଆପଣ ମାନଙ୍କୁ ଦାୟିତ୍ବ ଦେଇ ନାହାନ୍ତି, କାରଖାନା ସହ ଲୋକସଂପର୍କ କୁ ନିବିଡ କରିବା ସହ ପାରିପାର୍ଶିକ ବିକାଶର ସେତୁପରି କାର୍ଯ୍ଯକରିବା ପାଇଁ ଆପଣ ମାନଙ୍କୁ ଦାୟିତ୍ବ ଦେଇଛନ୍ତି | ଆମେ କାରଖାନାକୁ ବିରୋଧ କରୁନାହୁଁ, କାରଖାନା ପକ୍ଷରୁ ହେଉଥିବା ଜନହିତକର କାର୍ଯ୍ଯକ୍ରମକୁ ପ୍ରକାଶ କରୁଛୁ ଏବଂ ଘଟୁଥିବା ଘଟଣା ବଳୀକୁ ମଧ୍ଯ ପ୍ରକାଶ କରୁଛୁ | ଯଦି ଗଛ କାଟିବାର ଉଦ୍ଧେଶ୍ଯ ରହିଛି ତେବେ ଚାରାରୋପଣ କରୁଛନ୍ତି କାହିଁକି ? କହୁନାହୁଁ ସମସ୍ତେ ସମାନ କିନ୍ତୁ ଏହି କାରଖାନାର ତତ୍ କାଳିନ ଲୋକସମ୍ପର୍କ ଅଧିକାରୀ ତାଙ୍କ କର୍ମ ଓ କର୍ତ୍ତବ୍ଯର ଫଳ ନିଜେ ଭଗିଛନ୍ତି, ସେ କଥା କାହାକୁ ଅଛପା ! କାରଖାନା ପକ୍ଷରୁ ଲୋକଙ୍କ ଦ୍ବାରା ହୋଇଥିବା ଭଲ ଖବର ମଧ୍ଯ ପରିବେଶଣ କରିଛୁ ଏବଂ ମନ୍ଦ ଖବର ମଧ୍ଯ ପରିବେଶଣ କରୁଛୁ | ଦର୍ଶକ ବନ୍ଧୁ, ଏହି ସବୁ ଖବର ପ୍ରକାଶ ପାଇବା ପରେ ଶ୍ରୀ ଓଝା ମୋ ନାମରେ ମାନହାନୀ ମକଦ୍ଧମା ରୁଜୁ କରିବାର ଧମକ ଦେଇଛନ୍ତି | ସେହି ସମସ୍ତ ଖବର ଗୁଡିକୁ ଶେଷଯାଏଁ ଦେଖନ୍ତୁ | ୟୁଟୁବ ଭିଡିଓରେ ସେହି ଖବର ର ଲିଙ୍କ ସଂଲଗ୍ନ କରାଯିବ ଦେଖନ୍ତୁ ଏବଂ ନିଜର ମତାମତ ରଖନ୍ତୁ | ଧନ୍ଯବାଦ ନମସ୍କାର