11-Apr-2026
ରାୟଗଡ଼ା /କଲ୍ୟାଣସିଂହପୁର (ପିଆର):-ତା ୧୦/୦୪ ରିଖ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ଦିବସ (୧ ଏପ୍ରିଲ ) ଠାରୁ ମହାବିଷୁବ ସଙ୍କ୍ରାନ୍ତି (୧୪ ଏପ୍ରିଲ ) ପର୍ଯ୍ୟନ୍ତ ଓଡିଆ ପକ୍ଷ ୨୦୨୬ ଭାବେ ପାଳନ ଅବସରରେ ତା ୧୦.୦୪.୨୦୨୬ ରିଖରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଭାଗିତାରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ କାର୍ଯ୍ୟାଳୟର ସଦଭାବନା ଗୃହ ଠାରେ ଲୋକକଳା ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ମୂଳ ଉଦ୍ଧେଶ୍ୟ ମୁଖ୍ୟତଃ ପାରମ୍ପରିକ ଲୋକକଳାର ପ୍ରଚାର ପ୍ରସାର ସହ ଏହାର ପୁନରୁଦ୍ଧାର ଓ ସଂରକ୍ଷଣ କରିବା ଏବଂ ଏହା ସହ ଲୋକକଳା କଳାକାର ଙ୍କ ଆର୍ଥିକ ଅଭିବୃଦ୍ଧି କରି ସ୍ବାବଲମ୍ବୀ କରିବା ଏହି କ୍ରମ ରେ ଜିଲ୍ଲା ପ୍ରଶାସନ ର ନିର୍ଦେଶ ମୁତାବକ ବ୍ଲକ ପ୍ରଶାସନର ସହଯୋଗରେ ଲୋକକଳା ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଲ୍ୟାଣସିଂହପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ତଥା ବ୍ଲକ୍ କଳା ସଂସ୍କୃତି ସଂଘ ର ସଭାପତି ମନିଷା ଦାସ ଉପସ୍ଥିତ ରହି ଥିବା ବେଳେ ସମ୍ମାନିତ ଅତିଥି ଭାବେ ମଙ୍ଗଳ ସଂସ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବଙ୍ଗାରି, ସେକ୍ସନ ଅଫିସର୍ ବବିତା ପଣ୍ଡା , ବି ପି ସି ରାଜୀବ ପାଢ଼ୀ , ସାମାଜିକ ସୁରକ୍ଷା ଅଧିକାରୀ ତଥା ବ୍ଲକ କଳା ସଂସ୍କୃତି ସଂଘ ସମ୍ପାଦକ ବିଶ୍ୱଜିତ୍ ସିଂ ସାମନ୍ତ , ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା ମଞ୍ଚାସିନ ରହିଥିଲେ । ଏହି କାର୍ଯ୍ୟକ୍ରମରେ କଲ୍ୟାଣସିଂହପୁର ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ଯଥା ବୁଡ଼ାଗୁଡ଼ା ଗ୍ରାମ ପଞ୍ଚାୟତର ବରିଷ୍ଟ ଲୋକକଳା କଳାକାର ସୁକା କାଡ୍ରାକା , ମହେଶ୍ୱର ଗାଁଣ୍ଟା , ପୂଜାରୀଗୁଡ଼ା ପଞ୍ଚାୟତ ର ସୁରେଶ ବିଡ଼ିକା , ଧାମୁଣିପଙ୍ଗା ପଞ୍ଚାୟତର ଡିଉ କାଡ୍ରାକା, ନିଲାସିଂହ କାଡ୍ରାକା ,ପାରସାଲି ପଞ୍ଚାୟତର ବିଶ୍ଵନାଥ ମାଣ୍ଡିକା, ସେରିଗୁମା ପଞ୍ଚାୟତର ରମେଶ ଦଳପତି, ଇନ୍ଦ୍ରଜିତ ସାହୁ, ରୁକ୍ମଣୀ କୁଲିସିକା, ଦାନାମଣି କୁଲିସିକା, ସୁନାଖଣ୍ଡି ପଞ୍ଚାୟତର ସଞ୍ଜୟ କୁଲିସିକା, କରପା ପଞ୍ଚାୟତର ନରେନ୍ଦ୍ର ଗଣ୍ଡିଆ, ନାରାୟଣପୁର ପଞ୍ଚାୟତର ତିଆକା ନିଡି, ସାବିତ୍ରୀ ତିଆକାଙ୍କୁ ଉପସ୍ଥିତ ଅତିଥି ମାନେ ସମ୍ବର୍ଦ୍ଧିତ କରିଥଲେ। ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ୍ କର୍ମଚାରୀ ବିଶେଷ ସହଯୋଗ କରିଥିଲେ।