25-Jul-2026
ପୁରୀ(ପିଆର), ପବିତ୍ର ବାହୁଡ଼ା ଯାତ୍ରା ଅବସର ରେ ପୁରୀ ର ପ୍ରବେଶ ଦ୍ଵାର ଅଠରନଳା ଠାରେ ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ତରଫରୁ ଭକ୍ତ ମାନଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଛି ।
ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ଲେଙ୍କା ଙ୍କ ଅଧକ୍ଷତା ରେ , ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ନିର୍ଦ୍ଦେଶିକା ପ୍ରିୟାଂଶି ଦାସ , ସଂମ୍ପାଦିକା ସସ୍ମିତା ସତପଥୀ , ମଧୁସ୍ମିତ। ସାହୁ , ଆଲୋକ ଦାଶ , ଦେବାଶିଷ ମହାପାତ୍ର , ସୁପ୍ରିୟା ପ୍ରଧାନ , ଝାନ୍ସିରାଣୀ ମିଶ୍ର, ବେବିଲାଲ ମିଶ୍ର , ଶ୍ରଦ୍ଧାଞ୍ଜଳୀ ସିଂ, ସଂଯୁକ୍ତା ବେହେରା, ମନୋଜ କୁମାର ସାହୁ , ମମତା ସାହୁ , ମହ୍ଲାର ମିଶ୍ର , ସୋମନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖାଦ୍ୟ ପାନୀୟ ବଣ୍ଟନ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନା କରିଛନ୍ତି ।
ଅନୁଷ୍ଠାନର ସଂପାଦିକା ସସ୍ମିତା ସତପଥୀ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ !
ସୁନାବେଶ ଦିନ ଭକ୍ତ ମାନଙ୍କୁ ଅନୁଷ୍ଠାନ ତରଫରୁ ସେବା ପ୍ରଦାନ କରିବା ପାଇଁ ସଭାପତି ସମସ୍ତ ସଭ୍ୟ ସଭ୍ୟାଙ୍କୁ ଅନୁରୋଧ କରିଛନ୍ତି ।