• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଜିଲ୍ଲା

19-Sep-2026

ରାୟଗଡରେ ଜିଲ୍ଲାସ୍ତରୀୟ ଦିଶା ବୈଠକ ଅନୁଷ୍ଠିତ, ବିଭିନ୍ନ କେନ୍ଦ୍ରୀୟ ଯୋଜନାର ପ୍ରଗତି ଓ କାର୍ଯ୍ୟାନ୍ୱୟନର ସମୀକ୍ଷା

ରାୟଗଡ(ପିଆର), ୧୯/୦୯/୨୦୨୬: ରାୟଗଡ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲାସ୍ତରୀୟ ଦିଶା ବୈଠକ ମାନ୍ୟବର କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାୟଗଡ ବିଧାୟକ ଶ୍ରୀ କଡ୍ରାକା ଆପାଲା ସ୍ୱାମୀ, ଗୁଣପୁର ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗୋ, ବିଷମକଟକ ବିଧାୟକ ଶ୍ରୀ ନୀଳମାଧବ ହିକକା, ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, CDO-cum-EO ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିହାର ରଞ୍ଜନ କହର, ରାୟଗଡ ଉପଜିଲ୍ଲାପାଳ ସୁଶ୍ରୀ ମୃଣାଳିକା ରାଠୋର, ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଦୁଧାଳ ଅଭିଷେକ ଦିଲ୍ଲୀପଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ବିଭିନ୍ନ କେନ୍ଦ୍ରୀୟ ଯୋଜନା, ବିକାଶମୂଳକ ପ୍ରକଳ୍ପ, ଭିତ୍ତିଭୂମି ଉନ୍ନୟନ ଏବଂ ଲୋକକଲ୍ୟାଣମୂଳକ କାର୍ଯ୍ୟର ପ୍ରଗତି ସମୀକ୍ଷା କରାଯାଇଥିଲା। ୨୦୨୩-୨୪ରୁ ୨୦୨୫-୨୬ ଆର୍ଥିକ ବର୍ଷରେ MPLAD ଅଧୀନରେ ଅନୁମୋଦିତ ଓ ଅବଶିଷ୍ଟ କାର୍ଯ୍ୟଗୁଡ଼ିକର ପ୍ରଗତି ନେଇ ସମୀକ୍ଷା କରାଯାଇଥିଲା। ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ଏକ ମାସ ମଧ୍ୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଷମକଟକ, ଗୁଣପୁର ଓ ରାୟଗଡ ଅଞ୍ଚଳରେ MPLAD ଅଧୀନରେ ଅନୁମୋଦିତ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ କୁହାଯାଇଥିଲା।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଖରିଫ୍‌ ୨୦୨୬ କାର୍ଯ୍ୟାନ୍ୱୟନ ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଏହି ଯୋଜନାରେ ଜିଲ୍ଲାର ୪୯,୯୬୬ ଜଣ କୃଷକ ସାମିଲ ହୋଇଥିବା ସୂଚନା ଦିଆଯାଇଥିଲା। କୃଷକମାନଙ୍କୁ ଫସଲ ବୀମାର ସୁବିଧା, ଦାବି ପ୍ରକ୍ରିୟା ଓ ବୀମା ଲାଭ ସମ୍ପର୍କରେ ସଚେତନ କରିବା ପାଇଁ ଅଧିକ ବ୍ୟାପକ ସଚେତନତା ଅଭିଯାନ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇ ଜମି ଚିହ୍ନଟ, ମାଟି ନମୁନା ସଂଗ୍ରହ ଓ ପରୀକ୍ଷଣ ପ୍ରକ୍ରିୟା ନେଇ ଆଲୋଚନା ହୋଇଥିଲା।
National Livestock Mission Entrepreneurship Scheme ଓ କାମଧେନୁ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଥିଲା। ଏହି ଯୋଜନାଗୁଡ଼ିକ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ସହ ସହରାଞ୍ଚଳ ନିକଟରେ ବୁଲା ଗୋରୁଙ୍କ ପାଇଁ ଗୋଶାଳା ନିର୍ମାଣ ନେଇ ମଧ୍ୟ ପ୍ରସ୍ତାବ ଆଲୋଚନା କରାଯାଇଥିଲା।
ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ପ୍ରଗତି ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ୧୬,୪୧୭ ଜଣଙ୍କ ପରୀକ୍ଷା କରାଯାଇଥିବାବେଳେ ୧,୦୩୬ ଜଣ TB ରୋଗୀ ଚିହ୍ନଟ ହୋଇଥିବା ଏବଂ ଜିଲ୍ଲାର ସଫଳତା ହାର ୮୯ ପ୍ରତିଶତ ଥିବା ସୂଚନା ଦିଆଯାଇଥିଲା। ଯକ୍ଷ୍ମା ପ୍ରତିରୋଧ ଓ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା।
ରାୟଗଡ DHHରେ ଜଣ୍ଡିସ୍‌ ସମ୍ପର୍କିତ ସମସ୍ୟା ଏବଂ କୋଲନରା ବ୍ଲକ୍‌ର ରବାଡ଼ି ଅଞ୍ଚଳରେ ଛାତ୍ରଛାତ୍ରୀ ହେପାଟାଇଟିସ୍‌-Aରେ ପ୍ରଭାବିତ ହୋଇଥିବା ଘଟଣା ନେଇ ଆଲୋଚନା କରାଯାଇଥିଲା। ସମସ୍ୟାର ସମାଧାନ ପାଇଁ RWSSକୁ ସ୍ଥଳ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଏଥିସହ ଛାତ୍ରାବାସର ଶୌଚାଳୟ ପରିମଳ, ପାନୀୟ ଜଳ, ରାଗିଂ ନିରୋଧ, ୱାର୍ଡେନ୍‌ ବ୍ୟବସ୍ଥା ଏବଂ ବିଦ୍ୟାଳୟ କିଚେନ୍‌ ହାଉସ୍‌ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ନେଇ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱଚ୍ଛ ଓ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାକୁ କୁହାଯାଇଥିଲା।
ଜଳ ଜୀବନ ମିଶନର କାର୍ଯ୍ୟ ପ୍ରଗତି ନେଇ ସମୀକ୍ଷା କରାଯାଇଥିଲା। ବିଶେଷକରି ବିଷମକଟକ ଅଞ୍ଚଳରେ ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ କୁହାଯାଇଥିଲା। ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମାପ୍ତ ନକରୁଥିବା ଠିକାଦାରଙ୍କ ବିରୋଧରେ ନିୟମାନୁସାରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ଅପପୁଷ୍ଟିଜନିତ ମୃତ୍ୟୁ ସମ୍ପର୍କିତ ତଥ୍ୟ, ଛତୁଆର ଗୁଣବତ୍ତା ଏବଂ ଅଙ୍ଗନବାଡି କେନ୍ଦ୍ରରେ ରାନ୍ଧୁଣୀ ଓ ସହାୟକ ନିଯୁକ୍ତି ନେଇ ସମୀକ୍ଷା କରାଯାଇଥିଲା।
Digital India Land Records Modernisation Programme (DILRMP) ଓ SVAMITVA ଯୋଜନାର ପ୍ରଗତି ନେଇ ଆଲୋଚନା ହୋଇଥିଲା। ଆଧୁନିକ ପ୍ରଯୁକ୍ତି ମାଧ୍ୟମରେ ଗ୍ରାମାଞ୍ଚଳରେ ସର୍ଭେ ଓ ମ୍ୟାପିଂ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଚନ୍ଦ୍ରପୁର ଅଞ୍ଚଳର ମୋବାଇଲ୍‌ ନେଟୱର୍କ ସମସ୍ୟା ନେଇ ମଧ୍ୟ ଆଲୋଚନା କରାଯାଇଥିଲା।
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY) ଓ PMGSY-IVର କାର୍ଯ୍ୟ ପ୍ରଗତି ନେଇ ସମୀକ୍ଷା କରାଯାଇଥିଲା। ମିନାଝୋଲା ବହୁମୁଖୀ ହଲ୍‌ର Technical Fitness Report ଦାଖଲ, କେରେଡ଼ା-ଭବାନୀପାଟଣା ୪-ଲେନ୍‌ ସଡ଼କ, ପିତାମହଲ-ସିରିକୋଣା ସଡ଼କ ଏବଂ ଗୁଡ଼ାରୀ ରାସ୍ତାର ରକ୍ଷଣାବେକ୍ଷଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଜାତୀୟ ରାଜପଥ ସମ୍ପର୍କରେ ଗୁମ୍ମା ଘାଟି ରାସ୍ତା ସମସ୍ୟା, କପିଳାସ -ଜେକେ ରୋଡ୍‌ର ରକ୍ଷଣାବେକ୍ଷଣ ଏବଂ ମୋହନା-କୋରାପୁଟ ରାସ୍ତାର ପ୍ରଶସ୍ତୀକରଣ ନେଇ ଆଲୋଚନା ହୋଇଥିଲା।
Department for Promotion of Industry and Internal Trade (DPIIT), MSME ଏବଂ MSE-CDP Schemeର କାର୍ଯ୍ୟାନ୍ୱୟନ ଓ ଜିଲ୍ଲାରେ ଶିଳ୍ପ ବିକାଶ ସମ୍ଭାବନା ନେଇ ଆଲୋଚନା କରାଯାଇଥିଲା। ମହିଳା ସଶକ୍ତିକରଣ ଓ ଜୀବିକା ବିକାଶ ସମ୍ପର୍କରେ ଆଲୋଚନା ସମୟରେ ରାୟଗଡ ଜିଲ୍ଲାରେ ବର୍ତ୍ତମାନ ୫୫,୫୮୫ ଜଣ ‘ଲକ୍ଷପତି ଦିଦି’ ଥିବା ସୂଚନା ଦିଆଯାଇଥିଲା।
ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବା, ଯୋଜନାଗୁଡ଼ିକର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଏବଂ ଭୂମିସ୍ତରରେ କାର୍ଯ୍ୟାନ୍ୱୟନର ଗୁଣବତ୍ତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

42
ବିଜ୍ଞାପନ

ଶ୍ରୀ ଶ୍ରୀ ମଝିଘରିଆଣୀ ..

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Advertisement..

Chaiti - 2025..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ଭାରତୀୟ ଗଣତନ୍ତ୍ରରେ ବିହାର ରାଜନ..

ଜିଲ୍ଲା

ରାୟଗଡରେ ଜିଲ୍ଲାସ୍ତରୀୟ ଦିଶା ବୈ..

ସହର

ଇମ୍ଫା ଥେରୁବାଲି ରେ ସପ୍ତାହ ବ୍ୟା..

ଗ୍ରାମୀଣ

ବାଫ୍‍ଲିମାଳି ଦୀର୍ଘସ୍ଥାୟୀ ଖଣି ..

ଜାତୀୟ

ରାଜନୈତିକ ଷଡଯନ୍ତ୍ର | BJP ଫସିଲା | ସମ..

ଅନ୍ତର୍ଜାତୀୟ

ଗାଁ ରୁ ସହର, ଜିଲ୍ଲା, ରାଜ୍ଯ, ଦେଶ ଓ ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଜିଟିଭି ଭାରତ ଓଡିଆ ର ସାମ୍ବାଦିକ ତ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ଜିଟିଭି ଭାରତ ଓଡିଆ ପ୍ରତିନିଧି କହି ତାଙ୍କ ଦ୍ବାରା କୌଣସି ଅପ୍ରିତିକର କାର୍ଯ୍ଯ ହୁଏ ବା ସେ କରନ୍ତି ସେଥିପାଇଁ ଜିଟିଭି ଭାରତ ଓଡିଆ ସମ୍ପାଦକ ଦାୟୀନୁହନ୍ତି |   (12-Apr-2026 07:08:00 PM) | ଚୈତନ୍ଯ କାଲସାଇ ବଲାଙ୍ଗୀର ଜିଲ୍ଲାପ୍ରତିନିଧିଭାବେ ଖବର ପ୍ରେରଣ କରିବାକୁ ସଂସ୍ଥା ଠାରୁ ପରିଚୟପତ୍ର ନେଇଥିଲେ | କୌଣସି କାର୍ଯ୍ଯ ନକରିବାରୁ ତାଙ୍କୁ ଦିଆଯାଇଥିବା ପରିଚୟପତ୍ର ଓ କାର୍ଡକୁ ଆଜ ତା 12.04.2026 ରିଖରୁ ରଦ୍ଧ କରିଦିଆଗଲା |    (12-Apr-2026 07:05:00 PM) | ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter