02-Oct-2025
ନୂଆଦିଲ୍ଲୀ : କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପୁଞ୍ଜି ଖର୍ଚ୍ଚକୁ ତ୍ୱରାନ୍ୱିତ କରିବା ଏବଂ ସେମାନଙ୍କ ବିକାଶ/କଲ୍ୟାଣ ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ଅର୍ଥ ଯୋଗାଇବା ପାଇଁ ଟିକସ ହସ୍ତାନ୍ତରର ଏକ ଅଗ୍ରୀମ କିସ୍ତି ଭାବେ ରାଜ୍ୟ ସରକାରମାନଙ୍କୁ ୧,୦୧,୬୦୩ କୋଟି ଟଙ୍କାର ଅତିରିକ୍ତ ଟିକସ ହସ୍ତାନ୍ତର କରିଛନ୍ତି ।ଯାହା ୨୦୨୫-୨୬ ପାଇଁ ଅନୁରୂପ ବଜେଟ୍ ଆକଳନ (BE) ର ୩୧.୩ ପ୍ରତିଶତ। ଏହି ପ୍ରକ୍ରିୟାରେ ଓଡିଶା ସରକାରକୁ ୪୬୦୧ କୋଟି ଟଙ୍କା ଦେଇଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବୁଧବାର ଏହା ଘୋଷଣା କରିଛି ।ଏହି ତାଲିକାରେ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଉତ୍ତରପ୍ରଦେଶକୁ ୧୮,୨୨୭ କୋଟି ଟଙ୍କା ମଂଜୁର ହୋଇଥିବାବେଳେ ବିହାରକୁ ୧୦,୨୧୯ କୋଟି, ପଶ୍ଚିମବଙ୍ଗକୁ ୭୬୪୪ କୋଟି, ମଧ୍ୟପ୍ରଦେଶକୁ ୭୯୭୬ କୋଟି ଓ ମହାରାଷ୍ଟ୍ରକୁ ୬୪୧୮ କୋଟି ଏବଂ ରାଜସ୍ଥାନ ୬ ,୧୨୩ କୋଟି,ଆନ୍ଧ୍ର ପ୍ରଦେଶ ୪,୧୧୨ କୋଟି , ଓଡ଼ିଶା ୪,୬୦୧ କୋଟି , ତାମିଲନାଡୁ ୪,୧୪୪ କୋଟି, କର୍ଣ୍ଣାଟକ ୩,୭୦୫ କୋଟି, ଏବଂ ଝାଡ଼ଖଣ୍ଡ ୩,୩୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି।କେନ୍ଦ୍ର ସରକାର ୨୦୨୫ ମସିହା ଅକ୍ଟୋବର ୧୦ ତାରିଖରେ ଜାରି ହେବାକୁ ଥିବା ସାଧାରଣ ମାସିକ ହସ୍ତାନ୍ତର ବ୍ୟତୀତ ୨୦୨୫ ଅକ୍ଟୋବର ୧ ତାରିଖରେ ରାଜ୍ୟ ସରକାରମାନଙ୍କୁ ଅତିରିକ୍ତ ୧,୦୧,୬୦୩ କୋଟି ଟଙ୍କାର ଟିକସ ହସ୍ତାନ୍ତର ଜାରି କରିଛନ୍ତି।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।