03-Oct-2025
ନୂଆଦିଲ୍ଲୀ:ଭାରତର ନିଜସ୍ବ କ୍ଷେତ୍ରରେ ପ୍ରଥମ ଥର ପାଇଁ ହେଲିକପ୍ଟର ନିର୍ମାଣର ବଡ ପଦକ୍ଷେପ ହେବାକୁ ଯାଉଛି । ଟାଟା ଆଡଭାନ୍ସ ଲିମିଟେଡ୍ କର୍ଣ୍ଣାଟକର ଭେମଗଲରେ ଏୟାରବେସ୍ ସହ ସହଭାଗିତା H୧୨୫ ହେଲିକପ୍ଟର ତିଆରି କରିବା ପାଇଁ ଫାଇନାଲ୍ ଆସେମ୍ବଲି ଲାଇନ ସ୍ଥାପିତ ହେବ । ଏହି ପରିଯୋଜନା କେବଳ ଭାରତର ସିଭିଲ୍ ଏବିଏସନ ଇଣ୍ଡଷ୍ଟ୍ରି ର ନୂଆ ରାସ୍ତା ଦେଖାଇବ।ଏହା ସହ ଏଥିରେ ଥିବା ଆବଶ୍ୟକତା ପୂରଣ କରିବ । ଖାସକରି ହିମାଳୟର ଉଚ୍ଚତାରେ ନିୟଜିତ ପାଇଁ ଭାରତୀୟ ସେନା ହାଲୁକା ଓ ବହୁ ଉଦ୍ଦେଶୀୟ ହେଲିକପ୍ଟରର ଖୋଜୁଛି।ଟାଟା ଆଡଭାନ୍ସ ସିଷ୍ଟମ ଅନୁସାରେ କମ୍ପାନୀ ହେଲିକପ୍ଟରର ନିର୍ମାଣରୁ ଆରମ୍ଭ କରି ଏସେମ୍ବଲି,ଇଣ୍ଟିଗ୍ରେସନର ଶେଷ ଉଡାଣ ପରୀକ୍ଷଣ ପ୍ରକ୍ରିୟା ଭାରତରେ କରିବ । ପ୍ରଥମେ ମେକ୍ ଇନ୍ ଇଣ୍ଡିଆ H୧୨୫ ହେଲିକପ୍ଟରର ଡେଲିଭରୀ ୨୦୨୭ ରେ ହେବାର ଆଶା ରହିଛି । ଏହି ହେଲିକପ୍ଟର ଆପଦ କାଳୀନ ଚିକିତ୍ସା ସେବା, ବିପର୍ଯୟ ସହାୟତା , ପର୍ଯଟନ, କାନୁନ ବବସ୍ଥା ଏବଂ ଯାତ୍ରୀ ପରିବହନ ଭଳି କ୍ଷେତ୍ରରେ ବଡ ସୁବିଧା କ୍ଷେତ୍ରରେ ବଡ ଭୂମିକା ନେଇ ପାରିବ।ଏୟାରବସ ଇଣ୍ଡିଆ ଏବଂ ସାଉଥ୍ ରଷିଆର ଅଧ୍ୟକ୍ଷ ଜର୍ଗେନ ୱେଷ୍ଟମେୟର କହିଛନ୍ତି ଭାରତ ହେଲିକପ୍ଟର ପାଇଁ ଆଦର୍ଶ ଦେଶ ଅଟେ । ମେକ୍ ଇନ୍ ଇଣ୍ଡିଆ ,ହେଲିକପ୍ଟର ରାଷ୍ଟ୍ର ନିର୍ମାଣରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ଏବଂ ଦକ୍ଷିଣ ଏସିଆରେ ନୂତନ ବଜାର ଖୋଲିବ।ଟାଟା ଆଡଭାନ୍ସ ସିଷ୍ଟମର ଏମଡି ଏବଂ ସିଇଓ ସୁକରନ ସିଂ କହିଛନ୍ତି ଟାଟା ପ୍ରଥମ ସ୍ବଦେଶ ଭାରତୀୟ କମ୍ପାନୀ ହୋଇଥିବାରୁ ହେଲିକପ୍ଟର ତିଆରି କରିବ । ଏହା ଆମ ପାଇଁ ଗର୍ବର କଥା ।ଏହା ଦ୍ବାରା ଦେଶର ନାଗରିକ ଏବଂ ରକ୍ଷା ଆବଶକତା କୁ ଦୁଇଟି କ୍ଷେତ୍ରରୁ ବଳ ମିଳିବ।H୧୨୫ ହେଲିକପ୍ଚରର ସାମାଜିକ ସଂସ୍କରଣ H୧୨୫M ଭି ଭାରତରେ ତିଆରି କରାଯିବ । ଯେଉଁଥିରେ ଉଚ୍ଚ ସ୍ତରର ସ୍ବଦେଶୀ ଉପାଦାନ ସାମିଲ ହେବ । ଏହାକୁ ପୁରୁଣା ଚିତା ଏବଂ ଚେତକ ହେଲିକପ୍ଚରର ଆଦର୍ଶ ଉତ୍ତରାଧୀକାରୀ ମନେ କରାଯାଏ । ଏହି ପ୍ରକଳ୍ପରେ ଭାରତରେ ଆତ୍ମ ନିର୍ଭରର ନୂଆ ଉଚ୍ଚତା ମିଳିବ । ଭାରତୀୟ ଏବିଏସନ ସେକ୍ଟର ବୈଷିକ ସ୍ତରରେ ଏକ ବଡ ବଳ ହୋଇପାରିବ।ଟାଟା ଆଡଭାନ୍ସ ସିଷ୍ଟମର ଯୋଜନା ଅନୁସାରେ H୧୨୫ ହେଲିକପ୍ଟର ଗଢିବା ଏବଂ ପରିକ୍ଷା କରିବାକୁ କୁହାଯାଏ। ଯେଉଁଥିରେ ଷ୍ଟକଚରାଲ୍, ମେକାନିକାଲ୍ , ଇଲୋଟ୍ରିକାଲ୍ ,ଷ୍ଟିଟମ ଏବଂ କମ୍ପନେଣ୍ଟ ସହ ଏକ ସମ୍ପୁର୍ଣ୍ଣ ହେଲିକପ୍ଟରରେ ସଂଯୋଜିତ କରିବା । ପରିକ୍ଷଣ କରି ଗ୍ରାହକକୁ ହେଲିକପ୍ଟର ଡେଲିଭରି କରିବା ପୂର୍ବରୁ ଆବଶକୀୟ ଚୁଡାନ୍ତ ପରୀକ୍ଷଣ କରିବା କ୍ଷେତ୍ରରେ ପ୍ରଥମେ ପରୀକ୍ଷା ସାମିଲ ରହିଛି । H୧୨୫ FAL ଟାଟା ଆଡଭାନ୍ସ ସିଷ୍ଟମ ପକ୍ଷରୁ ଭାରତରେ ନିର୍ମାଣ ହେଉଥିବା ଆଉ ଗୋଟିଏ ଏୟାରବେସ୍ ବିମାନ ଏସମ୍ବଲି ପ୍ଲାଣ୍ଟ । ଏହା ପୂର୍ବରୁ ଗୁଜୁରାଟର ଭଦୋଦରାରେ C୨୯୫ ମିଲିଟ୍ରି ଏୟାରକ୍ରାଫ୍ଟ ଗଢିବା ଫ୍ଲାଣ୍ଟ ଥିଲା ।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।