• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଜାତୀୟ

04-Oct-2025

ଏବର୍ଷ ନବରାତ୍ରି ବିକ୍ରି ୧୦ ବର୍ଷରେ ସର୍ବାଧିକ

ନୂଆଦିଲ୍ଲୀ: ଜିଏସ୍ଟି ସଂସ୍କାର ପ୍ରଭାବରେ ନବରାତ୍ରି ବିକ୍ରିରେ ନୂଆ ରେକର୍ଡ ହୋଇଛି। ଏହି ବିକ୍ରି ଗତ ୧୦ ବର୍ଷରେ ସର୍ବାଧିକ ବୋଲି ପିଆଇବି ପକ୍ଷରୁ ସୂଚନା ଦିଆଯାଇଛି। ନବରାତ୍ରିରେ ମାରୁତି ସୁଜୁକିର ବିକ୍ରି ୧୦୦ ପ୍ରତିଶତ ବଢ଼ିଛି ଯାହା ଗତ ଏକ ଦଶନ୍ଧିରେ ସର୍ବାଧିକ। କମ୍ପାନିର ବୁକିଂ ଦେଢ଼ ଲକ୍ଷ ଅତିକ୍ରମ୍ କରିଥିବା ବେଳେ ଖୁବ୍ଶୀଘ୍ର ୨ ଲକ୍ଷ ହୋଇଯିବା ଆଶା କରାଯାଉଛି।ନବରାତ୍ରିର ଶେଷ ଦିନରେ କମ୍ପାନି ୮୫ ହଜାର ଗାଡ଼ି ବିକ୍ରି କରିଥିଲା। ଅନ୍ୟ ଆଠ ଦିନରେ କମ୍ପାନି ୧ ଲକ୍ଷ ୬୫ ହଜାର ଗାଡ଼ି ବିକିଛି। ନବରାତ୍ରିର ପ୍ରଥମ ଦିନରେ କମ୍ପାନି ୩୦ ହଜାର ଗାଡ଼ି ବିକ୍ରି କରିଥିଲା ଯାହା ୩୫ ବର୍ଷ ମଧ୍ୟରେ କୌଣସି ଗୋଟିଏ ଦିନରେ ସର୍ବାଧିକ ବିକ୍ରି ଥିଲା।ସେହିପରି, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଏକ୍ସୟୁଭି ୭୦୦ ଓ ସ୍କର୍ପିଓ ଏନ୍ ବିକ୍ରି ୬୦ ପ୍ରତିଶତ ବଢ଼ିଛି। ହୁଣ୍ଡାଇର କ୍ରେଟା ଓ ଭେନ୍ୟୁ ବିକ୍ରି ୭୨ ପ୍ରତିଶତ ବଢ଼ିଛି। ଟାଟା ମୋଟର୍ସ ପାର୍ବଣ ଋତୁରେ ୫୦ ହଜାର ଗାଡ଼ି ବିକ୍ରି କରିଛି। ଅଲ୍ଟ୍ରୋଜ୍, ପଞ୍ଚ୍, ନେକ୍ସନ ଓ ଟିଆଗୋ ଭଳି ମଡେଲ୍ ଚାହିଦାରେ ଥିଲା। ହିରୋ ମୋଟୋକର୍ପ ବିକ୍ରିରେ ଦୁଇ ଗୁଣା ବୃଦ୍ଧି ହାସଲ କରିଥିବା ବେଳେ ବଜାଜ୍ ଅଟୋର ବିକ୍ରି ମଧ୍ୟ ଉଲ୍ଲେଖନୀୟ ବଢ଼ିଛି। ଟିଭି, ଫ୍ରିଜ୍, ଏସି ଭଳି ସାମଗ୍ରୀ ବିକ୍ରି କରୁଥିବା କମ୍ପାନି ଏଲ୍ଜି, ହାୟର ଓ ଗୋଦରେଜ୍ର ବିକ୍ରି ନବରାତ୍ରି ସମୟରେ ଦୁଇଗୁଣା ବଢ଼ିଛି। ହାୟରର ବିକ୍ରି ୮୫ ପ୍ରତିଶତ ବଢ଼ିଛି। ରିଲାଏନ୍ସ ରିଟେଲ୍ର ବିକ୍ରି ଗତବର୍ଷ ନବରାତ୍ରି ତୁଳନାରେ ୨୦-୨୫ ପ୍ରତିଶତ ବୃଦ୍ଧି ପାଇଛି। କମ୍ପାନି ଷ୍ଟୋର୍ରେ ବଡ଼ ସ୍କ୍ରିନ୍ର ଟିଭି, ସ୍ମାର୍ଟଫୋନ୍ ଓ ଫ୍ୟାସନ ସାମଗ୍ରୀ ଅଧିକ ବିକ୍ରି ହୋଇଛି।
   ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।

107