04-Oct-2025
ଭୁବନେଶ୍ବର: ଆସନ୍ତା ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସମ୍ଭାବନା ରହିଛି । ଆସନ୍ତା ୯ରୁ ୧୫ ତାରିଖ ଯାଏ ପୂର୍ବ ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଏଥିରେ ଆକଳନ କରାଯାଇଛି। ଏପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ଥିବା ଅବପାତ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଅବପାତ ଜନିତ ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।ଏବେ ସୁଦ୍ଧା ମୌସୁମୀ ଅଗ୍ରସର ଠାରୁ ଆରମ୍ଭ କରି ୧୬ଟି ଲଘୁଚାପ ଓଡ଼ିଶାକୁ ପ୍ରଭାବିତ କରିଥିବା ସୂଚନା ମିଳିଛି । ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ଘାଟି ରାସ୍ତାରେ ବଡ ଧରଣର ଭୂସ୍ଖଳନ ହୋଇଛି।ଫଳରେ ମୋହନା ଅଞ୍ଚଳରେ ଦୁଇ ଖଣ୍ଡ ପଞ୍ଚାୟତକୁ ଯାତାୟାତ ଠପ୍ ।ଅବପାତ ଜନିତ ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ସଂଗ୍ରାମ ମହାପାତ୍ର ଗଜପତି ଜିଲ୍ଲାର ଭୂସ୍ଖଳନ ଅଞ୍ଚଳ ବୁଲି ଦେଖିଛନ୍ତି । ପ୍ରାଶାସନିକ ଅଧିକାରୀଙ୍କ ସହ ଭୂସ୍ଖଳନରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସମୀକ୍ଷା କରିଛନ୍ତି।ଏଥିସହ ଫୁର୍ଲିଝରଣ ଜଳପ୍ରପାତକୁ ଆସନ୍ତା ୨ ଦିନ ପାଇଁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ କରିଦିଆଯାଇଛି। ଅନେକ ଲୋକଙ୍କ ଘର ଭାଙ୍ଗିଯାଇଛି। ବହୁ ଲୋକଙ୍କ ଘରକୁ ପାଣି ପଶିଥିବାରୁ ଖାଦ୍ୟ ସାମଗ୍ରୀ ସହ ଅନ୍ୟ ଜିନିଷପତ୍ର ଭିଜି ନଷ୍ଟ ହୋଇଛି।ଏପଟେ ଆଗାମୀ ୨୪ ଘଣ୍ଟାରେ ଭୀଷଣ ବର୍ଷା ପାଇଁ ୨ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ବାକି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି ହୋଇଛି।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।