• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ରାଜ୍ୟ

05-Oct-2025

ଆଧାର କାର୍ଡର ବାୟୋମେଟ୍ରିକ୍ ସଂଶୋଧନ ପାଇଁ ଦେୟ ଛାଡ଼ କଲା ୟୁଆଇଡିଏଆଇ;ଉପକୃତ ହେବେ ଦେଶର ପ୍ରାୟ ୬ କୋଟି ପିଲା

ଭୁବନେଶ୍ବର: ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏକ ଲୋକାଭିମୁଖୀ ପଦକ୍ଷେପ ଗ୍ରହଣ କରିଛି। ବାଧ୍ୟତାମୂଳକ ବାୟୋମେଟ୍ରିକ୍ ସଂଶୋଧନ (ଏମ୍ବିୟୁ-୧) ପାଇଁ ସମସ୍ତ ଦେୟ ଛାଡ଼ କରିଛି, ଯାହାଦ୍ବାରା ଦେଶର ପ୍ରାୟ ୬ କୋଟି ପିଲା ଉପକୃତ ହୋଇପାରିବେ। ଏହି ବର୍ଗଙ୍କ ପାଇଁ ଏମ୍ବିୟୁ ଶୁଳ୍କ ଛାଡ଼ ଅକ୍ଟୋବର ୧ରୁ ଲାଗୁ ହୋଇଛି ଏବଂ ଏହା ଗୋଟିଏ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ।୫ ବର୍ଷରୁ କମ୍ ବୟସର ପିଲାଙ୍କ ଫଟୋ, ନାମ, ଜନ୍ମ ତାରିଖ, ଲିଙ୍ଗ, ଠିକଣା ଓ ଜନ୍ମ ପ୍ରମାଣପତ୍ର ପ୍ରଦାନ କରି ଆଧାର ପାଇଁ ପଞ୍ଜୀକରଣ କରିଥାନ୍ତି। ଆଧାର ପଞ୍ଜୀକରଣ ପାଇଁ ୫ ବର୍ଷରୁ କମ୍ ବୟସର ପିଲାଙ୍କ ଆଙ୍ଗୁଠି ଛାପ ଏବଂ ଆଇରିସ୍ ବାୟୋମେଟ୍ରିକ୍ସ ଗ୍ରହଣ କରାଯାଏ ନାହିଁ। କାରଣ ଏହି ବୟସରେ ପିଲାମାନେ ପରିପକ୍ୱ ହୋଇନଥାନ୍ତି।ପ୍ରଚଳିତ ନିୟମ ଅନୁଯାୟୀ, ପିଲାଟି ପାଞ୍ଚ ବର୍ଷ ବୟସରେ ପହଞ୍ଚିବା ପରେ ଆଧାରରେ ତା’ର ଆଙ୍ଗୁଠି ଛାପ, ଆଇରିସ୍ ଓ ଫଟୋ ସଂଶୋଧନ କରିବା ବାଧ୍ୟତାମୂଳକ। ତାହାକୁ ପ୍ରଥମ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ସଂଶୋଧନ (ଏମ୍ବିୟୁ-୧) କୁହାଯାଏ। ସେହିପରି ଜଣେ ପିଲା ୧୫ ବର୍ଷ ବୟସରେ ପହଞ୍ଚିବା ପରେ ପୁଣି ଥରେ ବାୟୋମେଟ୍ରିକ୍ସ ସଂଶୋଧନ କରିବାକୁ ବାଧ୍ୟ, ଯାହାକୁ ଦ୍ୱିତୀୟ ସଂଶୋଧନ ବା ଏମ୍ବିୟୁ-୨ କୁହାଯାଇଥାଏ। ପ୍ରଥମ ଓ ଦ୍ୱିତୀୟ ଏମ୍ବିୟୁ, ଯଥାକ୍ରମେ ୫-୭ ଏବଂ ୧୫-୧୭ ବର୍ଷ ବୟସ ମଧ୍ୟରେ ଯଦି କରାଯାଏ, ତେବେ ଏହା ମାଗଣାରେ ହୋଇଥାଏ। ଏହା ପରେ ପ୍ରତି ଏମ୍ବିୟୁ ପାଇଁ ୧୨୫ ଟଙ୍କାର ଏକ ନିର୍ଦ୍ଧାରିତ ଶୁଳ୍କ ଆଦାୟ କରାଯାଏ। ଏହି ନିଷ୍ପତ୍ତି ସହ ଏମ୍ବିୟୁ ବର୍ତ୍ତମାନ ୫ରୁ ୧୭ ବର୍ଷ ବୟସର ସମସ୍ତ ପିଲାଙ୍କ ପାଇଁ ମାଗଣା ହେବ। ସଂଶୋଧିତ ବାୟୋମେଟ୍ରିକ୍ ସହିତ ଆଧାର ସହଜ ଜୀବନଯାପନକୁ ସୁଗମ କରିଥାଏ। ସ୍କୁଲ ନାମଲେଖା, ପ୍ରବେଶିକା ପରୀକ୍ଷା ପାଇଁ ପଞ୍ଜୀକରଣ, ଛାତ୍ରବୃତ୍ତିର ଲାଭ, ଡିବିଟି (ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର) ଯୋଜନା ଆଦି ସେବା ପାଇବାରେ ଆଧାରର ସୁଗମ ବ୍ୟବହାର ସୁନିଶ୍ଚିତ କରିଥାଏ। ଏ ପରିପ୍ରେକ୍ଷୀରେ ପିତାମାତା, ଅଭିଭାବକ ପ୍ରାଥମିକତା ଆଧାରରେ ସେମାନଙ୍କ ପିଲାର ବାୟୋମେଟ୍ରିକ୍ସ ସଂଶୋଧନ କରିବାକୁ ପରାମର୍ଶ ଦିଆଯାଇଛି।

       ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।

154