• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ରାଜ୍ୟ

24-Nov-2025

ତାଗିଦ ସତ୍ତ୍ୱେ ବଦଳୁନି ପ୍ରଶାସନିକ ଢାଞ୍ଚା, ଅନୁଗର୍ଗ ହୋଇପାରନ୍ତି ରାଜ୍ୟର ନୂଆ ମୁଖିଆ !

ଭୁବନେଶ୍ବର(ବ୍ଯୁରୋ) ରାଜ୍ୟରେ ଦୀର୍ଘ 17 ମାସ ଧରି କ୍ଷମତାସୀନ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର | ଏହି ସରକାର 2024 ସେପ୍ଟେମ୍ବର 27 ଓ 2025 ନଭେମ୍ବର ୧୮ରେ ଦୁଇଥର ଜିଲ୍ଲାପାଳ ସମ୍ମିଳନୀ ଡାକି ନିଜର ଆଭିମୁଖ୍ୟ ଜଣାଇ ସାରିଲେଣି । ବର୍ଷକ ତଳେ ‘ଦୁର୍ନୀତିକୁ ନେଇ ଜିରୋ ଟଲେରାନ୍ସ’ କଥା କହିଥିବା ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ରାଜସ୍ୱ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପୁଣିଥରେ ସେହି ‘ଦୁର୍ନୀତି’ ପ୍ରସଙ୍ଗରେ ନିଜର ଉଦବେଗ ଜଣାଇଛନ୍ତି । କିନ୍ତୁ ପ୍ରଶାସନିକ ଢାଞ୍ଚାରେ ସେଭଳି କୌଣସି ଆଖିଦୃଶିଆ ପରିବର୍ତ୍ତନ ଆସିନି କିମ୍ବା ଦୁର୍ନୀତି ଉପରେ ନିୟନ୍ତ୍ରଣ ତ ଦୂରର କଥା ଓଲଟା ଦୁର୍ନୀତି ଏବେ ପ୍ରତଟି ବିଭାଗ ଓ ସରକାରୀ ଅଫିସରେ କାୟା ମେଲାଇ ଚାଲିଛି । ଏହାକୁ ରୋକିବାକୁ ସରକାର ପଦକ୍ଷେପ ନେଉଥିବା ଜଣାଯାଇଛି.ବିଶେଷ କରି ଗାଦି ମାଡି ବସିଥିବା ଅଧିକାଂଶ ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁଁ ଦୁର୍ନୀତିରେ ରୋକ ଲାଗିପାରୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି. ତେଣୁ ପ୍ରଥମେ ଦୀର୍ଘ ବର୍ଷଧରି ଗୋଟିଏ ବିଭାଗରେ ରହିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ହଟାବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତଦେଇଛନ୍ତି | ଅପରପକ୍ଷରେ ଏଥିରେ ସଂସ୍କାର ଆଣିବା ପାଇଁ ମୋହନ ସରକାର ଗୁରୁତ୍ୱ ଦେଉଥିବା ଜଣାଯାଇଛି, ତେବେ ମୁଖ୍ୟ ଶାସନ ସଚିବ ପରିବର୍ତ୍ତନ ହେବେ. କାରଣ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଅର୍ଥାତ ଡିସେମ୍ବର 31ରେ ସରିବ. ତେବେ ଅନୁ ଗର୍ଗ ହୋଇପାରନ୍ତି ରାଜ୍ୟର ନୂଆ ମୁଖିଆ, ରାଜ୍ୟରେ ମୋହନ ସରକାର ୨୦୨୪ ଜୁନ୍ ୧୨ ତାରିଖରେ ଦାୟିତ୍ୱ ନେବାପରେ ମୁଖ୍ୟ ସଚିବ ଭାବେ ମନୋଜ ଆହୁଜା ଓ ପୁଲିସ ଡିଜି ୱାଇବି ଖୁରାନିଆଙ୍କୁ ଦିଲ୍ଲୀରୁ ଓଡ଼ିଶା ପଠାଗଲା । ମାତ୍ର ସେମାନଙ୍କ କାର୍ଯ୍ୟଶୈଳୀ ଓ ଦକ୍ଷତା ମୋହନ ସରକାର ପାଇଁ ଉତ୍ସାହଜନକ ରହିନଥିବା ଚର୍ଚ୍ଚା ହେଉଛି । ଯଦିଓ ୨୦୨୪ ଜୁନ୍ ୨୯ ତାରିଖରେ ମୁଖ୍ୟ ସଚିବ ଭାବେ ନିଯୁକ୍ତି ପାଇଥିବା ଶ୍ରୀ ଆହୁଜାଙ୍କ କାର୍ଯ୍ୟକାଳକୁ ଏକବର୍ଷ ବୃଦ୍ଧି କରାଯାଇଛି ଓ ତାଙ୍କର କାର୍ଯ୍ୟକାଳ ଡିସେମ୍ବର ୩୧ତାରିଖରେ ଶେଷ ହେବ । ମୋହନ ସରକାରଙ୍କ ଇଚ୍ଛାଶକ୍ତିକୁ ବାସ୍ତବ ରୂପ ଦେବାରେ ଶ୍ରୀ ଆହୁଜାଙ୍କ ନେତୃତ୍ୱାଧୀନ ଟିମ୍ ପଛରେ ପଡ଼ିଥିବାରୁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିବା ମୁଡରେ ଆଉ ଶାସକ ବିଜେପି ନଥିବା ଜଣାପଡ଼ିଛି । ଏପଟେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ମୋହନ ମାଝୀଙ୍କ ସରକାର ତୃଣମୂଳସ୍ତରରେ ନିଜର ଭାବମୂର୍ତ୍ତିରେ ସୁଧାର ଓ ଲୋକପ୍ରିୟତା ପାଇଁ ଚଳାଇଥିବା କସରତରେ ‘ବାବୁତନ୍ତ୍ର’ ବ୍ରେକ୍ ଦେବାରେ ଲାଗିଛି । ଯେଉଁଥିପାଇଁ ପ୍ରତିଟି ଛୋଟବଡ଼ ପ୍ରଶାସନିକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ୁଥିବା ଓ ବାରମ୍ବାର ତାଗିଦ୍ ପରେ ହିଁ ପ୍ରଶାସନିକ କଳ କ୍ରିୟାଶୀଳ ହେଉଥିବା ପାୱାର କରିଡରରେ ଚର୍ଚ୍ଚା ହେଉଛି । 
ଆଉ ଏହି ପ୍ରଶାସନିକ ସ୍ଥାଣୁତାକୁ ଦୂର କରିବା ନିମନ୍ତେ ଆସନ୍ତା ଜାନୁୟାରୀ ପହିଲାରୁ 1991 ବ୍ୟାଚ୍ ଆଇଏଏସ୍ ଅନୁ ଗର୍ଗଙ୍କୁ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଜନା କରିଥିବା ସୂଚନା ମିଳିଛି । ଓଡ଼ିଶା ଇତିହାସରେ ‘ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ’ ଭାବେ ଅନୁ ଗର୍ଗଙ୍କୁ ଅବସ୍ଥାପିତ କରି ମୋହନ ସରକାର ଆଗାମୀ ପଞ୍ଚାୟତ ନିର୍ବାଚନରେ ମହିଳା ଭୋଟରକୁ ଆକୃଷ୍ଟ କରିବା ସହ ପ୍ରଶାସନିକ କଳକୁ ଅଧିକ ଦକ୍ଷ ଓ ଗତିଶୀଳ କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।

142