• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ରାଜ୍ୟ

27-Nov-2025

ଲୋକ ପ୍ରତିନିଧିଙ୍କୁ ପରାମର୍ଶ, ଆଚରଣ ଓ ଉଚ୍ଚାରଣରେ ସଂଜମତା ଆଣନ୍ତୁ : ରାଷ୍ଟ୍ରପତି

ଭୁବନେଶ୍ବର(ବ୍ଯୁରୋ)ଓଡ଼ିଶା ବିଧାନସଭା ଇତିହାସରେ ଆଜି ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି | ଦେଶର ପ୍ରଥମ ନାଗରିକ ତଥା ଓଡ଼ିଶାର ଗର୍ବ ଓ ଗୌରବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରି ଅତୀତର ସ୍ମୃତିକୁ ରୋମନ୍ଥନ କରିବା ସହ ଭବିଷ୍ୟତ ଭାରତ ଗଠନ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି । ଜୟ ଜଗନ୍ନାଥ କହି ବିଧାନସଭାରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି । କହିଛନ୍ତି, ଘରକୁ ଫେରିବା ପରି ମନେ ହେଉଛି । ରାଜ୍ୟପାଳ ଏକଦମ ଠିକ୍‌ କହିଛନ୍ତି । ଦେଶର ଅନେକ ବିଧାନସଭାକୁ ସମ୍ବୋଦନ କରିବାର ସୁଯୋଗ ପାଇଛି । କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଦନ କରିବା ମୋ ପାଇଁ ଅତ୍ୟଧିକ ଖୁସିର କଥା । ଏ ଗୃହ ମତେ ସବୁକିଛି ଶିଖାଇଛି ।ମୁଁ ଗାଁରୁ ଆସିଥିଲି ସାଧାରଣ ଝିଅ ହୋଇ, ଏ ଗୃହ ମୋତେ ସବୁ କିଛି ଶିଖେଇଛି । ରାଜନୈତିକ ହିସାବରେ ସମସ୍ତଙ୍କୁ କେମିତି ବ୍ୟବହାର କରିବା । ଏ ମୋତେ ନିଅଁ ଦେଇଛି, ଆଉ ଏ ନିଅଁ ସୁଦୃଢ଼ ହେଇନଥାନ୍ତା ଯଦି ଓଡ଼ିଶା ଲୋକଙ୍କ ଆଶୀର୍ବାଦ ନଥାନ୍ତା । ମୁଁ ଯେଉଁ ଜାଗାରେ ଅଛି ସେହି ଜାଗାରେ ପହଞ୍ଚିପାରିନଥାନ୍ତି । ବିଧାନସଭାର ବହୁତ ସ୍ମୃତି ମନେ ପଡ଼ୁଛି । ବିଧାୟିକା ଭାବରେ ପ୍ରଶ୍ନ କରିଛି, ମନ୍ତ୍ରୀ ହୋଇ ଉତ୍ତର ରଖିଛି । ଅନେକ ସଦସ୍ୟଙ୍କୁ ମୁଁ ଜାଣିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୁଁ କାମ କରିଛି । ୨୦୦୦ ମସିହାରେ ମୋହନ ବାବୁଙ୍କ ସହ ବି କାମ କରିଛି । ଆତ୍ମୀୟ ପରିବେଶରେ ଭାବବିହ୍ୱଳ ହେଉଛି । ଦେଶର ସ୍ୱାଧୀନତା ସଂଗ୍ରାମ ଓ ରାଷ୍ଟ୍ରଗଠନ ଦିଗରେ ଓଡ଼ିଶାର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଏଇଠି ଇଂରେଜ ବିରୋଧରେ ସଂଗ୍ରାମ ଆରମ୍ଭ ହୋଇଥିଲା । ଏହାର ମହାନାୟକ ଥିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର । ଲବଣ ସତ୍ୟାଗ୍ରହରେ ଓଡ଼ିଶାର ନେତା ଓ ଜନତା ଅଂଶଗ୍ରହଣ କରିଥିଲେ । ଅନେକ ଓଡ଼ିଆ ଗୁଳି ଖାଇଛନ୍ତି । ବାଜିରାଉତଙ୍କ ବଳିଦାନ ଏହି ମାଟିର ବୀରତ୍ୱର କଥା । ବିଜୁ ବାବୁଙ୍କ ସାହସ ଓ କାମ ଦେଶବାସୀଙ୍କ ମନେ ରହିବ । ନେତାଜୀଙ୍କୁ ଜନ୍ମ ଦେଇ ଓଡ଼ିଶା ଧନ୍ୟ । ଭାରତ ନିର୍ମାଣରେ ଓଡ଼ିଶାର ଭୂମିକା କାଳେ କାଳେ ରହିଛି । ଓଡ଼ିଶାରେ ନାରୀ ସଶକ୍ତିକରଣରେ ଉଦାହରଣ । ଓଡ଼ିଶାର ବିଧାନସଭାରେ ଅନେକ ମହିଳା ବିଧାୟିକା ଅଛନ୍ତି । ଏମିତି କୌଣସି ବିଧାନସଭା ନାହିଁ ଯେଉଁଥିରେ ମହିଳାମାନେ ବିଧାୟିକା ପ୍ରତିନିଧିତ୍ୱ କରିନାହାନ୍ତି । ଓଡ଼ିଶାର ଅନେକ ମହିଳା ଦକ୍ଷ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ଓଡ଼ିଶା ବିଧାନସଭାରେ ବିତର୍କର ସୁସ୍ଥ ପରମ୍ପରା ରହିଛି । ପେପର୍‌ ଲେସ୍‌ ବିଧାନସଭାରେ ଓଡ଼ିଶା ବିଧାନସଭା ପରିଣତ ହୋଇଛି ।  ମୋହନ ମାଝୀ ମୁଖ୍ଯମନ୍ତ୍ରୀ ହେବା ପରେ ଅନେକ ବିକାଶ କାମ କରିଛନ୍ତି । ସୁଭଦ୍ରା ଯୋଜନାରେ ଅନେକ ମହିଳା ସ୍ୱାବଲମ୍ବୀ ହୋଇଛନ୍ତି । ସବୁବର୍ଗର ଲୋକଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ ହେଉଛି । ଧାନକିଣା ଉପରେ ରାଜ୍ୟ ସରକାର ସବ୍‌ସିଡି ଦେବା ବହୁତ ଭଲ କଥା । ଚାଷୀର ଉନ୍ନତି ନହେଲେ ରାଜ୍ୟର ଉନ୍ନତି ହେବନାହିଁ।
ଓଡ଼ିଶାର ପ୍ରଗତୀ ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି । ପ୍ରକୃତି ସବୁ ଦେଇଛି ଓଡ଼ିଶାକୁ । ଜଙ୍ଗଲ, ଖଣି, ପାଣି ସବୁ ଅଛି । ଶ୍ରମିକଙ୍କ ଠୁ ଶିଳ୍ପପତି ସବୁଥିରେ ଓଡ଼ିଶା ସମୃଦ୍ଧ । କୃଷି, ଶିଳ୍ପ ଓ ବାଣିଜ୍ୟର ବିକାଶ ପାଇଁ ଓଡ଼ିଶା ଅନେକ କାମ କରୁଛି । ୨୦୪୭ ବେଳକୁ ଭାରତ ବିକଶିତ ଦେଶରେ ପରିଣତ ହୋଇସାରିଥିବ ବୋଲି ବିଶ୍ୱାସ ରହିଛି ।  ନିଜ ଜନ୍ମମାଟିରୁ ସମଗ୍ର ବିଶ୍ୱକୁ ଗଣତନ୍ତ୍ର ଓ ବିକାଶର ବାର୍ତ୍ତା ଦେଇଛନ୍ତି । ଓଡ଼ିଶାର ମାଟି, ପାଣି ଓ ପବନରୁ ବଢି ଦେଶର ସର୍ବୋଚ୍ଚ ଆସନରେ ବସିଥିବା ମାଟିର ଝିଅ ନିଜ ପୁରୁଣା କର୍ମଭୂମି(Odisha Assembly) ରେ ଛିଡ଼ା ପ୍ରାୟ ୨୫ମିନିଟ୍ ଧରି ନିଜର ପୁରୁଣା ଦିନର ସ୍ମୃତିଚାରଣ କରୁଥିଲେ ଓ ରାଜ୍ୟର ବିକାଶ ପାଇଁ ବ୍ୟାକୁଳତା, ଗଣତାନ୍ତ୍ରିକ ମୂଲ୍ୟବୋଧର ଶିକ୍ଷା ଓ ବିକାଶର ବାର୍ତ୍ତା ଦେଉଥିଲେ ସେତେବେଳେ ସମଗ୍ର ଗୃହ ନିସ୍ତବ୍ଧ ହୋଇଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭା ଗୃହକୁ ସମ୍ବୋଧିତ କରି ନିଜ ପୁରୁଣା ଦିନର ସ୍ମୃତିଚାରଣ କରି ଭାବବିହ୍ୱଳ ହୋଇପଡିଥିଲେ । ସେ କହିଥିଲେ ଯେ, ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ରାଇରଙ୍ଗପୁର ବିଧାୟିକା ଭାବରେ ସେ ଏହି ଗୃହର ସଦସ୍ୟା ଥିଲେ । ଏହି ବିଧାନସଭା ତାଙ୍କ ପାଇଁ କେବଳ ଏକ ଗୃହ ନୁହେଁ, ଏହା ତାଙ୍କର ମାତୃତୁଲ୍ୟ । ଏଠାରୁ ଶିଖିଥିବା ଅନୁଶାସନ ଓ ଶିକ୍ଷା ତାଙ୍କୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚାଇଛି । ସେ ବିଧାୟକମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଗଣତନ୍ତ୍ରରେ ବିରୋଧାଭାସ ରହିପାରେ, କିନ୍ତୁ ଶତ୍ରୁତା ରହିବା ଉଚିତ ନୁହେଁ । ସମସ୍ତେ ମିଳିମିଶି ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବା ଆବଶ୍ୟକ । ବର୍ତ୍ତମାନର ରାଜନୀତିରେ ବଢୁଥିବା ତିକ୍ତତା ପ୍ରତି ଇଙ୍ଗିତ କରି ସେ କହିଥିଲେ ଯେ, ଗଣତନ୍ତ୍ରରେ ଶାସକ ଓ ବିରୋଧୀ ଗୋଟିଏ ରଥର ଦୁଇଟି ଚକ ସଦୃଶ । ବିଚାରଧାରାରେ ଭିନ୍ନତା ରହିବା ସ୍ୱାଭାବିକ, କିନ୍ତୁ ଏହା ଶତ୍ରୁତାରେ ପରିଣତ ହେବା ଉଚିତ ନୁହେଁ । ସେ ବିଧାୟକମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ଗଣତନ୍ତ୍ରର ମନ୍ଦିରରେ ଅନୁଶାସନ ବଜାୟ ରଖିବାକୁ ସେ ବିଧାୟକମାନଙ୍କୁ ପରାମର୍ଶ ଦେଇଥିଲେ । ଗୃହ ଭିତରେ ତର୍କ ହେଉ, ବିର୍ତକ ହେଉ, କିନ୍ତୁ ସବୁବେଳେ ଜନହିତକୁ ପ୍ରାଥମିକତା ଦିଆଯାଉ । ନିଜସ୍ୱ ସ୍ୱାର୍ଥ ଅପେକ୍ଷା ରାଜ୍ୟର ସ୍ୱାର୍ଥ ବଡ଼ ହେବା ଦରକାର ।  ସେ କହିଥିଲେ, ଆପଣମାନଙ୍କ ଆଚରଣ ଓ ଉଚ୍ଚାରଣ ସାଧାରଣ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଉଚିତ୍ । ଶାସକ ଓ ବିରୋଧୀ ଦଳ ମିଳିମିଶି ରାଜ୍ୟର ବିକାଶ ପାଇଁ କାମ କରିବା ଉଚିତ୍ ।ନିଜର ଭାଷଣ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କାଳଜୟୀ କବିତା ଦେଶର କଲ୍ୟାଣେ ଲଭିଲେ ମରଣ, ହୁଅଇ ଦେଶର ଶୁଭ ସାଧନର ଉଦାହରଣ ଦେଇ ତ୍ୟାଗ ଓ ସେବାର ମନ୍ତ୍ର ଫୁଙ୍କିଥିଲେ । ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚେତନା ଏବଂ ଓଡ଼ିଆ ଅସ୍ମିତା କଥା ଉଲ୍ଲେଖ କରି କହିଥିଲେ ଯେ, ଓଡ଼ିଆ ଜାତିର ଇତିହାସ ଗୌରବମୟ । ଏହି ଗୌରବକୁ ଆଗକୁ ନେବା ପାଇଁ ସମସ୍ତ ବିଧାୟକଙ୍କୁ ଏକଜୁଟ ହୋଇ କାମ କରିବାକୁ ପଡିବ ।  ଏହି ଅବସରରେ ବୀର ସୁରେନ୍ଦ୍ର ସାଏ, ବାଜି ରାଉତ, ଲକ୍ଷ୍ମଣ ନାୟକଙ୍କ ବଳିଦାନକୁ ସ୍ମରଣ କରିବା ସହ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସେ ଗୁରୁତ୍ୱର ସହ ଉଲ୍ଲେଖ କରି କହିଥିଲେ ଯେ, ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମକୁ ଆଗକୁ ବଢିବାକୁ ହେବ । ଓଡ଼ିଶାର ରାଜନୈତିକ ସୌହାର୍ଦ୍ଧ୍ୟର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି ଓ ଏହାକୁ ବଜାୟ ରଖିବା ବର୍ତ୍ତମାନର ପିଢ଼ିର ଦାୟିତ୍ୱ ବୋଲି କହିଥିଲେ। ରାଷ୍ଟ୍ରପତି (President Droupadi Murmu) କେବଳ ଅତୀତରେ ସୀମିତ ନରହି ଭବିଷ୍ୟତର ଓଡ଼ିଶା ପାଇଁ ଏକ ସ୍ପଷ୍ଟ ଚିତ୍ର ଆଙ୍କିଥିଲେ । ୨୦୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ । ଏହି ସମୟକୁ ଦୃଷ୍ଟିରେ ରଖି ସେ ବିଧାୟକମାନଙ୍କୁ ଏବେଠାରୁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଓଡ଼ିଶାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଓଡ଼ିଶାର ଖଣିଜ ସମ୍ପଦ, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମାନବ ସମ୍ବଳର ସଦୁପଯୋଗ କରି ଏହାକୁ ଦେଶର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ହେବ । ସେ ନାରୀ ସଶକ୍ତିକରଣ, ଆଦିବାସୀଙ୍କ ବିକାଶ ଏବଂ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାକୁ ରାଷ୍ଟ୍ରପତି ପ୍ରଶଂସା କରି କହିଥିଲେ ଯେ ଏହାଦ୍ୱାରା ମହିଳାମାନେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ ଏବଂ ଅନେକ ମହିଳା ଲକ୍ଷପତି ଦିଦି ହେବାର ସ୍ୱପ୍ନ ପୂରଣ କରିପାରିବେ । ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ ପ୍ରାରମ୍ଭିକ ଅଭିଭାଷଣ ରଖି ରାଷ୍ଟ୍ରପତିଙ୍କୁ ଓଡ଼ିଶାର ମାଟିର ଝିଅ ବୋଲି ସମ୍ବୋଧନ କରିବା ସହ ତାଙ୍କ ଉପସ୍ଥିତି ଗୃହର ଗାରିମା ବୃଦ୍ଧି କରିଛି ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ରାଜ୍ୟପାଳ ହରିବାବୁ କମ୍ଭମପାଟ୍ଟି ମଧ୍ୟ ଝିଅର ଘରକୁ ଆସିବା ସହ ତୁଳନା କରି ରାଷ୍ଟ୍ରପତିଙ୍କ ମାଗଦର୍ଶର୍ନ ରାଜ୍ୟକୁ ନୂତନ ଦିଶା ଦେବ ବୋଲି ଆଶା ବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣରେ ରାଷ୍ଟ୍ରପତିଙ୍କ ସଂଘଷର୍ମୟ ଜୀବନ ଯାତ୍ରାକୁ ବର୍ଣ୍ଣନା କରି କହିଥିଲେ ଯେ, ରାଇରଙ୍ଗପୁରରୁ ରାଇସିନା ହିଲ୍ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ । ଓଡ଼ିଶାର ଜଣେ ଆଦିବାସୀ ମହିଳା ଆଜି ବିଶ୍ୱର ସବର୍ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟ ହେବା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ସେ ଉଲ୍ଲେଖ କରିଥିଲେ । ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ସହ ରାଜ୍ୟର ବିକାଶ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଅବଦାନକୁ ମନେ ପକାଇଥିଲେ । ଓଡ଼ିଶା ବିଧାନସଭା ପରିସରରେ ଆଜି ଐତିହାସିକ ତଥା ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ଦେଶର ପ୍ରଥମ ନାଗରିକ ତଥା ଓଡ଼ିଶାର ଗର୍ବ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାରେ ପହଞ୍ଚିବା ପରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା । ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି ପୁରୁଣା ସହକର୍ମୀମାନଙ୍କ ସହ ମଧ୍ୟ ରାଷ୍ଟ୍ରପତି ଭାବ ବିନିମୟ କରୁଥିବା ଦେଖିବାକୁ ମିିଳିଥିଲା । ବିଧାୟକମାନଙ୍କ ସହ ଏକ ସ୍ୱତନ୍ତ୍ର ଫଟୋ ସେସନରେ ରାଷ୍ଟ୍ରପତି ସାମିଲ ହୋଇଥିଲେ । ପରେ ରାଷ୍ଟ୍ରପତିଙ୍କୁ ବିଧାନସଭା ଗୃହ ଭିତରକୁ ପାଛୋଟି ନିଆଯାଇଥିଲା।  ଆଜିର ଏହି କାର୍ଯ୍ୟକ୍ରମବେଳେ ବିଧାନସଭା ଗ୍ୟାଲେରୀରେ କେନ୍ଦ୍ରମନ୍ତ୍ରୀ,ସାଂସଦ, ପୂର୍ବତନ ବିଧାୟକ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ରାଷ୍ଟ୍ରପତି ଭବନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

43
ବିଜ୍ଞାପନ

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ପ୍ରିୟ ଖବରର ଦ୍ୱାଦଶ ତମ ସ୍ୱନକ୍ଷତ..

ଜିଲ୍ଲା

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂ..

ସହର

ଜେକେ ପେପର୍ ମିଲ୍ସ, ଜେକେପୁରରେ ୩୭..

ଗ୍ରାମୀଣ

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍..

ଜାତୀୟ

ସଂକ୍ଷେପରେ 22 ତାରିଖର 21 ଗୋଟି ମୁଖ୍..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) | "ଜିଟିଭି ଭାରତ ଡଟ୍ କମ୍" ତଥା "ଜିଟିଭି ଭାରତ ଓଡିଆ" ପୋର୍ଟାଲ କିମ୍ବା ଚାନେଲ ସମ୍ପର୍କରେ କେବଳ ରାୟଗଡ ଜୁଡିସିଆଲରେ ହିଁ ଆଇନଗତ ଆଶ୍ରୟ ନେଇପାରିବେ:ସମ୍ପାଦକ   (03-Aug-2021 03:48:00 PM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter