03-Mar-2026
ଭୁବନେଶ୍ବର(ବ୍ଯୁରୋ)ଇସିଙ୍କ ବିଜ୍ଞାପନ ଓ ନିର୍ଦ୍ଦେଶ ପରେ 10 ଟି ରାଜ୍ଯର 37 ଗୋଟି ରାଜ୍ୟସଭା ସାଂସଦ ପଦବୀ ପାଇଁ ଚଳିତ ମାର୍ଚ୍ଚ 16 ତାରିଖରେ ଭୋଟଗ୍ରହଣ ଓ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ | ଏଥି ମଧ୍ଯରେ ଓଡିଶାର 4 ଟି ପଦବୀ ପାଇଁ ମଧ୍ଯ ନିର୍ବାଚନ ଅନୁଷ୍ଠିତ ହେବ | ହେଲେ ଓଡିଶା ରାଜନିତୀରେ କଣ ହେବାର ସମ୍ଭାବନା ର ନିର୍ବାଚନ ବଦଳାଇବ କି ରାଜ୍ୟ ରାଜନୀତିରେ ସମୀକରଣ ? ସଂଖ୍ୟା ଖେଳରେ ୪ଟି ଆସନରୁ ବିଜେପି ୨ଟି ଓ ବିଜେଡି ଗୋଟିଏ ଜିତିବା ନିଶ୍ଚିତ ହୋଇ ସାରିଥିବାବେଳେ ଏବେ ଚତୁର୍ଥ ଆସନକୁ ନେଇ ଅଙ୍କ କଷା। ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ବିଜେଡି ଚତୁର୍ଥ ଆସନ ପାଇଁ କମନ କ୍ୟାଣ୍ଡିଡେଟ୍ ଘୋଷଣା କରିବା ଓ ପିସିସି ସଭାପତି ଭକ୍ତ ଚରଣ ଦାସ ତାଙ୍କୁ ସମର୍ଥନ ଦେବା- ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। ତେବେ ବିରୋଧୀଙ୍କୁ କାଉଣ୍ଟର ପାଇଁ ବିଜେପି ବି କମନ୍ କ୍ୟାଣ୍ଡିଡେଟ୍ ଦେବ ନା ବାହାର ନେତା ମଇଦାନକୁ ଆସିବେ ତାକୁ ନେଇ ସସପେନସ ଭିତରେ- ଏଥର ନିର୍ବାଚନରେ ଘୋଡ଼ା ବେପାର ଆଶଙ୍କା ବି ମୁଣ୍ଡ ଟେକିଲାଣି।ଯେହେତୁ ରାଜ୍ୟସଭା ନିର୍ବାଚନର ଚତୁର୍ଥ ସିଟ୍ ପାଇଁ ବରିଷ୍ଠ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ବିଜେଡି କମନ କ୍ୟାଣ୍ଡେଟ୍ ଘୋଷଣା କଲା ଓ ଭକ୍ତ ତାଙ୍କୁ ସମର୍ଥନ ଘୋଷଣା କଲେ। ତେଣୁ ଦତ୍ତେଶ୍ବରଙ୍କୁ ବି ମିଳିଗଲା କଂଗ୍ରେସର ସମର୍ଥନ।
ହେଲେ ବିଜେପିରୁ କିଏ ? ତାକୁ ନେଇ ଏବେ ଚର୍ଚ୍ଚା। ବିରୋଧୀଙ୍କୁ କାଉଣ୍ଟର ଲାଗି ଦତ୍ତେଶ୍ୱରଙ୍କ ଭଳି ଜଣେ ଅଣ ରାଜନୈତିକ ପ୍ରାର୍ଥୀଙ୍କୁ ବାଛିବ ନା ଦଳ ଭିତରୁ ଜଣେ କିଏ ହେବେ କମନ କ୍ୟାଣ୍ଡିଡେଟ। ଗୋଟିଏ ପଟେ ଚତୁର୍ଥ ଆସନ ପାଇଁ ବିଶିଷ୍ଟ ବ୍ୟବସାୟୀ ଦିଲ୍ଲୀପ ରାୟଙ୍କ ନାଁ ଅଧିକ ଚର୍ଚ୍ଚାରେ ଥିବା ବେଳେ ଜାତୀୟ ସ୍ତରର କିଛି ନେତାଙ୍କ ନାଁକୁ ନେଇ ବି ଆଲୋଚନା ଚାଲିଛି।ଏହା ସତ୍ୟ, ବିଜେଡି ଆଗୁଆ କମନ କ୍ୟାଣ୍ଡିଡେଟ୍ ଘୋଷଣା କରି ଶାସକ ବିଜେପିକୁ ଚେକ୍ ଦେଇଛି। ତେବେ ନଜର ପକାନ୍ତୁ ଚତୁର୍ଥ ଆସନରେ କମନ କ୍ୟାଣ୍ଡିଡେଟ୍ଙ୍କୁ ଜିତିବାକୁ ଦରକାର କି ସମୀକରଣ ଓ ସଂଖ୍ୟା ? ଏହି ପ୍ରାର୍ଥୀଙ୍କୁ ଜିତିବାକୁ ୩୦ ଭୋଟ୍ ଆବଶ୍ୟକ ଥିବାବେଳେ ବିଜେଡିର ଗୋଟିଏ ସିଟ୍ ପରେ ବଳୁଛି ଆଉ ୧୮, ତେଣେ କଂଗ୍ରେସ ପାଖରେ ରହିଛି ଜଣେ ସିପିଆଇ ବିଧାୟକଙ୍କ ସହ ୧୫ ଭୋଟ୍। ଯାହା ମିଶିଗଲେ ହେଉଛି ୩୩. ତେଣୁ ଦତ୍ତେଶ୍ୱରଙ୍କ ପାଇଁ ରାସ୍ତା ଏକ ପ୍ରକାର ସଫା ହେଉଥିଲେ ବି କଂଗ୍ରେସର 14ଭୋଟ ଯେ ବିଜେଡିର କମନ କ୍ୟାଣ୍ଡିଡେଟଙ୍କ ପାଖକୁ ଯିବ ତାହା କହିହେଉନି. କାରଣ ପିସିସି ସଭାପତି ଭକ୍ତଙ୍କ କଥାରେ ଯେ, ଦଳର 14 ବିଧାୟକ ଭିତଦେବେ ତାକୁନେଇ ବିଭିନ୍ନ ଚର୍ଚ୍ଚା ଲାଗିରହିଛି. ଚର୍ଚ୍ଚା ହେଉଛି 5ରୁ 6ଜଣ ବିଧାୟକ ଭକ୍ତଙ୍କ କଥାକୁ ଗ୍ରହଣ କରୁନାଁହାନ୍ତି. ସେପେଟେ ସିପିଏମର ଜଣେ ବିଧାୟକ ସେ କାହାକୁ ସମର୍ଥନ କରବେ ତା ମଧ୍ୟ ଠିକସେ ସୂଚନା ମିଳୁନି. ଯଦି ଏଭଳି ସ୍ଥିତି ହୁଏ, ତେବେ ଘୋଡା ବେପାରକୁ ଏଡାଇ ଦେଇ ହେବନି.ଅନ୍ୟପଟେ ବିଜେପି ପାଖରେ ୮୨ ବିଧାୟକଙ୍କ ସମର୍ଥନ ଥିବା ବେଳେ ଚତୁର୍ଥ ସିଟ୍ ହାତେଇବାକୁ ଆବଶ୍ୟକ ଆଉ ୮ ଭୋଟ୍। ଯଦି ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ ସମର୍ଥନ ଦିଅନ୍ତି, ତଥାପି ଆହୁରି ୬ ବିଧାୟକଙ୍କ ଭୋଟ୍ ଆବଶ୍ୟକ। ତାକୁ କିଭଳି ବିଜେପି ଯୋଗାଡ କରିବ ତାହା ଏବେ ବଡ଼ ପ୍ରଶ୍ନ।ଯଦି ଶାସକ ଦଳ ତୃତୀୟ ପ୍ରାର୍ଥୀ ଘୋଷଣା କରେ, ତାହାଲେ ଏହାକୁ ହାତେଇବାକୁ କ୍ରସ ଭୋଟିଂ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଅର୍ଥାତ୍ ରାଜ୍ୟସଭାରେ ପୁଣି ଦେଖିବାକୁ ମିଳିବ ଘୋଡ଼ା ବେପାର ରିପିଟ୍। ଅପର ପକ୍ଷରେ ନବୀନଙ୍କ ନିଷ୍ପତ୍ତିକୁ ଖୋଲା ଚ୍ୟାଲେଞ୍ଜ କରି ବିଜେଡିରୁ ବିଦା ହୋଇଛନ୍ତି ପୂର୍ବତନ କଟକ ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ବାଳ। ଏହାପରେ ଏବେ ନଜର ତାଙ୍କ ବିଧାୟକ ପୁଅ ସୌଭିକ ବିଶ୍ବାଳଙ୍କ ଉପରେ । ରାଜ୍ୟସଭାରେ ବିଜେଡି ପ୍ରାର୍ଥୀଙ୍କୁ ସୌଭିକଙ୍କ ଭୋଟ ମିଳିବ ତ? ସୌଭିକ ବାପାଙ୍କ ଅପମାନ ସହିବେ ତ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। ତେବେ ସଂତୃପ୍ତ ମିଶ୍ରଙ୍କୁ ବିଜେଡି ରାଜ୍ୟସଭା ପଠାଇବା ନେଇ କେବଳ ପ୍ରଭାତ ବିଶ୍ବାଳ ନୁହେଁ, ବରିଷ୍ଠ ବିଧାୟକ ରାଜା ସ୍ବାଇଁ ହୁଅନ୍ତୁ କି ବଦ୍ରି ପାତ୍ର କେହି ବି ଖୁସି ଥିଲା ଭଳି ଲାଗୁନି । ଏପରିକି ଅରୁଣ ସାହୁ ମଧ୍ୟ ଏହି ନିଷ୍ପତ୍ତିକୁ ସହଜେ ଗ୍ରହଣ କଲା ଭଳି ଲାଗୁନି । ଯେଉଁଥିପାଇଁ ନବୀନ ନାଁ ଘୋଷଣା କରୁ କରୁ ହଠାତ୍ ନବୀନ ନିବାସରୁ ଏକ ମୁହାଁ ହୋଇ ବାହୁଡିଥିଲେ ରାଜା, ଅରୁଣ ଓ ବଦ୍ରି ପାତ୍ରଙ୍କ ଭଳି ବରିଷ୍ଠ ବିଧାୟକ । ହେଲେ ପ୍ରମିଳା ମଲ୍ଲିକ କହୁଛନ୍ତି, ଆମର କିଛି ବିରୋଧ ନାହିଁ । ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ କରିଛି ବିଜେଡି ଆଉ ଦଳର ସଭାପତି ନବୀନ କହିଛନ୍ତି ସେ ହେଉଛନ୍ତି କମନ କ୍ୟାଣ୍ଡିଡେଟ୍ । କିନ୍ତୁ ବିଜେପି ଯଦି ଦଳ ପକ୍ଷରୁ 3 ପ୍ରାର୍ଥୀ ଘୋଷଣା କଲା । ତାହାଲେ ବିଜେଡିରେ କୁହୁଳୁଥିବା ଅସନ୍ତୋଷ କ୍ରସ ଭୋଟିଂରେ ପରିଣତ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଚର୍ଚ୍ଚା କଲେଣି ।