08-Mar-2026
ରାୟଗଡ଼(ପିଆର) ଠାରେ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ପାଳନର ତୃତୀୟ ଦିନରେ ଆଜି ଶକ୍ତିର ଗତି, ରାଷ୍ଟ୍ରର ପ୍ରଗତି ଶୀର୍ଷକ ସମ୍ବଳିତ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଇ ପଦଯାତ୍ରା ସ୍ଥାନୀୟ ଜିଲ୍ଲାସଂସ୍କୃତି ଭବନ ଛକରୁ ବାହାରି ସହରବାସୀଙ୍କୁ ମହିଳାଙ୍କ ଆତ୍ମସୁରକ୍ଷା, ଆତ୍ମସମ୍ମାନ ଓ ଆତ୍ମସ୍ୱାଭିମାନ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲା । ଏହି ପଦୟlତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାଏକ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏଥିରେ ପିଏ ଆଇଟିଡ଼ିଏ ଚନ୍ଦ୍ରକାନ୍ତ ମାଝୀ, ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳ ସାମନ୍ତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ସେଖ ଅlଲେନୁର, ସମେତ ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ, ରାୟଗଡ଼ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରୟାଗଡ଼ର ଛାତ୍ରୀ ମାନଙ୍କ ସମେତ ବିଭିନ୍ନ ବର୍ଗର ମହିଳା, କନ୍ୟାରତ୍ନମାନେ ଯୋଗଦାନ କରିଥିଲେ । ଏହି ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି, ରାୟଗଡ଼ ବ୍ଲକ ଛକ, କପିଳାଶ ଛକଦେଇ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିଥିଲା । ଖବରଟିକୁ ଶେଷଯାଏଁ ଦେଖିଥିବାରୁ ଆପଣଙ୍କୁ ଧନ୍ଯବାଦ, ପୁଣି ଦେଖାହେବ ଅନ୍ଯଏକ ଖବରରେ ସେହି ସମୟ ପର୍ଯ୍ଯନ୍ତ ବିଦାୟ ନେଉଛି ନମସ୍କାର |