08-Mar-2026
ରାୟଗଡ(ପିଆର)ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ଆଲ୍ପନା ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୦୮-୦୩-୨୦୨୬ ରିଖ ରବିବାର ଦିନ ଅପରାହ୍ନ ଘ.୧୦.୩୦ମି ସମୟ ରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ, ରାୟଗଡା ପରିସର ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତରଫରୁ ଆନ୍ତର୍ଜାତୀୟ ମହିଲା ଦିବସ ପାଳିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଅପର୍ନା ମହାପାତ୍ର, ମହିଳା କୋର୍ଟ ର ବିଚାରପତି ତଥା ଭାରପ୍ରାପ୍ତ ଦାୟିତ୍ୱରେ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତି ସସ୍ମିତା ମିଶ୍ର, ରାୟଗଡା ବାର ଆସୋସିଏସନର ଆଇନଜୀବି ଶ୍ରୀ ଦେବରାଜ ନାଏକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଫିସ ର ପ୍ରଣ୍ଟଅଫିସ ରିଟେନର ଶ୍ରୀମତି ଶୁଭ୍ରାକାନ୍ତି ବେହେରା ଓ ଭାରପ୍ରାପ୍ତ ଦାୟିତ୍ୱରେ ଥିବା ମହିଳା ମହାବିଦ୍ୟାଳୟ, ରାୟଗଡା ର ଅଧ୍ୟକ୍ଷ, ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ I ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ମହିଳାମାନେ ଓ ଶିଶୁମାନେ କିପରି ଯୌନ ନିର୍ଯ୍ୟାତନା ର ସୀକାର ହେଉଛନ୍ତି ଏବଂ ତାର ପ୍ରତିକାର ପାଇଁ କିପରି ଆଇନର ବ୍ୟବସ୍ଥା ଅଛି ତାହା ପିଲାମାନଙ୍କୁ ବିସୃତରେ ବୁଝାଇଥିଲେ I ଏଥି ସହିତ ବାଲ୍ୟ ବିବାହ, ଯୌତୁକ ନିର୍ଯ୍ୟାତନା, ଘରୋଇ ହିଂସା ଆଇନ, ପୋକ୍ସ ଆକ୍ଟ, ପି.ସି. ପି.ଏନ୍.ଡି.ଟି ଆକ୍ଟରେ ଉଦ୍ଦିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଦାୟିତ୍ୱରେ ଥିବା ଶ୍ରୀମତି ସସ୍ମିତା ମିଶ୍ର ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I