20-Mar-2026
ରାୟଗଡ, ବହୁଜନ ସମାଜ ପାର୍ଟି, ରାୟଗଡ ଏବଂ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ରାୟଗଡ ସ୍ଥିତ ହୋଟେଲ ତେଜସ୍ବୀ ସମ୍ମିଳନୀ କକ୍ଷକରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା |
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ଯସଭାପତି ସରୋଜ କୁମାର ନାଏକ ଯୋଗଦେଇଥିବା ବେଳେ ରାଜ୍ଯ ପ୍ରଭାରୀ ଜିତୁ ଜାକାସିକା ଏବଂ ରାଜ୍ଯ ସାଧାରଣ ସମ୍ପାଦକ ଗଙ୍ଗାଧର ପୁଆଲା, ରାୟଗଡ ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ଟାକ୍ରୀ ଏବଂ କଳାହାଣ୍ଡି ଜିଲ୍ଲା ସଭାପତି ସମନାଥ ନାଏକ ପ୍ରମୁଖ ଯୋଗଦେଇଥିବା ବେଳେ ଜିଲ୍ଲାସଭାପତି ଶ୍ରୀ ଟାକ୍ରୀ ସାମ୍ବାଦିକ ସମ୍ମିଳନୀ ସମ୍ପର୍କରେ ସମ୍ଯକ ସୂଚନା ଦେଇଥିବା ବେଳେ ରାଜ୍ଯସଭାପତି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ବିକାଶ ପାଇଁ କଳକାରଖାନା ଓ ଖଣିଖାଦାନରୁ ମିଳୁଥିବା ରୟାଲଟିରୁ ଜିଲ୍ଲାର ବିକାଶ ପାଇଁ ଖର୍ଚ୍ଚକରାଯିବାକୁ ଦାବୀ କରିଛନ୍ତି |
ରାଜ୍ଯସଭାପତି ଶ୍ରୀ ନାଏକଙ୍କ ପ୍ରେସବାର୍ତ୍ତାରୁ ଜଣାପଡିଛି, ଖଣିଖାଦାନ ଭରପୁର ରାୟଗଡ ଏବଂ କଳାହାଣ୍ଡି ଜିଲ୍ଲାରେ 5ଗୋଟି ବଡବଡ କଳକାରଖାନା ରହିଛି | ଅଥଚ ଏହି ଜିଲ୍ଲାର ଲୋକେ କାମଧନ୍ଦା ନପାଇ ବାହାର ରାଜ୍ଯକୁ ଦାଦନଖଟିବାକୁ ଯାଇ ଶବହୋଇ ଫେରୁଛନ୍ତି | ଦୁଇଓଳି ମୁଠାଏ ଖାଇବାକୁ ଲୋକଙ୍କୁ ମିଳୁନାହିଁ, ହଜାର ହଜାର ଶିକ୍ଷିତ ବେକାରୀ ଜୀବନ ଜାପନ କରୁଛନ୍ତି ଏହାର ପ୍ରତିବାଦରେ ରାଜ୍ଯ ସଭାପତି ଶ୍ରୀ ନାଏକ କହିଛନ୍ତି 27 ଗୋଟି ଦାବୀପୁରଣ ନିମନ୍ତେ ବେଦାନ୍ତ କାରଖାନା ଆଗରେ ବହୁଜନ ସମାଜପାର୍ଟି ପକ୍ଷରୁ ଚଳିତ ମାର୍ଚ୍ଚ ମାସ 30 ତାରିଖ ଦିନ ବିଶାଳ ଜନସମାବେଶ ମାଧ୍ଯମରେ କାରଖାନା କର୍ତ୍ତୃପକ୍ଷଙ୍କୁ ଏକ ଦାବୀପତ୍ର ପ୍ରଦାନ କରିବାର କାର୍ଯ୍ଯକ୍ରମ ରହିଛି, ବନ୍ଧୁଗଣ ଏଥିଲା ଲୋକଙ୍କ ସମସ୍ଯା ଆସନ୍ତୁ ଆଗକୁ ଜାଣିବା ରାୟଗଡ ଜିଲ୍ଲା ରାଜ୍ଯର ଏକ ଅଗ୍ରଣୀ ଜିଲ୍ଲାଭାବେ କେମିତି ଗଢିଉଠିବ
ରାଜ୍ଯ ସଭାପତି ଜିତୁଜାକାଶିକା ସାମ୍ବାଦିକ ସମ୍ମିଳନୀରେ ଯେଉଁ ତଥ୍ଯ ରଖିଛନ୍ତି ତାହା କାର୍ଯ୍ଯକାରୀ ହୁଏ ତେବେ | ରାଜ୍ଯର କାହିଁକି ଦେଶର ଏକ ନମ୍ବର ଜିଲ୍ଲା ଭାବେ ରାୟଗଡକୁ ଦେଖିବାକୁ ମିଳିବ ବିକାଶ ହିଁ ବିକାଶ ଦିଗରେ ଗତି କରିବ | ତେବେ ଶୁଣନ୍ତୁ ଜିତୁ ଜାକାଶିକା ସାମ୍ବାଦିକ ସମ୍ମିଳନୀରେ କେଉଁ ତଥ୍ଯ ଉପସ୍ଥାପନ କରିଛନ୍ତି | ମିଳିଥିବା ତଥ୍ଯ ପ୍ରକାରେ କହିରଖୁଛୁ ରାୟଗଡ ଜିଲ୍ଲାରେ 6 ଗୋଟି ବୃହତ ବକ୍ସାଇଟ ଖଣି ରହିଛି ଯାହା ବାଫଲମାଳୀ, କଡିଙ୍ଗାମାଳୀ, ସିଜିମାଳୀ, କୁଟୃମାଳୀ, ନୀୟମଗିରି, କର୍ଣ୍ଣପାଣିକୁଣ୍ଡା ଏବଂ ଶାଶୁବୋହୁମାଳି ଆଦି ମାଇନ୍ସ ରୁ ମିଳୁଥିବା ରୟାଲଟି ବା ଡିଏମ୍ଏଫ୍, ଠିକ୍ ମାର୍ଗରେ ବିନିଯୋଗ କରିବା ପାଇଁ ଜିଲ୍ଲାବାସୀଙ୍କ ସଚେତନ, ନେତୃମଣ୍ଡଳୀଙ୍କ ସ୍ବଚ୍ଚତା ହିଁ ଜିଲ୍ଲାକୁ ବିକାଶମୁଖି ଆଡକୁ ବଢାଏ, ତେବେ ଦେଖିବାକୁ ବାକି ରହିଲା ରାଜନୈତିକ ଦଳର ସ୍ବଚ୍ଚତା ଓ ଇଚ୍ଛାଶକ୍ତି ଜିଲ୍ଲାବାସୀଙ୍କ ସଚେତନ ଓ ସଂଗ୍ରାମ ହିଁ କହିବ ଜିଲ୍ଲାର ବିକାଶ |