21-Mar-2026
ରାୟଗଡ଼ା (ସ୍ବପ୍ର)ଜିଲ୍ଲା ଡମ୍ ସମାଜର କର୍ମକର୍ତ୍ତା ଓ ନେତୃ ମଣ୍ଡଳୀ ଜିଲ୍ଲାପାଳ ରାୟଗଡ଼ାଙ୍କୁ 18 ତାରିଖ ଦିନ ଭେଟି ବିଭିନ୍ନ ଦାବୀ ଉପରେ ଆଲୋଚନା କରିଛନ୍ତି। ଜିଲ୍ଲପାଳ ଆଶ୍ୱାସନା ଦେଇଛନ୍ତି ଯେ ଜିଲ୍ଳା ପ୍ରଶାସନ ଦ୍ୱାରା ଯାହା ସମ୍ଭବ ତାହା ସେ ପୂରା କରିବେ ଏବଂ ରାଜ୍ଯ ତଥା କେନ୍ଦ୍ର ରକାରଙ୍କୁ ଅବଗତ କରାଇବେ।
ଦାବୀ ଗୁଡ଼ିକ ମଧ୍ୟରେ ମୁଖ୍ୟ ଦାବୀ ହେଉଛି -
୧.ଡମ୍ ଭାଷା ର ସୁରକ୍ଷା ତାହାର ପ୍ରଚାର ପ୍ରସାର ଓ ଡମ୍ ଭାଷା କୁ ମାନ୍ୟତା ପ୍ରଦାନ କରିବା।
୨.ଡମ୍ ବାଜା ସଂସ୍କୃତି ପରମ୍ପରା ପର୍ବ ପର୍ବାଣୀ କୁ ମାନ୍ୟତା ପ୍ରଦାନ କରିବା
୩.ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ଡମ୍ ଭବନ ନିର୍ମାଣ କରିବା
୪.ଅନୁସୂଚୀତ ଜାତି ଅନୁସୂଚୀତ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସ୍କୁଲ ମାନଙ୍କରେ ଅନୁସୂଚୀତ ଜାତି ପିଲାଙ୍କ ପାଇଁ ୧୦%ସିଟ୍ ସଂରକ୍ଷଣ ପର୍ଯ୍ୟାପ୍ତ ନାହିଁ। ତେଣୁ ଅନୁସୂଚୀତ ଜାତି ପିଲାଙ୍କ ପାଇଁ ଅତିରିକ୍ତ ବ୍ୟବସ୍ଥା କରିବା।
୫. ରାୟଗଡ଼ା ସହରର ନୂଆସାହି, ଆମ୍ବୋଗୁଡ଼ା, ଶ୍ରୀରାମ ନଗର, RK ନଗର, ରାମାଟକିଜ ନିକଟସ୍ଥ ଡମ୍ ସାହି, ଫରେଷ୍ଟ ଅଫିସ୍ ବେକ୍ ସାଇଡ ସାହି, ଓମେନ୍ସ୍ କଲେଜ ପଛ ପାଖ ଡମ୍ ସାହି, ଢେପ ସାହି ଓ ରାୟଗଡ଼ା ସହର ଅନ୍ୟ ଡମ୍ ସାହି ଏବଂ jk ପୁର ର ହଳଦିପଡ଼ା ପଡା, ଅରବିନ୍ଦ ନଗର, ନୁଆପଡ଼ା, ଗେଟି ପଡ଼ା, କଳାହାଣ୍ଡି ପଡା, ବାପୁଜୀ ନଗର, ସାନ ଚାନ୍ଦିଲି ବଡ଼ ଚାନ୍ଦିଲି ସମେତ ଅନ୍ୟ ଛୋଟ ବଡ଼ ଡମ୍ ସାହି ବା ପଡ଼ା ବାସିନ୍ଦା ଙ୍କୁ ଘର ଡିହ ପଟା ସହ ଘର ନିର୍ମାଣ କରି ଦେବା |
6. ବିଧାନ ସଭା ଓ ଲୋକ ସଭା କ୍ଷେତ୍ର ର ସୀମା ନିର୍ଦ୍ଧାରଣ ସମୟରେ ବର୍ତ୍ତମାନ ରାୟଗଡ଼ାର ତିନୋଟି ବିଧାନ ସଭା ଆସନ କୁ ବଢ଼ାଇ ୬ ଗୋଟି ବିଧାନ ସଭା ଆସନ କରିବା। ବର୍ଦ୍ଧିତ ତିନୋଟି ଆସନ ମଧ୍ୟରୁ ରାୟଗଡ଼ା କୁ ସାଧାରଣ ବର୍ଗ, କାଶୀପୁରଓ କେସିଙ୍ଗପୁର୍ କୁ ନେଇ SC ନିମନ୍ତେ ଓ ଅନ୍ୟ ଗୋଟିଏ ମହିଳା ଙ୍କ ନିମନ୍ତେ ସଂରକ୍ଷିତ କରିବାକୁ ଓ ରାୟଗଡ଼ା କୁ ଗୋଟିଏ ଲୋକସଭା ଆସନ କରିବା କୁ ଦାବୀ କରିଛୁ।
ଏଭଳି ଅନେକ ଦାବୀ ନେଇ ଆମେ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିଥିଲୁ। ଆଲୋଚନା ସମୟରେ ଜିଲ୍ଲା ସଭାପତି ଧନୀରାମ ନାଏକ, ସାଧାରଣ ସମ୍ପାଦକ ଜନାର୍ଦ୍ଦନ ଗରଡା, କାର୍ଯ୍ୟକାରୀ ସଭାପତି ତ୍ରିନାଥ ବିଭର୍, ଚିତ୍ରସେନ୍ ସୁନା,ଉପସଭାପତି ବୃନ୍ଦାବନ ନାଏକ, ଉପଦେଷ୍ଟା ରାମ ଗରଡ଼ିଆ, ସମ୍ପାଦକ ବିସୁ ଖୋସଲା ଓ ସୁଧାକର ଖୋରା ଉପସ୍ଥିତ ଥିଲେ।