29-Mar-2026
ରାୟଗଡ(ବ୍ଯୁରୋ)ଚଳିତ ବର୍ଷ ତା.୨୯,୦୩,୨୦୨୬ ଠାରୁ ୦୭.୦୪.୨୦୨୬ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପି ରାୟଗଡ଼ ର ଅଧିଷ୍ଠାତ୍ରୀଦେବୀ ଶ୍ରୀ ଶ୍ରୀ ମଝିଘରିଆଣୀ ମା ଙ୍କର ଚୈତ୍ରପର୍ବ ଓ ଝାମୁଯାତ୍ରା ନିମ୍ନ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେବ । ଶେଷଦିନ ଝାମୁ ଅଗ୍ନି ପୂଜା ପରେ ପୂଜକ ଅଗ୍ନିରେ ଚାଲିବା ପରେ ପୂର୍ଣାହୁତି କାର୍ଯ୍ୟକ୍ରମ ଶେଷ ହେବ ।
ଏଣୁ ଏହି ଶୁଭ ଅବକାଶରେ ବହୁସଂଖ୍ୟାରେ ଭକ୍ତ ଏବଂ ଜନସାଧାରଣ ଯୋଗଦେଇ ଧର୍ମାର୍ଜନ ପାଇବା ସହ ମା ଙ୍କର ଚୈତ୍ରପର୍ବଟିକୁ ସାଫଲ୍ୟ ମଣ୍ଡିତ କରିବାକୁ ଶ୍ରୀ ଶ୍ରୀ ମଝିଘରିଆଣୀ ମନ୍ଦିର ପରିଚାଳନା କମିଟି, ରାୟଗଡ଼ ନିବେଦନ କରିଛନ୍ତି | କାର୍ଯ୍ୟସୂଚୀ ମାଙ୍କ ଘଟ ପୂଜା ତା, ୨୯-୦୩-୨୦୨୬ ରବିବାର, ସନ୍ଧ୍ୟା ୬.୪୮ ରୁ ରାତ୍ର ୯.୧୭ ମଧ୍ୟ ମାଙ୍କ ପାଦ ଉଠାଣି ଏବଂ ଘଟ ସ୍ଥାପନ କରାଯିବ | ୩୦ - ୦୩ - ୨୦୨୬ ସୋମବାର ଠାରୁ ୦୨-୦୪-୨୦୨୬ ଗୁରୁବାର ପର୍ଯ୍ୟନ୍ତ ସନ୍ଧ୍ୟା ୫ ଘଟିକା ଠାରୁ ରାତ୍ର ୯.୪୫ ପର୍ଯ୍ୟନ୍ତ ମାଙ୍କ ଘଟ ଗ୍ରାମ ପରିକ୍ରମା କରାଯିବ |
୦୨-୦୪-୨୦୨୬ ଗୁରୁବାର ଅପରାହ୍ନ ୩.୨୭ ଠାରୁ ସନ୍ଧ୍ୟା ୭.୨୫ ମଧ୍ୟରେ ମାଙ୍କ ଝାମୁଯାତ୍ରା ପାଇଁ ଅଗ୍ନି ସଂଯୋଗ | ରାତ୍ର ୮.୩୦ ରୁ ୧୦.୫୫ ମଧ୍ୟରେ ପୂଜକଙ୍କ କଣ୍ଟା ଦୋଳି ଝୁଲଣ ଏବଂ ଅଗ୍ନି ଗମନାଗମନ | ଯଜ୍ଞ କାର୍ଯ୍ୟସୂଚୀ | ତା୨୮·୦୩-୨୦୨୬ରିଖ ଶନିବାର ଦିବା ଘ. ୧୧.୩୦ମି. ପରେ ଦୀକ୍ଷାଗ୍ରହଣ, ସନ୍ଧ୍ୟା ଘ.୦୫.୧୫ମି. ଗତେ ଜଳଯାତ୍ରା, ରାତ୍ର ଘ.୦୭.୨୦ମି. ପରେ ଆଙ୍କୁରାରୋପଣ ଆରମ୍ଭ। ତା୨୯-୦୩-୨୦୨୬ରିଖ ରବିବାର ଦିବା ଘ.୦୮.୪୦ମି ଗତେ କର୍ମାରମ୍ଭ, ସୂର୍ଯ୍ୟପୂଜା, ଶାଳାପୂଜା, ଚଣ୍ଡିପାଠ, ମୁଖ୍ୟ ଦେବୀଙ୍କ ମହାସ୍ନାନ ପୂର୍ବକ ଷୋଡ଼ଶ ଉପଚାର ପୂଜା, ଆରତୀ ପୁଷ୍ପାଞ୍ଜଳି, ଅପରାହ୍ନ ୪.୨୦ ମି ଗତେ କୁଣ୍ଡାଗ୍ନି ସଂସ୍କାର, ଚଣ୍ଡୀହୋମ, ତର୍ପଣ ଆରତୀ ଓ ପୁଷ୍ପାଞ୍ଜଳି | ତା· ୩୦-୦୩-୨୦୨୬ ଠାରୁ ୦୨-୦୪-୨୦୨୬ (ସୋମବାର ଠାରୁ ଗୁରୁବାର) ପର୍ଯ୍ୟନ୍ତ ପ୍ରତ୍ୟହ ଦିବା ଘ.୦୮.୪୦ ମି. ଠାରୁ ସୂର୍ଯ୍ୟପୂଜା, ଶାଳା ପୂଜା, ଚଣ୍ଡୀପାଠ, ମୁଖ୍ୟ ଦେବୀଙ୍କ ମହାସ୍ନାନ ପୂର୍ବକ ଷୋଡ଼ଶ ଉପଚାର ପୂଜା, ଆରତୀ, ପୁଷ୍ପାଞ୍ଜଳି, ଅପରାହ୍ନ ୪.୩୦ ମି ଠାରୁ ଚଣ୍ଡୀହୋମ ତର୍ପଣ, ଆରତୀ, ପୁଷ୍ପାଞ୍ଜଳି, ରାତ୍ର ଘ. ୮.୨୫ ମି ସମୟେ ପୂର୍ଣ୍ଣାହୁତି ହେବାର କାର୍ଯ୍ଯକ୍ରମ ରହିଛି |