04-Apr-2026
ନମସ୍କାର ଦର୍ଶକ ବନ୍ଧୁ, ଦିନତମାମର 17 ଗୋଟି ମୁଖ୍ଯ ସମ୍ବାଦକୁ ଆପଣଙ୍କୁ ସ୍ବାଗତ କରୁଛି ମୁଁ ସ୍ବାଗତିକା | ଖବର ଗୁଡିକୁ ଶେଷଯାଏଁ ଦେଖନ୍ତୁ, ଅଧିକରୁ ଅଧିକ ଶେର କରନ୍ତୁ | ଜିଟିଭି ଭାରତ ଓଡିଆ ଯୁଟୁବ୍ ନ୍ଯୁଜ ଚାନେଲକୁ ସବସ୍କ୍ରାଇଭ୍ କରିନଥିଲେ ସବସ୍କ୍ରାଇଭ୍ କରନ୍ତୁ, ଗାଁ ରୁ ସହର, ଦେଶ ଓ ଦୁନିଆର ଖବର ଦେଖିବାର ସୁଯୋଗ ପାଆନ୍ତୁ | ଆବଶ୍ଯକ ସ୍ଥଳେ କମେଣ୍ଟ କରି ସଚେତନ କରନ୍ତୁ | ପ୍ରଥମେ ହେଡ୍ ଲାଇନ୍ସ
ଦିନତମାମର 17 ମୁଖ୍ଯ ସମ୍ବାଦ
1.ପାକିସ୍ତାନରେ ମଇଁଷି ଗୋବର ଉପରେ ଟିକସ;ଦିନକୁ ୩୦ ପାକିସ୍ତାନ ମୁଦ୍ରା ଲାଗୁ
2. ଆଜି ଓଡିଶାର ବିଭିନ୍ନ ସ୍ଥାନରେ ହାଲୁକା ରୁ ହାଲିକା ବର୍ଷାର ସୂଚନା ଦେଇଛି ପାଣିପାଗ ବିଭାଗ
3. ତୃତୀୟ ମହଲାରେ ମୁଖ୍ଯମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଆଜି ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ
4. ସାମୁହିକ ପ୍ରୟାସ ଏବଂ ପ୍ରତିବଦ୍ଧତାର ଏକ ବର୍ଷ: ୨୫-୨୬ ଆର୍ଥିକ ବର୍ଷରେ ପ୍ରମୁଖ କାର୍ଯ୍ୟକ୍ରମର ସମୀକ୍ଷା
5. ନୌସେନାରେ ସାମିଲ ହେଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍ ମିଶାଇଲ୍ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିଦମନ
6.ଆମେରିକାର ଆଉ ଏକ ବାୟୁସେନା ବିମାନ ଫେୟାର ଚାଇଲଡ ରିପବ୍ଲିକ A-10 ଥଣ୍ଡରବୋଲ୍ଟ କ୍ରାସ
7. ଜାତିସଂଘରେ ଟଳିଲା ହୋର୍ମୁଜ ଉପରେ ଭୋଟିଂ, ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ଚୀନ୍ର କଡ଼ା ବିରୋଧ
8. ରାୟଗଡ଼ ଜିଲ୍ଲାରେ ଓଡ଼ିଆରେ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା
9.ପ୍ରବେଶ ଉତ୍ସବ ଓ ଖଡିଛୁଆଁ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ
10. ଖୁବ୍ଶୀଘ୍ର ପ୍ରକାଶ ପାଇବ CBSE ୧୦ମ ରେଜଲ୍ଟ; ଡିଜିଲକରରେ ଚେକ୍ କରନ୍ତୁ ନିଜର ମାର୍କସିଟ୍
11. ପାକିସ୍ତାନରେ ୮୦ ପ୍ରତିଶତ ଲୋକ ଗେ;ବାକି ୨୦ ପ୍ରତିଶତ ବାଇସେକ୍ସୁଆଲ୍
12.ଇରାନର ବୁଶହର ପରମାଣୁ କେନ୍ଦ୍ର ନିକଟରେ ବିମାନ ଆକ୍ରମଣ; ଜଣେ ସୁରକ୍ଷାକର୍ମୀ ମୃତ
13.ଇରାନ ସହିତ ବଢ଼ୁଥିବା ତିକ୍ତତା ଏବଂ ଯୁଦ୍ଧ ପରିସ୍ଥିତକୁ ଦୃଷ୍ଟିରେ ରଖି ଟ୍ରମ୍ପଙ୍କ ସାପ୍ତାହିକ ଛୁଟି ବାତିଲ
14. ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କଲା ସପ୍ତମ ଭାରତୀୟ ଏଲ୍ପିଜି ଟ୍ୟାଙ୍କର୍
15. ବଂଶଧାରା ନଦୀ ବିବାଦ ମାମଲାରେ ଓଡ଼ିଶାକୁ ଝଟ୍କା; ନେରେଡି ବ୍ୟାରେଜ୍ ନିର୍ମାଣ ପାଇଁ ଆନ୍ଧ୍ରକୁ ଅନୁମତି
16.ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ ପାକିସ୍ତାନର ପଦକ୍ଷେପ ସମ୍ପୂର୍ଣ୍ଣ ବିଫଳ ହୋଇଛି।
17. ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଯୋଗାଇ ଦିଆଯିବ ୨୭.୮୮୭ ହେକ୍ଟର ଜଙ୍ଗଲ ଜମି
ସମ୍ପୁର୍ଣ୍ଣ ଖବର ଦେଖିବା-
1.ବିଦେଶ ଖବର ବିତ୍ତୀୟ ପତନର ଏକ ସଦ୍ୟ ଉଦାହରଣ ସାମ୍ନାକୁ ଆସିଛି । ଏହାର ମୁକାବିଲା ପାଇଁ ପାକିସ୍ତାନରେ ପଞ୍ଜାବ ସରକାର ଏକ ନୂଆ ରାଜସ୍ୱ ଉପାୟ ଘୋଷଣା କରିଛନ୍ତି, ଯାହା ପ୍ରଦେଶର ସବୁଠୁ ମୌଳିକ କୃଷି ଉତ୍ପାଦନ ଉପରେ ଫୋକସ୍ କରିଛି । ତାହା ହେଉଛି ପ୍ରାଣୀ ବର୍ଜ୍ୟ । ସଦ୍ୟ ରିପୋର୍ଟ ଅନୁସାରେ, ମରୟମ ନୱାଜଙ୍କ ନେତୃତ୍ୱାଧୀନ ପ୍ରଶାସନ ସମଗ୍ର ପ୍ରଦେଶରେ ପ୍ରତ୍ୟେକ ମଇଁଷି ଗୋବର ଉପରେ ଦିନକୁ ୩୦ ପାକିସ୍ତାନ ମୁଦ୍ରା ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାର ଏହି ପଦକ୍ଷେପକୁ ସ୍ୱଚ୍ଛ ପଞ୍ଜାବ ଜୈବଗ୍ୟାସ୍ କାର୍ଯ୍ୟକ୍ରମ ଅଧୀନସ୍ଥ ସବୁଜ ଉର୍ଜ୍ଜା ପ୍ରୟାସ ବୋଲି କହୁଛନ୍ତି । କିନ୍ତୁ ଏହାକୁ ନେଇ କ୍ରୋଧ ଓ ଝଡ଼ ଦେଖାଦେଇଛି । ବିରୋଧୀ ଗୋଷ୍ଠୀ ଓ ଚାଷୀମାନେ ଏହାକୁ ଆର୍ଥିକ ହାତାଶାର ସଙ୍କେତ ଭାବେ ଦେଖୁଛନ୍ତି । ପ୍ରାଦେଶିକ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚୂଡ଼ାନ୍ତ ରୂପ ଦିଆଯାଉଥିବା ଏହି ଯୋଜନାର ଲକ୍ଷ୍ୟ ପ୍ରାଣୀ ବର୍ଜ୍ୟକୁ ଢାଞ୍ଚାଗତ ରାଜସ୍ୱ ସ୍ରୋତରେ ରୂପାନ୍ତର କରିବା । ପଞ୍ଜାବ ସରକାର ଟିକସ ଅଧୀନକୁ ଆଣିବାକୁ ଥିବା ପ୍ରଦେଶର ୧୬୮ ଗୋରୁ କଲୋନିର ତାଲିକା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବ୍ଯୁରୋ ରିପୋର୍ଟ ଜିଟିଭି ଭାରତ ଓଡିଆ
2. ଭୁବନେଶ୍ୱରରୁ ପାଣିପାଗ ଖବର ଆଜି କଳାହାଣ୍ଡି, କନ୍ଧମାଳ , ରାୟଗଡା , ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ସମ୍ଭାବନା ରହିଛି । ଏହା ସହ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନା ଥିବାରୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରିିଛି ପାଣିପାଗ ବିଭାଗ । ଆସନ୍ତାକାଲି କାଳବୈଶାଖୀ ଧୀରେ ଧୀରେ ବଢିବ । ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ଆସନ୍ତାକାଲି କାଳବୈଶାଖୀ ଧୀରେ ଧୀରେ ବଢିବ । ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ଆସନ୍ତାକାଲି ମଧ୍ୟ ପବନର ବେଗ ୩୦ରୁ ୪୦ କିଲୋମିଟର ରହିପାରେ । ୬ ତାରିଖ ଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଗଞ୍ଜାମ, ଗଜପତି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହୋେଇପାରେ । ପବନର ବେଗ ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିପାରେ । ବ୍ଯୁରୋ ରିପୋର୍ଟ ଜିଟିଭି ଭାରତ ଓଡିଆ
3. ଭୁବନେଶ୍ୱରରୁ ଓଡ଼ିଶା ଖବର ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ରେ ୭ଟିରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଆସିବାକୁ ରହିଛି। ସେଥିମଧ୍ୟରେ ନିର୍ମାଣ ବିଭାଗର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଥିବାବେଳେ ସ୍ବାସ୍ଥ୍ୟ, ଜଳସମ୍ପଦ, ରାଜସ୍ବ ଭଳି ଅନ୍ୟାନ୍ୟ ବିଭାଗର ପ୍ରସ୍ତାବ ରହିଛି।ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାପାଇଁ ଲକ୍ଷ୍ୟ ରହିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମିଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ସ୍ବତନ୍ତ୍ର ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ଏହି ପରିପ୍ରେକ୍ଷୀରେ ଶନିବାର ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ସରକାର ରାଜ୍ୟବାସୀଙ୍କ ହିତକୁ ଦୃଷ୍ଟିରେ ରଖି କି ପ୍ରକାର ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର। ବ୍ଯୁରୋ ରିପୋର୍ଟ ଜିଟିଭି ଭାରତ ଓଡିଆ
4. ରାୟଗଡ ଜିଲ୍ଲା ଖବର, ଗ୍ରାମୀଣ ଅର୍ଥନୀତି ଯେତେବେଳେ ଉଜ୍ଜ୍ୱଳ ହୁଏ; ଦେଶ ଉଜ୍ଜ୍ୱଳ ହୁଏ। ଯେତେବେଳେ ଗ୍ରାମୀଣ ଭିତ୍ତିଭୂମି ବୃଦ୍ଧି ପାଏ; ଦେଶ ବଢ଼େ। ବିକଶିତ ଭାରତ-୨୦୪୭ ଏବଂ ବିକଶିତ ଓଡ଼ିଶା-୨୦୩୬ ର ଉଦ୍ଦେଶ୍ୟ ଏବଂ ଉଦ୍ଦେଶ୍ୟ ସହିତ, ଜିଲ୍ଲା ପରିଷଦ, ରାୟଗଡା ଲୋକମାନଙ୍କର ମୌଳିକ ଆବଶ୍ୟକତା ଯୋଗାଇବା ପାଇଁ ନିଜସ୍ୱ ପ୍ରୟାସ ଜାରି ରଖିଛି, ମୁଖ୍ୟତଃ ଯେଉଁମାନେ ଦୂରବର୍ତ୍ତୀ ଗ୍ରାମୀଣ ଇଲାକାରେ ରହୁଛନ୍ତି। ରାୟଗଡା ଜିଲ୍ଲା ୧୧ଟି ବ୍ଲକ ଏବଂ ୧୮୨ଟି ଗ୍ରାମ ପଂଚାୟତ ସହିତ ଆଚ୍ଛାଦିତ ଏବଂ ସ୍ଥାନୀୟ ସ୍ୱରାଜ୍ୟ ସରକାରଙ୍କ ତ୍ରୀ -ସ୍ତରୀୟ ବ୍ୟବସ୍ଥାରେ, ପଞ୍ଚତିରାଜ ଏବଂ ଡିଡବ୍ଲୁ ବିଭାଗର ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଗାଁରେ ମୌଳିକ ସୁବିଧା ଏବଂ ସୁବିଧା ସହିତ ଲୋକଙ୍କ ଅର୍ଥନୀତି ଏବଂ ଜୀବିକାକୁ ସୁଦୃଢ଼ କରିବା। ବ୍ଯୁରୋ ରିପୋର୍ଟ ଜିଟିଭି ଭାରତ ଓଡିଆ
5. ନୂଆଦିଲ୍ଲୀରୁ ସ୍ବଦେଶ ଖବର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍ ମିଶାଇଲ୍ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆନୁଷ୍ଠାନିକ ଭାବେ ଉକ୍ତ ବୁଡ଼ାଜାହାଜକୁ କମିଶନ କରାଇଛନ୍ତି। ତୃତୀୟ ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ସାମିଲ ହୋଇଥିବାରୁ ଏହା ନୌସେନାର ସାମର୍ଥ୍ୟକୁ ବଢ଼ାଇବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ।ଭାରତର ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍ ମିଶାଇଲ୍ ସବ୍ମାରିନ୍ କାର୍ଯ୍ୟକ୍ରମ ଏକ ଅତ୍ୟନ୍ତ ଗୁପ୍ତ ପ୍ରକଳ୍ପ। ଏହି ପ୍ରକଳ୍ପ ଅଧୀନରେ ପ୍ରଥମ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିହନ୍ତ ଓ ପରେ ଆଇଏନ୍ଏସ୍ ଅରିଘାତ ନିର୍ମାଣ ହୋଇଥିଲା। ଏଭଳି ବୁଡ଼ାଜାହାଜ କେବଳ ଆମେରିକା, ରୁଷିଆ, ବ୍ରିଟେନ୍, ଫ୍ରାନ୍ସ, ଚାଇନା ଏବଂ ଭାରତ ପାଖରେ ରହିଛି।ଭାରତର ପ୍ରଥମ ସ୍ବଦେଶୀ ନିର୍ମିତ ଆଣବିକ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିହନ୍ତ ୨୦୦୯ ଜୁଲାଇରେ ଲଞ୍ଚ୍ ହେବା ପରେ ୨୦୧୬ରେ ସେବାରେ ସାମିଲ ହୋଇଥିଲା। ବ୍ଯୁରୋ ରିପୋର୍ଟ ଜିଟିଭି ଭାରତ ଓଡିଆ
6. ବିଦେଶ ଖବର ଉପସାଗରରେ ପୁଣି ଆମେରିକାର ଆଉ ଏକ ବାୟୁସେନା ବିମାନ କ୍ରାସ । ତେବେ ସେଥିରେ ଥିବା ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ବିମାନଟି ହେଉଛି ଫେୟାର ଚାଇଲଡ ରିପବ୍ଲିକ A-10 ଥଣ୍ଡରବୋଲ୍ଟ । ହର୍ମୁଜ ପ୍ରଣାଳୀ ନିକଟରେ ବିମାନଟି କ୍ରାସ ହୋଇଥିଲା। ଇରାନ ପକ୍ଷରୁ କୁହାଯାଇଛି ଏହାର ଏୟାର ଡିଫେନ୍ସ ସିଷ୍ଟମ ଜରିଆରେ ଶତ୍ରୁ ପକ୍ଷରୁ A-10 ବିମାନକୁ ଖସାଇଦିଆଯାଇଛି।ପୂର୍ବରୁ US F-15E ଷ୍ଟ୍ରାଇକ ଇଗଲ ବିମାନକୁ ଖସାଇଦିଆଯାଇଥିବାବେଳେ ଏବେ A-10 ବିମାନକୁ ଖସାଇଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ଆମେରିକାର ୪ଟି ଯୁଦ୍ଧବିମାନକୁ ଖସାଇଦିଆଗଲାଣି। ଦୁଇଟି ବିମାନକୁ ଖସାଇବା ପରେ ପଶ୍ଚିମ ଏସିଆରେ ପୁଣି ଉତ୍ତେଜନା ତୀବ୍ର ହୋଇଛି।ଆମେରିକା ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି ବର୍ତ୍ତମାନ ସୁଦ୍ଧା ୧୩ ଜଣ ଆମେରିକୀୟ ସେନା ପ୍ରାଣ ହରାଇଲେଣି। ସେପଟେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି- ଆମେରିକୀୟ ବିମାନକୁ ଖସାଇବା ଘଟଣାକୁ ନେଇ ଇରାନ ସହ କଥାବାର୍ତ୍ତା କୌଣସି ପ୍ରଭାବିତ ହେବ ନାହିଁ। ବ୍ଯୁରୋ ରିପୋର୍ଟ ଜିଟିଭି ଭାରତ ଓଡିଆ
7. ବିଦେଶ ଖବର ହୋର୍ମୁଜ ପ୍ରଣାଳୀରେ ଜାହାଜଗୁଡି଼କର ସୁରକ୍ଷା ସହ ଜଡି଼ତ ପ୍ରସ୍ତାବ ଉପରେ ଜାତିସଂଘ ସୁରକ୍ଷା ପରିଷଦରେ ହେବାକୁ ଥିବା ଭୋଟିଂ ଟଳିଛି । ଜାତିସଂଘରେ ଆଜି ଗୁଡ୍ ଫ୍ରାଇଡେ ଛୁଟି ହୋଇଥିବା ଯୋଗୁ କାର୍ଯ୍ୟକ୍ରମରେ ଏହି ପରିବର୍ତ୍ତନ କରାଯାଇଛି । ଶନିବାର ଏଥିନେଇ ଭୋଟ୍ ହେବ । ସେହି ସମୟରେ ସୁରକ୍ଷା ପରିଷଦର ୧୫ ସଦସ୍ୟ ବାହାରିନ୍ର ପ୍ରସ୍ତାବ ସଂପର୍କରେ ଭୋଟିଂ କରିବେ।ସେହି ପ୍ରସ୍ତାବରେ ହୋର୍ମୁଜରେ ଜାହାଜଗୁଡି଼କୁ ସୁରକ୍ଷା ଦେବାଲାଗି ସମସ୍ତ ଆବଶ୍ୟକୀୟ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦେଶଗୁଡି଼କୁ ଅନୁମତି ଦେବାକୁ ଦାବି କରାଯାଇଛି । ତେବେ ୟୁଏନ୍ଏସସିରେ ସେହି ପ୍ରସ୍ତାବ ପାସ୍ ହେବାର ସମ୍ଭାବନା କମ୍ ଥିବା ମନେ କରାଯାଉଛି । କାରଣ ଚୀନ୍ ପୂର୍ବରୁ ସୈନ୍ୟ କାର୍ଯ୍ୟାନୁଷ୍ଠାନ ନେଇ କୌଣସି ପ୍ରକାର ପ୍ରସ୍ତାବର ବିରୋଧ କରିବ ବୋଲି ସ୍ପଷ୍ଟ କରିସାରିଛି । ଚୀନ୍ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହୋଇଥିବାବେଳେ ଦେଶ ନିକଟରେ ଭିଟୋ ପାୱାର ରହିଛି । ତେଣୁ ଚୀନ୍ ଚାହିଁଲେ ଏହାକୁ ଅଟକାଇ ଦେଇପାରିବ । ରୁଷ୍ ମଧ୍ୟ ହୋର୍ମୁଜ ଖୋଲିବା ଲାଗି ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛି । ବ୍ଯୁରୋ ରିପୋର୍ଟ ଜିଟିଭି ଭାରତ ଓଡିଆ
8. ରାୟଗଡ ଜିଲ୍ଲା ଖବର, ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଧେଶ ଅନୁଯାୟୀ ୧ ଏପ୍ରିଲ ୨୦୨ ୬ ଠାରୁ ୧୪ ଏପ୍ରିଲ ୨୦୨୬ପର୍ୟ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି।
ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ରାୟଗଡ଼ଙ୍କ ମିଳିତ ସହଯୋଗରେ ଆଜି ଅର୍ଥାତ୍ ୦୪-୦୪-୨୦୨୫ ତାରିଖ ସକାଳ ୮. ୦୦ ଘଣ୍ଟ ସମୟରେ ରାୟଗଡ଼ ସହରରେ ଅବସ୍ଥିତ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ନିମନ୍ତେ ଏକ ସଚେତନତା ପଦଯାତ୍ରା ଅଭିଯାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ରାୟଗଡ଼ ସହର ବିଭିନ୍ନ ସ୍ଥାନ ପରିକ୍ରମା କରି ଶ୍ରମ କାର୍ଯ୍ୟାଳୟ ପାଖରେ ଶେଷ ହୋଇଛି। ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ l ବ୍ଯୁରୋ ରିପୋର୍ଟ ଜିଟିଭି ଭାରତ ଓଡିଆ
9. ରାୟଗଡ଼ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମର ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଶନିବାର ଦିନ ଶୁଭାରମ୍ଭ କରିଛନ୍ତି | ସ୍ଥାନୀୟ ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହାର ଆୟୋଜନ କରାଯାଇଥିଲା | ପ୍ରବେଶ ଉତ୍ସବରେ ଜିଲ୍ଲାପାଳଙ୍କ ସମେତ ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନି ଓ ସସ୍ମିତା ବେହେରା, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ, ସମଗ୍ର ଶିକ୍ଷା କାର୍ଯ୍ୟାଳୟର ପେଡାଗୋଜି ସଂଯୋଜକ ଜ୍ଞାନ ରଞ୍ଜନ ସାହୁ, ଭିନ୍ନକ୍ଷମ ସଂଯୋଜକ ପ୍ରଦୀପ କୁମାର ସାହୁ ପ୍ରମୂଖ ଉପସ୍ଥିତ ରହି ମା ବିଦ୍ୟାଦାୟିନୀ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ପୂଜା ଅର୍ଚ୍ଚନା ପରେ ଶିଶୁ ବାଟିକାରେ ନାମ ଲେଖାଇଥିବା ଶିଶୁଙ୍କୁ ସିଲଟରେ ଖଡି ଛୁଆଇଁ ଶିକ୍ଷାରମ୍ଭ କରାଇଥିଲେ | ବ୍ଯୁରୋ ରିପୋର୍ଟ ଜିଟିଭି ଭାରତ ଓଡିଆ
10. ନୂଆଦିଲ୍ଲୀରୁ ସ୍ବଦେଶ ଖବର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚଳିତ ବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଫଳ ଖୁବଶିଘ୍ର ଘୋଷଣା କରାଯାଇପାରେ । ଯଦିଓ ବୋର୍ଡ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ, ତଥାପି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଖୁବ୍ କମ୍ ସମୟ ମଧ୍ୟରେ ଘଟିବାକୁ ଯାଉଛି । ଫଳାଫଳ ପ୍ରକାଶ ପାଇବା ପରେ ପରୀକ୍ଷାର୍ଥୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ ସମେତ ବିଭିନ୍ନ ପ୍ଲାଟଫର୍ମରେ ନିଜର ସ୍କୋରକାର୍ଡ ଯାଞ୍ଚ କରିପାରିବେ । ଛାତ୍ରଛାତ୍ରୀମାନେ କିଛି ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ନିଜର ଫଳାଫଳ ଦେଖିପାରିବେ । ବ୍ଯୁରୋ ରିପୋର୍ଟ ଜିଟିଭି ଭାରତ ଓଡିଆ
11. ବିଦେଶ ଖବର ପାକିସ୍ତାନରେ ୮୦ ପ୍ରତିଶତ ଲୋକ ଗେ। ବାକି ୨୦ ପ୍ରତିଶତ ବାଇସେକ୍ସୁଆଲ୍। ପାକିସ୍ତାନୀ ଟ୍ରାନ୍ସଜେଣ୍ଡର କାର୍ଯ୍ୟକର୍ତ୍ତା ହିନା ବଲୁଚଙ୍କ କଡ଼ା ବୟାନ। ସୋସିଆଲ୍ ମିଡିଆରେ ହିନା ବଲୁଚଙ୍କ ପ୍ରତିକ୍ରିୟାକୁ ନେଇ ବିବାଦ ସୃଷ୍ଟି ହୋଇଛି। ହିନା କହିଛନ୍ତି ଯେ, ପାକିସ୍ତାନରେ କେହି ଷ୍ଟ୍ରେଟ୍ ନାହାଁନ୍ତି। ଦେଶର ସବୁଲୋକ ସମଲିଙ୍ଗୀ କିମ୍ଵା ବାଇସେକ୍ସୁଆଲ୍। ସାମାଜିକ ଚାପ, ଧର୍ମ ଏବଂ ପାରିବାରିକ ସମ୍ମାନ ପାଇଁ ପାକିସ୍ତାନୀ ନିଜର କାମୁକତା ଲୁଚାଇ ରଖନ୍ତି।କ୍ଵୀର ଗ୍ଲୋବାଲକୁ ଏକ ସାକ୍ଷାତକାର ଦେଇ ହିନା ବଲୁଚ କହିଛନ୍ତି ଯେ, ପାକିସ୍ତାନର ଅଧାରୁ ଅଧା ଲୋକ ବାସ୍ତବରେ ଗେ। ସେମାନେ ବାସ୍ ଏହା ଖୋଲି କହିବାକୁ ଚାହୁଁନାହାଁନ୍ତି। ହିନା ତାଙ୍କ ପିଲାଦିନର ଅନୁଭୂତି ବଖାଣି କହିଛନ୍ତି ଯେ, ଲୋକମାନେ ଏହି ବାସ୍ତବତାକୁ ଅସ୍ଵୀକାର କରନ୍ତି। ବ୍ଯୁରୋ ରିପୋର୍ଟ ଜିଟିଭି ଭାରତ ଓଡିଆ
12. ବିଦେଶ ଖବର ଦେଶର ବୁଶହର ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ହୋଇଥିବା ଏକ ବିମାନ ଆକ୍ରମଣରେ ଜଣେ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ପରମାଣୁ କେନ୍ଦ୍ର ନିକଟରେ ଥିବା ଏକ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପଶ୍ଚିମ ଏସୀୟ କ୍ଷେତ୍ରରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏହି ଘଟଣା ଘଟିଛି। ଏହି ଆକ୍ରମଣ କିଏ କରିଛି କିମ୍ବା ଏହା ପଛରେ କଣ ଉଦ୍ଦେଶ୍ୟ ଥାଇପାରେ ତାହା ଏପର୍ଯ୍ୟନ୍ତ ଇରାନର ପରମାଣୁ ସଂସ୍ଥା ସ୍ପଷ୍ଟ କରିନାହିଁ।ବୁଶହର ପରମାଣୁ କେନ୍ଦ୍ର ଇରାନର ଶକ୍ତି ଉତ୍ପାଦନ କ୍ଷମତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି କେନ୍ଦ୍ର ଇରାନର ପରମାଣୁ କାର୍ଯ୍ୟକ୍ରମର ଏକ ପ୍ରମୁଖ କେନ୍ଦ୍ର। ସଂଘର୍ଷ ସମୟରେ ବୁଶେହର ପରମାଣୁ ପ୍ରତିଷ୍ଠାନ ଉପରେ ଏହା ହେଉଛି ଚତୁର୍ଥ ଆକ୍ରମଣ। ଏହି ଆକ୍ରମଣ ଯୋଗୁଁ ପ୍ଲାଣ୍ଟର ମୂଳ ଉପାଦାନଗୁଡ଼ିକର କୌଣସି କ୍ଷତି ହୋଇନାହିଁ । ଏବଂ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇନାହିଁ । ଦକ୍ଷିଣ ଇରାନର ପାରସ୍ୟ ଉପସାଗରରେ ଅବସ୍ଥିତ ବୁଶହର ପରମାଣୁ କେନ୍ଦ୍ର ହେଉଛି ଦେଶର ପ୍ରଥମ ବାଣିଜ୍ୟିକ ପରମାଣୁ ଶକ୍ତି କେନ୍ଦ୍ର। ବ୍ଯୁରୋ ରିପୋର୍ଟ ଜିଟିଭି ଭାରତ ଓଡିଆ
13. ବିଦେଶ ଖବର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଓ୍ବିକ୍ଲି ଅଫ୍ ବା ସାପ୍ତାହିକ ଛୁଟି ବାତିଲ କରିଛନ୍ତି। ହ୍ବାଇଟ୍ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରମ୍ପ ଏହି ସମୟ ମଧ୍ୟରେ ହ୍ବାଇଟ୍ ହାଉସ୍ରେ ରହିବେ। ଉଚ୍ଚସ୍ତରୀୟ ରୁଦ୍ଧଦ୍ୱାର ବୈଠକର ଅଧ୍ୟକ୍ଷତା କରିବେ। ଇରାନ ସହିତ ବଢ଼ୁଥିବା ତିକ୍ତତା ଏବଂ ଯୁଦ୍ଧ ପରିସ୍ଥିତକୁ ଦୃଷ୍ଟିରେ ରଖି ଟ୍ରମ୍ପଙ୍କ ଛୁଟି କ୍ୟାନସେଲ୍ କରାଯାଇଛି। ଏହି ସମୟରେ ଟ୍ରମ୍ପ ପ୍ରଶାସନ ଆମେରିକୀୟ କଂଗ୍ରେସକୁ ଏକ ପ୍ରମୁଖ ଖର୍ଚ୍ଚ ପ୍ରସ୍ତାବ ଦାଖଲ କରିଛନ୍ତି। ଯେଉଁଥିରେ ଆସନ୍ତା ବର୍ଷ ପାଇଁ $୧.୫ ଟ୍ରିଲିୟନ (ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୨୫ ଲକ୍ଷ କୋଟି ଟଙ୍କା) ପ୍ରତିରକ୍ଷା ବଜେଟ ଦାବି କରାଯାଇଛି। ଏହି ବଜେଟ ଗତ ବର୍ଷ ତୁଳନାରେ ପ୍ରାୟ ୪୨ ପ୍ରତିଶତ ଅଧିକ। କୁହାଯାଉଛି, ଇରାନ ସହିତ ଯୁଦ୍ଧ ଯୋଗୁ ଆମେରିକାର ସାମରିକ ଖର୍ଚ୍ଚରେ ତୀବ୍ର ବୃଦ୍ଧି ଘଟିଛି, ଯାହା ଏହି ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇଛି। ବ୍ଯୁରୋ ରିପୋର୍ଟ ଜିଟିଭି ଭାରତ ଓଡିଆ
14. ନୂଆଦିଲ୍ଲୀରୁ ସ୍ବଦେଶ ଖବର ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ସପ୍ତମ ଭାରତୀୟ ପତାକା ଲାଗିଥିବା ଏଲ୍ପିଜି ଟ୍ୟାଙ୍କର୍ ଗ୍ରୀନ୍ ସାନଭି ହର୍ମୁଜ୍ ପ୍ରଣାଳୀ ପାର କରିବାରେ ସଫଳ ହୋଇଛି। ପଶ୍ଚିମ ଏସିଆରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଛଅଟି ଏଲପିଜି ପରିବହନକାରୀ ଜାହାଜ ହର୍ମୁଜ୍ ପ୍ରଣାଳୀ ପାର ହୋଇ ଭାରତୀୟ ବନ୍ଦରରେ ପହଞ୍ଚିଛନ୍ତି। ଏବେ ସପ୍ତମ ଟ୍ୟାଙ୍କର୍ ମଧ୍ୟ ହମୁର୍ଜ୍ ପାର ହୋଇ ଭାରତ ମୁହାଁ ହୋଇଛି।ଗ୍ରୀନ୍ ସାନଭିରେ ୪୪,୦୦୦ ମେଟ୍ରିକ୍ ଟନ୍ ଏଲ୍ପିଜି ବୋଝେଇ ହୋଇଛି।ଏହାର ଆଗମନ ଦ୍ୱାରା ଏଲ୍ପିଜି ଅଭାବରୁ ମୁକ୍ତି ମିଳିବ। ତଥାପି, ହର୍ମୁଜ୍ର ପଶ୍ଚିମରେ ଏବେ ବି ୧୭ଟି ଭାରତୀୟ ଜାହାଜ ଫସି ରହିଛନ୍ତି। ଏଥିରେ ଦୁଇଟି ଏଲ୍ପିଜି ବୋଝେଇ ଜାହାଜ, ଗ୍ରୀନ୍ ଆଶା ଏବଂ ଜଗ ବିକ୍ରମ ରହିଛନ୍ତି। ବିଶେଷଜ୍ଞଙ୍କ ମତରେ, ଅନ୍ୟ ଦୁଇଟି ଏଲ୍ପିଜି ବୋଝେଇ ଜାହାଜ, ଗ୍ରୀନ୍ ଆଶା ଏବଂ ଜଗ୍ ବିକ୍ରମ ଖୁବ୍ ଶୀଘ୍ର ହର୍ମୁଜ୍ ଛାଡି ଭାରତ ମୁହାଁ ହେବେ। ବ୍ଯୁରୋ ରିପୋର୍ଟ ଜିଟିଭି ଭାରତ ଓଡିଆ
15. ଭୁବନେଶ୍ଵରରୁ ଓଡ଼ିଶା ଖବର ବଂଶଧାରା ନଦୀ ଜଳ ବଣ୍ଟନ ମାମଲାରେ ଓଡ଼ିଶାକୁ ଝଟ୍କା। ଆନ୍ଧ୍ରର ଦାବିକୁ ସ୍ଵୀକାର କରି କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର ଗେଜେଟ ନୋଟିଫିକେଶନ। ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ମିଳିଲା ଅନୁମତି। ବଂଶଧାରା ନଦୀ ଜଳ ବଣ୍ଟନ ନେଇ ବହୁବର୍ଷ ଧରି ଚାଲିଥିବା ବିବାଦ ନୂଆ ମୋଡ଼ ନେଇଛି। ଟ୍ରିବ୍ୟୁନାଲଙ୍କ ରାୟ ଓଡ଼ିଶାକୁ ଝଟକା ଦେଇଥିବା ବେଳେ ଆନ୍ଧ୍ର ସପକ୍ଷରେ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି।ଏହି ରାୟ ରାୟଗଡ଼ା ଜିଲ୍ଲା ଚାଷୀଙ୍କ ପାଇଁ ସମସ୍ୟା ବଢାଇଛି।ଟ୍ରିବ୍ୟୁନାଲ୍ ରାୟ ଅନୁଯାୟୀ, ଗୋଟ୍ଟା ବ୍ୟାରେଜରେ ଉପଲବ୍ଧ ଜଳର ପରିମାଣ ୧୧୫ ଟିଏମ୍ସି ସ୍ଥିର ହୋଇଛି। ଏଥିରୁ ଅଧା ଆନ୍ଧ୍ରପ୍ରଦେଶକୁ ଯିବ ବୋଲି ନିର୍ଦ୍ଦେଶର ଉଲ୍ଲେଖ ରହିଛି। ୧୯୬୨ ମସିହା ୩୦ ସେପ୍ଟେମ୍ବରରେ ଏନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ହୋଇଥିବା ବୈଠକରେ ଚୂଡାନ୍ତ ହୋଇଥିବା କୁହାଯାଇଛି। ବଂଶଧାରା ନଦୀ ଜଳ ପରିଚାଳନାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଏହି ବିବାଦ ୨୦୦୬ରେ ଆରମ୍ଭ ହୋଇଥିଲା। ବ୍ଯୁରୋ ରିପୋର୍ଟ ଜିଟିଭି ଭାରତ ଓଡିଆ
16. ବିଦେଶ ଖବର ପାକିସ୍ତାନରେ ଆଲୋଚନାକୁ ମନା କଲା ଇରାନ । ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ ପାକିସ୍ତାନର ପଦକ୍ଷେପ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଆଲୋଚନାରେ ସାମିଲ ମଧ୍ୟସ୍ଥିମାନେ କହିଛନ୍ତି, ଇରାନ ଇସଲାମାବାଦରେ ଆମେରିକୀୟ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ମନା କରିଦେଇଛି, ଯାହା ଫଳରେ ଅସ୍ତ୍ରବିରତି ପାଇଁ ଆଞ୍ଚଳିକ ମଧ୍ୟସ୍ଥତା ପ୍ରୟାସ ଏବେ ଅଧା ବାଟରେ ଅଟକି ରହିଛି । ତେହେରାନ ମଧ୍ୟସ୍ଥତି ମାନଙ୍କୁ ସ୍ପଷ୍ଟ ଭାବରେ କହିଛି,ଆଲୋଚନା ପାଇଁ ନିଜର ଅଧିକାରୀମାନଙ୍କୁ ଇସଲାମାବାଦ ପଠାଇବାକୁ ଆମେ ଇଚ୍ଛୁକ ନୁହଁ ।ଇରାନ ଆମେରିକାର ଦାବିକୁ ପ୍ରତ୍ୟାଖ୍ୟାନ କରି ଆଲୋଚନା ପାଇଁ ବର୍ତ୍ତମାନର ଢାଞ୍ଚାରେ ବିରାମ ଲଗାଇଛି।ଇରାନ ମଧ୍ୟସ୍ଥତାକାରୀଙ୍କୁ କହିଛି,ୱାସିଂଟନର ଦାବିଗୁଡ଼ିକୁ ଗ୍ରହଣୀୟ ନୁହେଁ। ବ୍ଯୁରୋ ରିପୋର୍ଟ ଜିଟିଭି ଭାରତ ଓଡିଆ
17. ଜିଲ୍ଲାସ୍ତରୀୟ ଖବର ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି । ବିମାନବନ୍ଦର ପାଇଁ ଜଙ୍ଗଲ ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ । ପୁରୀ ଜଙ୍ଗଲ ବିଭାଗ ତରଫରୁ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ୨୭.୮୮୭ ହେକ୍ଟର ଜମି ଯୋଗାଇ ଦିଆଯିବ । ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ନୀତିଗତ ଷ୍ଟେଜ୍-୧ ଜଙ୍ଗଲ ମଞ୍ଜୁରୀ ପ୍ରଦାନ କରାଯାଇଛି।କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ଏହି ପ୍ରକଳ୍ପକୁ କିଛି ସର୍ତ୍ତ ସହିତ ଅନୁମତି ଦେଇଛନ୍ତି । ନୀତିଗତ ଭାବେ ରାଜି, କିନ୍ତୁ ଚୂଡ଼ାନ୍ତ ଅନୁମତି ପୂର୍ବରୁ କିଛି ନିୟମ ପାଳନ କରିବାକୁ ପଡ଼ିବ । କ୍ଷତିପୂରଣ ହେଉଥିବା ପାଇଁ ଅନ୍ୟ ସ୍ଥାନରେ ନୂଆ ଗଛ ଲଗାଇବାକୁ ହେବ । ଜଙ୍ଗଲ ଜମି ବ୍ୟବହାର ପାଇଁ ଆବଶ୍ୟକ ଖର୍ଚ୍ଚ ଭରଣା କରିବାକୁ ହେବ । ବ୍ଯୁରୋ ରିପୋର୍ଟ ଜିଟିଭି ଭାରତ ଓଡିଆ |