• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଜିଲ୍ଲା

08-Sep-2026

୮୩ତମ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ, ରାସ୍ତା ଓ ସେତୁ ବିକାଶ ସହ ଶିକ୍ଷା, ଛାତ୍ରାବାସ ଓ ପାନୀୟଜଳ ସମସ୍ୟାର ତ୍ୱରିତ ସମାଧାନ ଉପରେ ଆଲୋଚନା

ରାୟଗଡ଼(ପିଆର),ତା ୦୮/୦୯/୨୦୨୬ ରିଖ, ରାୟଗଡ଼ ଜିଲ୍ଲା ପରିଷଦର ୮୩ତମ ଜିଲ୍ଲା ପରିଷଦ ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ସରସ୍ବତୀ ମାଝୀଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗ ଅଧୀନରେ ଚାଲୁଥିବା ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯିବା ସହ ଶିକ୍ଷା, ରାସ୍ତା ଓ ସେତୁ, ପାନୀୟଜଳ, ଛାତ୍ରାବାସ, ପରିମଳ ଓ ଜନସେବା ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ  ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ମାନ୍ୟବର ବିଧାୟକ ରାୟଗଡ ଶ୍ରୀ କାଡ୍ରାକା ଆପାଲା ସ୍ୱାମୀ,  ମାନ୍ୟବର ବିଧାୟକ ବିଷମକଟକ ଶ୍ରୀ ନୀଳମାଧଵ ହିକକା, ମାନ୍ୟବର ବିଧାୟକ ଗୁଣପୁର ଶ୍ରୀ ସତ୍ୟଜିତ ଗମାଙ୍ଗୋ, ମାନ୍ୟବର ସାଂସଦ ପ୍ରତିନିଧି ଶ୍ରୀ ଦୁର୍ଗାପ୍ରସାଦ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା,  ଜନପ୍ରତିନିଧି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ବିକାଶ କାର୍ଯ୍ୟର ସ୍ଥିତି ଓ ଭବିଷ୍ୟତ କାର୍ଯ୍ୟଯୋଜନା ଉପରେ ମତବିନିମୟ କରିଥିଲେ।
ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ସମୟରେ ଜିଲ୍ଲାରେ ଲୋକଙ୍କୁ ଉନ୍ନତ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଆବଶ୍ୟକତା ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗରେ ମାନବ ସମ୍ବଳ/କର୍ମଚାରୀ ନିଯୁକ୍ତି ଏବଂ ରୋଗୀଙ୍କୁ ଅନାବଶ୍ୟକ ଭାବେ ଅନ୍ୟ ଜିଲ୍ଲାକୁ ରେଫର୍‌ ନକରି, ଜିଲ୍ଲା ମଧ୍ୟରେ ସମ୍ଭବ ସମସ୍ତ ଚିକିତ୍ସାସେବା ଯୋଗାଇବା ଉପରେ ଆଲୋଚନା ହୋଇଥିଲା। ଏଥିସହ ଖାଦ୍ୟ ନିରୀକ୍ଷଣ (Food Inspection) କାର୍ଯ୍ୟକୁ ଅଧିକ ସକ୍ରିୟ କରିବା ଏବଂ ଜନସାଧାରଣଙ୍କୁ ନିରାପଦ ଓ ଗୁଣାତ୍ମକ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସର ଉପଲବ୍ଧତା ଓ ତ୍ୱରିତ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରିବା, CHCଗୁଡ଼ିକର କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଆବଶ୍ୟକ ସେବା ନିରବଚ୍ଛିନ୍ନ ଭାବେ ଯୋଗାଇଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଏହା ସହ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଓ ସମୟୋପଯୋଗୀ କରିବା ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଟିକା ସମୟୋପଯୋଗୀ ଭାବେ ପହଞ୍ଚାଇବା ଓ ବଣ୍ଟନ ଉପରେ ବୈଠକରେ ଆଲୋଚନା କରାଯାଇଥିଲା।
ରାୟଗଡ଼ R&B ବିଭାଗ ଅଧୀନରେ ରାସ୍ତା ଓ ସେତୁ ଭିତ୍ତିଭୂମିର ବିକାଶ ସମ୍ପର୍କରେ ବୈଠକରେ ବିସ୍ତୃତ ତଥ୍ୟ ଉପସ୍ଥାପିତ ହୋଇଥିଲା। R&B Division-II ଅଧୀନରେ ମୋଟ ୫୧୧.୫୮୦ କି.ମି. ରାସ୍ତା ରହିଥିବା ବେଳେ R&B Division-I ଅଧୀନରେ ମୋଟ ୪୪୧.୨୦୯ କି.ମି. ରାସ୍ତା ରହିଛି। ବୈଠକରେ ଗୁଣୁପୁର–ପୁଟସିଂ ରାସ୍ତାର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ, ପାରଳାଖେମୁଣ୍ଡି ବର୍ଡର–ବାଙ୍ଗି ଜଙ୍କସନ ରାସ୍ତାର ୪-ଲେନ୍ କାର୍ଯ୍ୟ, ବିଷମକଟକ–କୁଟ୍ରାଗଡ଼ ରାସ୍ତା ଏବଂ ଡୁକୁମ–ଦୁର୍ଗୀ ରାସ୍ତାର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଅଗ୍ରଗତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ଜିଲ୍ଲା ଶିକ୍ଷା ବିଭାଗର ସମୀକ୍ଷା ସମୟରେ ଆଗାମୀ ବୋର୍ଡ ପରୀକ୍ଷାରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ A1 ଓ A2 ଗ୍ରେଡ୍‌ରେ ସଫଳ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ପ୍ରଦର୍ଶନରେ ଉନ୍ନତି ପାଇଁ ବିଦ୍ୟାଳୟସ୍ତରରେ ଅତିରିକ୍ତ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି। ବିଶେଷକରି ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ଅତିରିକ୍ତ କ୍ଲାସ୍‌ ଆୟୋଜନ କରାଯାଉଥିବା ନେଇ ବୈଠକରେ ଅବଗତ କରାଯାଇଥିଲା। ବିଦ୍ୟାଳୟଗୁଡ଼ିକରେ ପାନୀୟଜଳ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନର ଗୁଣବତ୍ତା, ସଚେତନତା ଅଭିଯାନ, CCTV ସ୍ଥାପନ, ଛାତ୍ରାବାସର ସୁରକ୍ଷା ଏବଂ ନିୟମିତ Parent-Teacher Meeting ଆୟୋଜନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ପୁରୁଷ ଛାତ୍ରାବାସଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ୱାର୍ଡେନ୍ ନିଯୁକ୍ତି ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଓ ବ୍ୟକ୍ତିତ୍ୱ ବିକାଶ ପାଇଁ NGO ସହଯୋଗରେ କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜନ ଉପରେ ଆଲୋଚନା କରାଯାଇଥିଲା। ଛାତ୍ରାବାସରେ ଶୌଚାଳୟ ଓ ପରିମଳ ବ୍ୟବସ୍ଥାର ଉନ୍ନତି, ଆବଶ୍ୟକ ମରାମତି ଓ ଭିତ୍ତିଭୂମିର ସୁଧାର ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥିଲା।
RWSS ବିଭାଗର କାର୍ଯ୍ୟ ସମୀକ୍ଷା ସମୟରେ ବିଭିନ୍ନ ଅଞ୍ଚଳରେ ପାନୀୟଜଳ ସମସ୍ୟା ଓ ଏହାର ତୁରନ୍ତ ସମାଧାନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜଳସଙ୍କଟ ଦେଖାଦେଉଥିବା ଅଞ୍ଚଳରେ ତ୍ୱରିତ ପଦକ୍ଷେପ, ଆବଶ୍ୟକସ୍ଥଳରେ ବୋରୱେଲ୍ ସ୍ଥାପନ ଏବଂ ନିରନ୍ତର ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବା ଉପରେ ବିଭାଗକୁ ପ୍ରାଥମିକତା ଦେବା ପାଇଁ ଆଲୋଚନା କରାଯାଇଥିଲା।
ବୈଠକରେ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଚାଲୁଥିବା ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ, ଗୁଣବତ୍ତା ସହିତ ସମ୍ପନ୍ନ କରିବା ସହ ସରକାରୀ ଯୋଜନା ଓ ଜନକଲ୍ୟାଣମୂଳକ ସେବାର ସୁଫଳ ଜିଲ୍ଲାର ଶେଷ ସୀମାରେ ଥିବା ଲୋକଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

34
ବିଜ୍ଞାପନ

ଶ୍ରୀ ଶ୍ରୀ ମଝିଘରିଆଣୀ ..

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Advertisement..

Chaiti - 2025..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ଭାରତୀୟ ଗଣତନ୍ତ୍ରରେ ବିହାର ରାଜନ..

ଜିଲ୍ଲା

ରାୟଗଡରେ ଜିଲ୍ଲାସ୍ତରୀୟ ଦିଶା ବୈ..

ସହର

ଇମ୍ଫା ଥେରୁବାଲି ରେ ସପ୍ତାହ ବ୍ୟା..

ଗ୍ରାମୀଣ

ବାଫ୍‍ଲିମାଳି ଦୀର୍ଘସ୍ଥାୟୀ ଖଣି ..

ଜାତୀୟ

ରାଜନୈତିକ ଷଡଯନ୍ତ୍ର | BJP ଫସିଲା | ସମ..

ଅନ୍ତର୍ଜାତୀୟ

ଗାଁ ରୁ ସହର, ଜିଲ୍ଲା, ରାଜ୍ଯ, ଦେଶ ଓ ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଜିଟିଭି ଭାରତ ଓଡିଆ ର ସାମ୍ବାଦିକ ତ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ଜିଟିଭି ଭାରତ ଓଡିଆ ପ୍ରତିନିଧି କହି ତାଙ୍କ ଦ୍ବାରା କୌଣସି ଅପ୍ରିତିକର କାର୍ଯ୍ଯ ହୁଏ ବା ସେ କରନ୍ତି ସେଥିପାଇଁ ଜିଟିଭି ଭାରତ ଓଡିଆ ସମ୍ପାଦକ ଦାୟୀନୁହନ୍ତି |   (12-Apr-2026 07:08:00 PM) | ଚୈତନ୍ଯ କାଲସାଇ ବଲାଙ୍ଗୀର ଜିଲ୍ଲାପ୍ରତିନିଧିଭାବେ ଖବର ପ୍ରେରଣ କରିବାକୁ ସଂସ୍ଥା ଠାରୁ ପରିଚୟପତ୍ର ନେଇଥିଲେ | କୌଣସି କାର୍ଯ୍ଯ ନକରିବାରୁ ତାଙ୍କୁ ଦିଆଯାଇଥିବା ପରିଚୟପତ୍ର ଓ କାର୍ଡକୁ ଆଜ ତା 12.04.2026 ରିଖରୁ ରଦ୍ଧ କରିଦିଆଗଲା |    (12-Apr-2026 07:05:00 PM) | ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter