• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଜିଲ୍ଲା

28-Dec-2025

ଚଇତି ତୃତୀୟ ରଜନୀ, ସଂସ୍କୃତି ଓ ପରମ୍ପରା ହେଉଛି ଆଦିବାସୀଙ୍କ ଅସ୍ମିତା : ମନ୍ତ୍ରୀ ବିଭୁତି ଜେନା

ରାୟଗଡ (ପିଆର) ଶୀତୁଆ ସନ୍ଧ୍ୟା ସହିତ ନୃତ୍ୟ ଓ ସଂଗୀତ ଲହରିର ଓଢଣୀ ସତେ ଯେମିତି ନୂତନ ବଧୂ ସଜ ହୋଇ ବସିଥିବା ଭଳି କବିର ମନକୁ ଆଲୋଡିତ କରୁଛି ରାୟଗଡା ଚଇତି l ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଆଶୁତୋଷ କୁଲକର୍ଣ୍ଣିଙ୍କ ସଭାପତିତ୍ୱରେ ଚଇତି ତୃତୀୟ ରଜନୀ ପାଳନ ହୋଇଥିଲା l ଭାରତୀ କଳା ସଂଗଠନ କଳାକାରମାନଙ୍କ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣରେ ମଞ୍ଚ ଶୋଭାଗ୍ୟ ହୋଇଥିଲା l ଚଇତିର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡିଶା ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରି ବିଭୁତି ଜେନା ଯୋଗଦାନ କରିଥିଲେ l ସବୁଜିମା, ଗାରିମା ସାଙ୍ଗକୁ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇ ଜିଲ୍ଲାକୁ ଶ୍ରେଷ୍ଠ ସ୍ତରକୁ ନେବା ପାଇଁ ସମସ୍ତ ଅଧିକାରୀଙ୍କ ସମେତ ଲୋକ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ ମନ୍ତ୍ରୀ ଶ୍ରୀ ଜେନା l ଫଗୁଣକୁ କୋଇଲି ଓ ଶ୍ରାବଣକୁ ମୟୁର ଯେମିତି ଅପେକ୍ଷା କରେ ଚଇତିକୁ ସେମିତି ରାୟଗଡ଼ ବାସୀ ସେମିତି ଅପେକ୍ଷା କରନ୍ତି l ରାୟଗଡ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ରାୟଗଡ ପୌର ପରିଷଦ ଅଧ୍ୟକ୍ଷ ପି. ମହେଶ ପଟନାୟକ, ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା, ଗୁଣପୁର ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼, ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସରମିତା ଶବର, ଉପାଧ୍ୟକ୍ଷ ବି.ଯୋଗେଶ୍ୱର ରାଓ, ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲୀପ ପ୍ରମୁଖ ମଂଚାସୀନ ଥିଲେ l ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ମୁଖ୍ୟ ଅତିଥି, ସମ୍ମାନିତ ଅତିଥିଙ୍କ ସମେତ ଜିଲ୍ଲାର ପୌର ପରିଷଦ ଓ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ, ଅଧ୍ୟକ୍ଷା, ଓ ସମସ୍ତ କାଉନସିଲର ମାନଙ୍କୁ ସମ୍ମାନିତ କରିଥିଲେ l ସେହିଭଳି ଜିଲ୍ଲାର ରବିନ୍ଦ୍ର ତ୍ରିପାଠୀଙ୍କୁ ଶିକ୍ଷା କ୍ଷେତ୍ରରେ, ରଥିରାମ ଗୌଡ଼ ଏବଂ ଟଙ୍କଧର ନାୟକଙ୍କୁ କ୍ରୀଡା କ୍ଷେତ୍ରରେ, କସ୍ତୁରୀ ସାହୁଙ୍କୁ କଳା ଓ ହସ୍ତତନ୍ତ କ୍ଷେତ୍ରରେ, ନିରଞ୍ଜନ ନାୟକଙ୍କୁ କୃଷି ଓ ସାହିତ୍ୟ କ୍ଷେତ୍ରରେ, ତାପସ କୁମାର ଦଳେଇଙ୍କୁ ସମାଜସେବା କ୍ଷେତ୍ରରେ ଉଲେଖନୀୟ ପ୍ରଦର୍ଶନ ଯୋଗୁଁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ଚଇତି ସମ୍ମାନରେ ସମ୍ମାନିତ କରାଯାଇଥିଲା l ସେହିଭଳି ଚଳିତ ଚଇତି ଭଲିବଲ କ୍ରୀଡ଼ାରେ ବିଜୟ ହାସଲ କରିଥିବା ମାଲିଗାଁ ଟିମ, ଦ୍ବିତୀୟ ସ୍ଥାନରେ ରହିଥିବା କତପେଟା ଟିମ, 50 ରୁ 60 ବର୍ଷ ପୁରୁଷ ବର୍ଗର ୱାକଥନରେ ବିଜୟ ହୋଇଥିବା ଚିତ୍ତରଞ୍ଜନ ରଥ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ବୁଧୁରାମ ମହନ୍ତ, ମହିଳା ବର୍ଗର ବିଜୟୀ ସୁଜାତା ମଣ୍ଡଳ ଓ ଦ୍ବିତୀୟ ସ୍ଥାନରେ ଥିବା ସୁଜାତା ବାରିକ, ବରିଷ୍ଠ ନାଗରିକ ପୁରୁଷ ବର୍ଗର ବିଜୟୀ ତ୍ରିପତି ପଣ୍ଡା, ଦ୍ବିତୀୟ ସ୍ଥାନରେ ଥିବା ମହାମଦ ଅବଦୁଲ ଓ ମହିଳା ବର୍ଗରେ ସନ୍ଧ୍ୟାରାଣୀ ପଲେଇଙ୍କୁ ମଧ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l ଆଜି ତୃତୀୟ ରାଜନୀରେ ରାୟଗଡ ପୌର ପରିଷଦ ପକ୍ଷରୁ ଇନ୍ଦିରା ଡ୍ୟାନ୍ସ ଏକାଡେମୀର କୁଚିପୁଡି ଏବଂ ଅନାମଚାରୀ, ଡାବୁଗାଁର ସାଇଲୋଡ଼ି ଢେମସା, ରାମନାଗୁଡ଼ା ବ୍ଲକର ଝାଂର୍ଲିଙ୍ଗଗୁଡ଼ା ମେରିହା, କିନ୍ନରଙ୍କ କୋରାପୁଟିଆ ଢେମସା, ଝଂଜାବତି କଳାପରିଷଦର ଢେମସା, ମୁନିଗୁଡା ବ୍ଲକର ସମ୍ବଲପୁରୀ ଏବଂ ଗାୟତ୍ରୀ କଳା ସଂଗଠନର ଆଦିବାସୀ ଢେମସା ନୃତ୍ୟ ସମସ୍ତ ଦର୍ଶକଙ୍କ ମନରେ ଉନ୍ମାଦ ଭରିଥିଲା l ଶେଷରେ ଉପଜିଲାପାଳ ରମେଶ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ l ସଂଗୀତ ନିର୍ଦେଶକ, ଗାୟକ, ଏବଂ ଲେଖକ ବିଷ୍ଣୁ ମୋହନ କବିଙ୍କ ସମେତ ନାବ୍ୟା ଯାଇତିଙ୍କ ଗୀତରେ ଦର୍ଶକ ଝୁମିଥିଲେ l

138
ବିଜ୍ଞାପନ

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ପ୍ରିୟ ଖବରର ଦ୍ୱାଦଶ ତମ ସ୍ୱନକ୍ଷତ..

ଜିଲ୍ଲା

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂ..

ସହର

ଜେକେ ପେପର୍ ମିଲ୍ସ, ଜେକେପୁରରେ ୩୭..

ଗ୍ରାମୀଣ

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍..

ଜାତୀୟ

ସଂକ୍ଷେପରେ 22 ତାରିଖର 21 ଗୋଟି ମୁଖ୍..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) | "ଜିଟିଭି ଭାରତ ଡଟ୍ କମ୍" ତଥା "ଜିଟିଭି ଭାରତ ଓଡିଆ" ପୋର୍ଟାଲ କିମ୍ବା ଚାନେଲ ସମ୍ପର୍କରେ କେବଳ ରାୟଗଡ ଜୁଡିସିଆଲରେ ହିଁ ଆଇନଗତ ଆଶ୍ରୟ ନେଇପାରିବେ:ସମ୍ପାଦକ   (03-Aug-2021 03:48:00 PM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter