22-Jan-2026
ରାୟଗଡ(ବ୍ଯୁରୋ) ଓଡିଶା ପତ୍ରକାର ସଂଘ ରାୟଗଡ ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକ ସ୍ବର୍ଗତ ଆଶୁତୋଷ କୁମାର ପଟ୍ଟନାୟକଙ୍କୁ ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି | ଗତ ପ୍ରାୟ 5 ବର୍ଷ ହେଉଛି ସାମ୍ବାଦିକ ଜୀବନ ଆରମ୍ଭ କରିଥିବା ସାମ୍ବାଦିକ 16 ତାରିଖରେ ଶେଷନିଶ୍ବାସ ତ୍ଯାଗ କରିଛନ୍ତି | ପ୍ରିଣ୍ଟ ମିଡିଆ ଦୈନିକ ଓଡିଆ ଖବର କାଗଜ ପ୍ରିୟ ଖବରର ରାୟଗଡ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ଯରତ ରହିଥିଲେ ଏବଂ ଡିଜିଟାଲ ମିଡିଆ ସଂଘର୍ସ ଟିଭିରେ ସାମ୍ବାଦିକ କାର୍ଯ୍ଯ କରୁଥିଲେ | 2026 ଜାନୁଆରୀ 16 ତାରିଖ ସକାଳେ ଛାତ୍ରିରେ ଯନ୍ତ୍ରଣା ହେବା ପରେ ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶ ପରେ ଔଷଧ ସେବନ କରିଥିଲେ | କିନ୍ତୁ ଯନ୍ତ୍ରଣା ନକମିବାରୁ ତାଙ୍କ ପରିବାର ଏବଂ ବନ୍ଧୁଙ୍କ ସହ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ବର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କ ସ୍ବାଶକ୍ରୀୟାରେ ସମସ୍ଯା ଦେଖାଦେବା ପରେ ତାଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା କିନ୍ତୁ ଅଧିକ ସମୟ ରହିପାରିଲେ ନାହିଁ | ସନ୍ଧ୍ଯା ପ୍ରାୟ 5 ଘଟିକା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା | ଖବର ପ୍ରସାରିତ ହେବା ପରେ ଶୋକର ଛାୟାଖେଳିଯାଇଥିଲା | ବିଭିନ୍ନ ଗମାଧ୍ଯମ ପ୍ରତିନିଧି ଏବଂ ବନ୍ଧୁବାନ୍ଧବ ମେଡିକାଲ ଯାଇଥିଲେ ଏବଂ ସେଠାରୁ ତାଙ୍କ ମର ଶରିରକୁ ନିଜ ବାସଭବନ ଗାନ୍ଧୀନଗର ତୃତୀୟ ଲେନ୍କୁ ଆଣିଥିଲେ | 17 ତାରିଖ ତାଙ୍କ ପୁତୁରା ମୁଖାଗ୍ନୀ ଦେଇଥିଲେ ଏବଂ ଅନ୍ତେଷ୍ଠି କ୍ରିୟା ସମାପନ ହୋଇଥିଲା | ସ୍ବର୍ଗତ ଆଶୁତୋଷଙ୍କ ସ୍ତ୍ରୀ, ଦୁଇଝିଅ ଓ ପରିବାର ଲୋକଙ୍କୁ ଛାଡି ଆରପାରିରେ |
ଆଶୁତୋଷର ଦେହାନ୍ତ ଖବର ପାଇବା ପରେ ପ୍ରିୟ ଖବରର ସମ୍ପାଦକ ଶ୍ରୀ ରାଜ କିଶୋର ଦାସ ଫୋନ୍ ମାଧ୍ଯମରେ ଯୋଗାଯୋଗ କରିଥିଲେ | ଏବଂ ତାଙ୍କ ନିର୍ଦ୍ଧେଶ କ୍ରମେ ପ୍ରିୟ ଖବରର ସମସ୍ତ ସାମ୍ବାଦିକ ସ୍ବର୍ଗତ ଆସୁତୋଷଙ୍କ ଘରେ ପହଞ୍ଚି କେତେକ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ | ପ୍ରିୟ ଖବର ସମ୍ପାଦକ ଶ୍ରୀ ଦାସ 21 ତାରିଖ ରାୟଗଡରେ ପହଞ୍ଛିଥିଲେ ଏବଂ ଓଡିଶା ପତ୍ରକାର ସଂଘ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଇ ସ୍ବର୍ଗତ ଆଶୁତୋଷଙ୍କ ଆତ୍ମାର ସଦଗତି କାମନା କରି ଦୁଖଃ ଓ କୋହରେ ଭାଙ୍ଗି ପଡିଥିଲେ | ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ମୁଖ୍ଯ ଅତିଥି ଭାବେ ଓଡିଶା ପତ୍ରକାର ସଂଘର ରାଜ୍ଯ ଉପସଭାପତି ଶ୍ରୀ ହର ପ୍ରସାଦ ଦାସ ଯୋଗଦେଇଥିବା ବେଳେ, ବିଶ୍ବନାଥ ସ୍ବାଇଁ, ଭୁବନେଶ୍ବରର ସାମ୍ବାଦିକ, ସଂଘର ରାଜ୍ଯ ସାଧାରଣ ସମ୍ପାଦକ ରାମଦାସ ଲିମା, କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ, ସାମ୍ବାଦିକ ସୁଧାଂଶୁ ସିଂ, ସତ୍ଯନାରାୟଣ ଦଳାଇ, ସାମ୍ବାଦିକ ନିତାଇ, ସାମ୍ବାଦିକ ଚନ୍ଦନ ଏବଂ ଅନ୍ଯାନ୍ଯ ସାମ୍ବାଦିକ ଯୋଗଦେଇ ସ୍ମୃତି ଚାରଣ କରିଥିଲେ | ଏହାପରେ ପ୍ରିୟ ଖବର ସମ୍ପାଦକ ରାଜ କିଶୋର ଦାସ ଏବଂ ଅନ୍ଯ ସାମ୍ବାଦିକ ସ୍ବର୍ଗତ ଆଶୁତୋଷ ପଟ୍ଟନାୟକଙ୍କ ଘରକୁ ଯାଇ ତାଙ୍କ ପରିବାରଙ୍କୁ ଭେଟି ସାନ୍ତନା ଦେବା ସହ ସରକାରୀ ସୁବିଧା ପାଇଁ ଯେଉଁ ସବୁ କାଗଜପତ୍ର ଆବଶ୍ଯକତା ପଡିଲେ ସମସ୍ତ ପ୍ରକାର ସହଯୋଗ କରିବା ସହ ଆର୍ଥିକ ସହୋଯୋଗର ହାତ ବଢାଇଥିଲେ | ଶ୍ରୀ ଦାସଙ୍କ ଏଭଳି ପଦକ୍ଷେପ ପାଇଁ ସାମ୍ବାଦିକ ଏବଂ ଜନସାଧରଣ ମହଲରେ ସାଧୁବାଦ ଜଣାଇଛନ୍ତି | ଏମିତି କଣ କହିଲେ ! କହିଲେ କହୁଛି ବନ୍ଦ କୋଠରିରେ ଖୋଲାକଥା