22-Jan-2026
ରାୟଗଡ(ବ୍ଯୁରୋ) ରାୟଗଡ ଜିଲ୍ଲାର ଅନ୍ଯ ଏକ ପୁରାତନ ସାମ୍ବାଦିକ ସଂଗଠନ ମିଡିଆ କ୍ଲବ ରାୟଗଡର ସାଧାରଣ ପରିଷଦ ବୈଠକ ଓ ବନ୍ଧୁ ମିଳନ ଭାକୁରଗୁଡା ନିକଟସ୍ଥ ଉଦ୍ଯାନ ବିଭାଗ ନର୍ସରି ପାଖରେ କ୍ଲବର ସଭାପତି ରାମଦାସ ଲିମାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ ସାଧାରଣ ପରିଷଦ ବୈଠକରେ କ୍ଲବର ବିଭିନ୍ନ କାର୍ଯ୍ଯକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା, ସେଥି ମଧ୍ଯରୁ ଖବର ସଂଗ୍ରହ, ସାମ୍ବାଦିକଙ୍କ ସମସ୍ଯା, କ୍ଲବର ସଦସ୍ଯ ବୃଦ୍ଧି, ସାମାଜିକ କାର୍ଯ୍ଯକ୍ରମ ହାତକୁ ନେଇ କାର୍ଯ୍ଯକାରୀ କରିବା | ସାମ୍ବାଦିକଙ୍କ ସ୍ବାସ୍ଥ୍ଯବୀମା, ସାମ୍ବାଦିକ ତଥା ସଦସ୍ଯ କଲ୍ଯାଣ ପାଣ୍ଠି, ସାମ୍ବାଦିକ ବିଭିନ୍ନ ସମସ୍ଯା ସମାଧାନ ନିମନ୍ତେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ରାଜ୍ଯ ସରକାର ଓ କେନ୍ଦ୍ର ସରକାରଙ୍କ ଉଦ୍ଧେଶ୍ଯରେ ଆଗାମୀ ଦିନରେ ଦାବୀପତ୍ର ପ୍ରଦାନ କରିବା | ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକୁ ନେଇ ଜନସଚେତନ କରିବା, ସାମ୍ବାଦିକ କର୍ମଶାଳା ଆୟୋଜନ କରିବା ସହ ବୈଠକରେ ନିସ୍ପତ୍ତି ନିଆଗଲା ଯେ କିଛି ବର୍ଷତଳେ ଜିଲ୍ଲାରେ କାର୍ଯ୍ଯରତ ସାମ୍ବାଦିକ ମିଡିଆ କ୍ଲବ ରାୟଗଡର ପ୍ରତିଷ୍ଠାତା ଓ ସଦସ୍ଯ ମାନେ ବହୁବର୍ଷ ହେଉଛି ସେମାନେ ମିଡିଆ କ୍ଲବର କୌଣସି କାର୍ଯ୍ଯକ୍ରମରେ ଯୋଗଦେଉ ନାହାନ୍ତି | ଏଣୁ ଖବର କାଗଜ କିମ୍ବା ସାମାଜିକ ଗଣମାଧ୍ଯ ଜରିଆରେ ତାଙ୍କୁ ସୂଚନା ଦିଆଯାଉ ଆଜି ଠାରୁ ଆଗମୀ 15 ଦିନ ଅର୍ଥାତ୍ 6 ତାରିଖ ମଧ୍ଯରେ ଯେକୌଣସି ସଦସ୍ଯ ମିଡିଆ କ୍ଲବରେ ସଦସ୍ଯ ହୋଇ ରହିବାକୁ ଚାହୁଁ ଛନ୍ତି ତେବେ ଉକ୍ତ ତାରିଖ ମଧ୍ଯରେ ମିଡିଆ କ୍ଲବ ରାୟଗଡର ମେଲ ଆଇଡି Mail ID mediaclubrayagada@mail.com ରେ ନିଜର ସ୍ତିତି ଜଣାଇବେ, ନିୟମିତ ଆସୁନଥିବା ସଦସ୍ଯଙ୍କର ଏହି ସମୟସୀମା ମଧ୍ଯରେ କୌଣସି ସୂଚନା ବର୍ତ୍ତମାନର ସଦସ୍ଯ ମାନଙ୍କୁ ନମିଳେ ତେବେ ତାଙ୍କର ସଦସ୍ଯତା ସ୍ବରଦ୍ଧ ହୋଇଯିବ ଏବଂ ବର୍ତ୍ତମାନର ସଦସ୍ଯମାନଙ୍କ ଦ୍ବାରା ଆୟୋଜିତ ବୌଠକରେ ସେହି ସଦସ୍ଯ ମାନଙ୍କୁ ମିଡିଆ କ୍ଲବ ରାୟଗଡରୁ ବାଇଲୋ ପ୍ରକାରେ ବାଦଦେବାର କାର୍ଯ୍ଯକ୍ରମ ଉପରେ ପଦକ୍ଷେପ ନିଆଯିବ | ପୂର୍ବ ସଦସ୍ଯ ମାନଙ୍କ ମଧ୍ଯରୁ କିଛି ସଦସ୍ଯ ଏବଂ ପ୍ରତିଷ୍ଠାତା ସଭ୍ଯମାନେ ମିଡିଆ କ୍ଲବ ରାୟଗଡରୁ ଇସ୍ତଫା ଦେଇଛନ୍ତି ଏବଂ କିଛି ସଦସ୍ଯ ତାଙ୍କର କୌଣସି ମତାମତ ରଖିନାହାନ୍ତି କିମ୍ବା ମିଡିଆ କ୍ଲବରେ ନିୟମିତ ହେଉନାହାନ୍ତି | ଏଣୁ ସେହି ସଦସ୍ଯ ମାନଙ୍କ ଠାରୁ ଏହି 15 ଦିନ ମଧ୍ଯରେ ତାଙ୍କ ଠାରୁ କିଛି ସୂଚନା ନମିଳେ ତେବେ ତାଙ୍କୁ ମିଡିଆ କ୍ଲବ ରାୟଗଡରୁ ବାଦ ଦିଆଯିବାକୁ ବୈଠକରେ ସର୍ବସମ୍ମତି କ୍ରମେ ନିସ୍ପତ୍ତି ନିଆଯାଇଛି | ମିଡିଆ କ୍ଲବ ରାୟଗଡ ଆକାଉଣ୍ଟରେ କିଛି ଟଙ୍କା ପୂର୍ବରୁ ଗଚ୍ଛିତ ରହିଛି | ଉକ୍ତ ଟଙ୍କା ଏବଂ ମିଡିଆ କ୍ଲବ ରାୟଗଡ ସମ୍ପର୍କରେ କୌଣସି ଆପତି ଅଭିଯୋଗ କଲେ ତାହା ଗ୍ରହଣୀୟ ହେବ ନାହିଁ | ଆଜିର ଏହି ବୌଠକରେ ବରିଷ୍ଠ ସାମ୍ବାଦିକ ତଥା ପ୍ରତିଷ୍ଠା ସଦସ୍ଯ ରଘୁନାଥ କାମ୍ବା, ନଳିନୀ କୁମାର ପାଣି, ଦୂର୍ଗା ପ୍ରସାଦ ପାଢୀ, ଆଲୋକ କୁମାର ମହାରଣା, ସୁନିଲ କୁମାର ପାତ୍ର, ସୁଧାନସୁ ସିଂ, ରୁବେନ ପାଉଲ୍, ରାଜେଶ କୁମ୍ଭାର, ଉପଦେଷ୍ଠା ମାର୍କେଶ ମଲ୍ଲିକ, ଅନୁବ୍ରତ ବାରା, ସତ୍ଯ ନାରାୟଣ ଦଳେଇ, ସନ୍ଯାସି ଶୁବୁଦ୍ଧି ଯୋଗଦେଇଥିବା ବେଳେ 4 ଜଣ ସାମ୍ବାଦିକ ମିଡିଆ କ୍ଲବ ରାୟଗଡରେ ନୂତନ ସଦସ୍ଯ ଭାବେ ଯୋଗଦେଇଥିବାରୁ ମିଡିଆ ମିଡିଆ କ୍ଲବ ରାୟଗଡ ପକ୍ଷରୁ ତାଙ୍କୁ ସ୍ବାଗତ କରି ସଦସ୍ଯ ଭାବେ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଛି |