24-Feb-2022
ଭୁବନେଶ୍ୱର, ବହୁ ପ୍ରତୀକ୍ଷିତ ବ୍ୟୟବହୁଳ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ଵନାଥ’ର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି। ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ୍ ପରିସରରେ ଆୟୋଜିତ,
ଏକ ରଙ୍ଗାରଙ୍ଗ ପରିବେଶରେ ପ୍ରଯୋଜକ ଶଙ୍କର ଗୌଡ଼, ନିର୍ଦ୍ଦେଶକ ବବଲି କିରଣ, ଅଭିନେତା ରାଇମୋହନ, ସମ୍ବିତ, ଅଭିନେତ୍ରୀ ସମ୍ଭାବନା ଏବଂ ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ୍ ପଣୟ ଜେଠୀଙ୍କ ସହ ଉକ୍ତ ଲୋକାର୍ପଣ ଉତ୍ସବରେ ଅନ୍ୟ କଳାକାର, ଟେକନିସିଆନ୍ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ। ‘ବିଶ୍ବନାଥ’ର ଟ୍ରେଲର ଦେଖିବା ପରେ ଉପସ୍ଥିତ ଅତିଥି ଦର୍ଶକ ବେଶ୍ ଉତ୍ସାହିତ ହେଇଥିଲେ।
ଏଇ ଚଳଚ୍ଚିତ୍ରରେ ରାଇମୋହନ, ପୃଥ୍ବୀରାଜ, ଚୌଧୁରୀ ବିକାଶ ଦାସଙ୍କ ସହ ସ୍ବର୍ଗତ ମିହିର ଦାସ ଏକାଠି ଦେଖିବାକୁ ମିଳିବେ। ପୁଣି ସ୍ବର୍ଗତ ସଲିଲ୍ ମିତ୍ରଙ୍କ ସହ ଅଭିନେତ୍ରୀ ପ୍ରତିଭା ପଣ୍ଡା, ମନୀଷା ମିଶ୍ର, ନୂପୁର ଘୋଷ, ପିଣ୍ଟୁ ନନ୍ଦ, ଭବାନୀ, ବିଶ୍ବ, ପବନ ଏବଂ ଚଳଚ୍ଚିତ୍ରରେ ଥିବା ଆଇଟମ୍ ଗୀତଦୃଶ୍ୟରେ ନାୟିକା ଅଛନ୍ତି ଅନନ୍ୟା ମହୁରତ ଓ ସୁଟିଂଫ୍ଲୋରରେ ଥିବାବେଳେ ଚର୍ଚ୍ଚାରେ ଥିବା ଏଇ ଚଳଚ୍ଚିତ୍ରର ଟ୍ରେଲର୍ ଏବେ ରିଲିଜ୍ କରିଛି। ଏଥିରେ ନାୟକ ଭାବେ ସମ୍ବିତ ଓ ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ସମ୍ଭାବନା। ଏ ଦୁହିଁଙ୍କ ସହ ‘ବିଶ୍ବନାଥ’ ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମ ଥର ପାଇଁ ବଡ଼ ପରଦାକୁ ଆସୁଛନ୍ତି ଅଭିନେତ୍ରୀ ସଙ୍ଗୀତା। ଏଚ୍ଏମ୍ଟି ନିବେଦିତ ଏବଂ ଶଙ୍କର ଗୌଡ଼ଙ୍କ ପ୍ରଯୋଜିତ ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ତେଲୁଗୁ ସିନେ ଇଣ୍ଡଷ୍ଟ୍ରିର ପରିଚିତ ନିର୍ଦ୍ଦେଶକ ବବ୍ଲି କିରଣ। ଏଥିରେ ସଂଳାପ ରଚନା କରିଛନ୍ତି ରଜନୀ ରଂଜନ ନିକଟରେ ଚଳଚ୍ଚିତ୍ର ସହ ଜଡ଼ିତ ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତା, ଅଭିନେତ୍ରୀ ଏକାଠି ହୋଇ ଏକ ରଙ୍ଗାରଙ୍ଗ ପରିବେଶରେ ଏହାର ଟ୍ରେଲର୍ ଲୋକାର୍ପଣ କରିଛନ୍ତି ଓ ରିପୋର୍ଟ ଦେଇଛନ୍ତି ଅମୃତ ନନ୍ଦ। ଚଳଚ୍ଚିତ୍ରଟି ଖୁବଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଏହାର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି |