• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ବ୍ୟବସାୟ

28-Apr-2024

ପୁରୀରେ ୨୨୦୩ କୋଟିର ବିମାନବନ୍ଦର ପ୍ରକଳ୍ପ !ବିକାଶ ପାଇଁ ଦୌଡ଼ରେ ଆଦାନି ଗ୍ରୁପ୍, ଜିଏମ୍ଆର୍ ଏବଂ ଫେୟାର୍ଫାକ୍ସ

ନୂଆଦିଲ୍ଲୀ: ଜଗନ୍ନାଥ ଧାମ ପୁରୀରେ ନିର୍ମାଣ ହେବାକୁ ଯାଉଛି ୨୨୦୩ କୋଟିର ଏକ ଗ୍ରୀନ୍ଫିଲ୍ଡ ବିମାନବନ୍ଦର । ସରକାରୀ-ଘରୋଇ ସହଯୋଗିତା(ପିପିପି)ରେ ବିକାଶ ହେବାକୁ ଥିବା ଏହି ବିମାନ ବନ୍ଦର ପାଇଁ ଚଳିତବର୍ଷ ଫେବ୍ରୁଆରୀରେ ଟେଣ୍ଡର ଡାକିଥିଲା ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ(ଇଡ୍କୋ) । ତେବେ ବିମାନ ବନ୍ଦରର ବିକାଶ ଲାଗି ଆଗ୍ରହ ଦେଖାଇଛନ୍ତି ୩ ଶିଳ୍ପ ଅଗ୍ରଦୂତ ।ଏହି କମ୍ପାନିତ୍ରୟ ହେଲେ ଆଦାନି ଗ୍ରୁପ୍, ଜିଏମ୍ଆର୍ ଏବଂ ଫେୟାର୍ଫାକ୍ସ । ଭାରତର ବୃହତ୍ ସଂଖ୍ୟକ ବିମାନବନ୍ଦର ଏହି ୩ କମ୍ପାନିଙ୍କ ନିୟନ୍ତ୍ରଣରେ ରହିଛି । ପୁରୀସ୍ଥିତ ସିପସରୁବାଲି ନିକଟରେ ୨,୨୦୩ କୋଟିର ଗ୍ରୀନ୍ଫିଲ୍ଡ ବିମାନବନ୍ଦର ବିକାଶ ପାଇଁ ଏହି କମ୍ପାନିତ୍ରୟ ଆଗ୍ରହ ଦେଖାଇଥିବା ପ୍ରକ୍ରିୟା ସହ ଜଡ଼ିତ ଦୁଇ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ପ୍ରି-ବିଡ୍ ବୈଠକରେ ଆଦାନି ଏୟାର୍ପୋର୍ଟସ, ଫେୟାର୍ଫାକ୍ସ ଏବଂ ଜିଏମ୍ଆର୍ ଗ୍ରୁପ୍ ପ୍ରତିନିଧିମାନେ ଯୋଗ ଦେଇ ଇଚ୍ଛା ପ୍ରକାଶ କରିଥିବା ସୂତ୍ରରୁ ଜଣାପଡ଼ିଛି । ବିମାନବନ୍ଦରର ନିର୍ମାଣ ଶେଷ ହେବା ପାଇଁ କେତେ ସମୟ ଲାଗିବ, ସଂପୃକ୍ତ କର୍ତ୍ତୃପକ୍ଷମାନଙ୍କଠାରୁ ଆବଶ୍ୟକୀୟ ମଞ୍ଜୁରି ଏବଂ ଫି’ ଷ୍ଟ୍ରକ୍ଚରକୁ ନେଇ ବିଭିନ୍ନ ପ୍ରଶ୍ନ ଉପରେ ବୈଠକରେ ଆଲୋଚନା ହୋଇଛି । ମେ’ ୧୦ ସୁଦ୍ଧା କର୍ତ୍ତୃପକ୍ଷମାନେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବେ । ବିଡ୍ ଦାଖଲ କରିବାର ଡେଡ୍ଲାଇନ୍ ଜୁନ୍ ୪ ଥିବାବେଳେ ଏହା ଜୁନ୍ ୫ରେ ଖୋଲିବ।ଇଡ୍କୋ ଅନୁସାରେ ପ୍ରକଳ୍ପ ମୂଲ୍ୟ ୨,୨୦୩ କୋଟି । ପ୍ରଥମ ପର୍ଯ୍ୟାୟରେ ଏହି ବିମାନବନ୍ଦରର ବାର୍ଷିକ ଯାତ୍ରୀ ପରିଚାଳନା କ୍ଷମତା ୪୬ ଲକ୍ଷ ରହିବ । ଦ୍ୱିତୀୟ ପର୍ଯ୍ୟାୟରେ ଏହା ୧.୦୧୮ କୋଟି ଏବଂ ତୃତୀୟ ପର୍ଯ୍ୟାୟରେ ଅତିରିକ୍ତ ୧.୬୬୯ କୋଟି ରହିବ ବୋଲି ଅନୁମାନ କରାଯାଇଛି । ନିୟାମକ ମଞ୍ଜୁରୀ ମିଳିଲେ ପ୍ରଥମ ପର୍ଯ୍ୟାୟରେ ହିଁ ଏହି ବିମାନବନ୍ଦର ଅନ୍ତର୍ଜାତୀୟ ହୋଇପାରେ ବୋଲି ଇଡ୍କୋ ସ୍ପଷ୍ଟ କରିଛି । ଇଡ୍କୋ ପକ୍ଷରୁ ଦିଆଯାଇଥିବା ବିବରଣୀ ଅନୁସାରେ, ଏହି ବିମାନବନ୍ଦରର ମୋଟ ଲ୍ୟାଣ୍ଡ୍ ଏରିଆ ପ୍ରାୟ ୧,୧୮୪ ଏକର ରହିବ । ଏଥିମଧ୍ୟରୁ ୧୦୦ ଏକରକୁ ସହର ପାଶ୍ୱର୍ ବିକାଶ ପାଇଁ ରଖାଯିବ । ଜମିର ମୂଲ୍ୟ ୩୦୦ କୋଟି ଟଙ୍କା ଥିବା ଆକଳନ କରାଯାଇଛି । ତେବେ ବିମାନବନ୍ଦରକୁ ଇଡ୍କୋ ଏକ ୪-ଲେନ୍ ଆକ୍ସେସ୍ ରୋଡ୍ ଯୋଗାଇବ । ଓଡ଼ିଶା ବାଣିଜ୍ୟ ଏବଂ ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଏବଂ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳ ନିକଟତର ହୋଇଥିବାରୁ ବ୍ରହ୍ମଗିରି ମୌଜା ନିକଟସ୍ଥ ସିପସରୁବାଲିକୁ ବିମାନବନ୍ଦର ପାଇଁ ବଛାଯାଇଛି। ଫଳରେ ପର୍ଯ୍ୟଟନକୁ ବଳ ମିଳିବ। ପୁରୀକୁ ବିମାନ ଯୋଗେ ପର୍ଯ୍ୟଟକଙ୍କ ଆଗମନ ବଢ଼ିବ। ସୂଚନାଯୋଗ୍ୟ, ଭାରତର ବୃହତ୍ ସଂଖ୍ୟକ ବିମାନବନ୍ଦରର ନିୟନ୍ତ୍ରଣ ଉପରୋକ୍ତ ୩ଟି କମ୍ପାନିଙ୍କ ଅଧୀନରେ ରହିଛି।ଆଦାନି ଗ୍ରୁପ୍ ଭାରତର ସର୍ବବୃହତ୍ ବିମାନବନ୍ଦର ଅପରେଟର ଭାବେ ଜଣା।କମ୍ପାନି ମୁମ୍ବାଇ, ଅହମ୍ମଦାବାଦ, ଲକ୍ଷେ୍ନø, ମାଙ୍ଗାଲୁରୁ, ଜୟପୁର, ଗୌହାଟି ଏବଂ ଥିରୁଅନନ୍ତପୂରମ ବିମାନ ବନ୍ଦରର ପରିଚାଳନା କରୁଛି।ଗ୍ରୁପ୍ ପ୍ରକାଶ କରିଛି ଯେ, ଏହା ନିଜର ବିମାନବନ୍ଦରଗୁଡ଼ିକୁ ଆଭିଏସନ୍ ହବ୍ ଭାବେ ବିକଶିତ କରିବା ଲାଗି ଆସନ୍ତା ୧୦ ବର୍ଷରେ ୬୦,୦୦୦ କୋଟି ଟଙ୍କା ନିବେଶ କରିବ।ସେହିଭଳି ଫେୟାର୍ଫାକ୍ସ ଇଣ୍ଡିଆ ହୋଲ୍ଡିଙ୍ଗ୍ସ କର୍ପୋରେଶନ୍ କାନାଡା ଅରବପତି ପ୍ରେମ୍ ୱାଟ୍ସାଙ୍କ ନେତୃତ୍ୱାଧୀନ କମ୍ପାନି।ବାଙ୍ଗାଲୋର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହାର ସିଂହଭାଗ ଅଂଶଧନ ରହିଛି। ଅନ୍ୟପକ୍ଷରେ, ଜିଏମ୍ଆର୍ ଗ୍ରୁପ୍ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର, ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମନୋହର ଅନ୍ତର୍ଜାତୀୟ ବିମାନବନ୍ଦର, ଗୋଆର ପରିଚାଳନା କରୁଛି।ଏହାସହିତ କମ୍ପାନି ମଧ୍ୟ ଆନ୍ଧ୍ରପ୍ରଦେଶର ବିଜିୟାନଗରମ୍ସ୍ଥିତ ଭୋଗପୂରମଠାରେ ଏକ ଅନ୍ତର୍ଜାତୀୟ ଗ୍ରୀନ୍ଫିଡ୍ ବିମାନବନ୍ଦରର ବିକାଶ କରୁଛି।

      ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।

178
ବିଜ୍ଞାପନ

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ପ୍ରିୟ ଖବରର ଦ୍ୱାଦଶ ତମ ସ୍ୱନକ୍ଷତ..

ଜିଲ୍ଲା

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂ..

ସହର

ଜେକେ ପେପର୍ ମିଲ୍ସ, ଜେକେପୁରରେ ୩୭..

ଗ୍ରାମୀଣ

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍..

ଜାତୀୟ

ସଂକ୍ଷେପରେ 22 ତାରିଖର 21 ଗୋଟି ମୁଖ୍..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) | "ଜିଟିଭି ଭାରତ ଡଟ୍ କମ୍" ତଥା "ଜିଟିଭି ଭାରତ ଓଡିଆ" ପୋର୍ଟାଲ କିମ୍ବା ଚାନେଲ ସମ୍ପର୍କରେ କେବଳ ରାୟଗଡ ଜୁଡିସିଆଲରେ ହିଁ ଆଇନଗତ ଆଶ୍ରୟ ନେଇପାରିବେ:ସମ୍ପାଦକ   (03-Aug-2021 03:48:00 PM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter