• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ବ୍ୟବସାୟ

07-May-2024

ଜିଏସଟିଏଟିର ସଭାପତି ଭାବେ ଶପଥ ନେଲେ ସଞ୍ଜୟ କୁମାର ମିଶ୍ର

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର ଆପିଲେଟ୍‌ ଟ୍ରିବ୍ୟୁନାଲ (ଜିଏସ୍‌ଟିଏଟି)ର ପ୍ରଥମ ସଭାପତି ଭାବେ ଆଜି ଶପଥ ନେଇଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି (ଅବସରପ୍ରାପ୍ତ) ସଞ୍ଜୟ କୁମାର ମିଶ୍ର। ଜଷ୍ଟିସ୍‌ ମିଶ୍ରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତ ୨ ତାରିଖରେ ରାଷ୍ଟ୍ରପତି ଜଷ୍ଟିସ୍‌ ମିଶ୍ରଙ୍କୁ ଜିଏସ୍‌ଟିଏଟିର ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଥିଲେ।ଜଷ୍ଟିସ୍‌ ମିଶ୍ର ଆଗାମୀ ୪ବର୍ଷ ପାଇଁ ଏହି ପଦବିରେ କାର୍ଯ୍ୟ କରିବେ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଦ୍ବାରା ଜିଏସ୍‌ଟି ଜଡ଼ିତ ବିବାଦର ସମାଧାନ ପାଇଁ ଜିଏସ୍‌ଟିଏଟିର ଗଠନ କରାଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ଚ୍ଚ ଓ ସିଲେକ୍‌ସନ କମିଟି ଦ୍ବାରା ଜଷ୍ଟିସ ମିଶ୍ରଙ୍କୁ ଜିଏସ୍‌ଟିଏଟିର ପ୍ରଥମ ସଭାପତି ଭାବେ ଚୟନ କରାଯାଇଥିଲା। ଜଷ୍ଟିସ୍‌ ମିଶ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିବା ପରେ ପରବର୍ତ୍ତୀ ସମୟରେ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ।

     ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ

197