13-May-2024
ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ । ୱେବସାଇଟରେ ଉପଲବ୍ଧ ହେଲା ରେଜଲ୍ଟ। ଫଳାଫଳ ଜାଣିବା ପାଇଁ ଛାତ୍ରୀଛାତ୍ରମାନେ cbse.nic.in ଓ cbseresults.nic.in ରେ ଲଗ୍ ଇନ୍ କରିପାରିବେ। ଚଳିତ ବର୍ଷ ୮୭.୯୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଝିଅଙ୍କ ପାସହାର ୯୧.୫୨ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୮୫.୧୨ ରହିଛି ।ଛାତ୍ରଛାତ୍ରୀମାନେ ସିବିଏସ୍ଇ ରେଜଲ୍ଟ ଡିଜିଲକର୍ ଆକାଉଣ୍ଟକୁ ଆକ୍ଟିଭେଟ୍ କରି ମାର୍କସିଟ୍ ଡାଉନଲୋଡ୍ କରିପାରିବେ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ୬ ଡିଜିଟ୍ ସିକ୍ୟୁରିଟି ପିନ୍ ଦେବାକୁ ପଡ଼ିବ । ବୋର୍ଡ ପକ୍ଷରୁ ଅନୁବନ୍ଧିତ ସ୍କୁଲ୍ ଗୁଡ଼ିକୁ ଡିଜିଲକର୍ ସିକ୍ୟୁରିଟି ପିନ୍ ଶେୟାର କରାଯାଇଛି ।ସିବିଏସଇ ଦ୍ୱାଦଶ ପରୀକ୍ଷା ପାଇଁ ଚଳିତବର୍ଷ ୧୬ ଲକ୍ଷ ୩୩ ହଜାର ୭୩୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେଥିମଧ୍ୟରୁ ପ୍ରାୟ ୧୬ ଲକ୍ଷ ୨୨ ହଜାର ୨୨୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୪ ଲକ୍ଷ ୨୬ ହଜାର ୪୨୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।