20-Jul-2024
ବନ୍ଧୁଗାଁ (ବିଡିକା ପ୍ରକାଶ) ଆଜି ପର୍ଯ୍ୟନ୍ତ କିଛି ଲୋକଙ୍କୁ ନିହାତି ଆବଶ୍ୟକ ଥିବା ମୌଳିକ ସୁବିଧା ସୁଯୋଗ ଗୁଡିକ ମିଳି ପାରି ନାହିଁ। ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯେଉଁ ତତ୍ତ୍ଵରତା ଦେଖାଇ ଆଗେଇ ଯାଉଛନ୍ତି ତଦନୁଯାୟୀ ଜିଲ୍ଲା,ବ୍ଲକ କିମ୍ବା ପଞ୍ଚାଯତର ବିଭାଗୀୟ ଅଧିକାରୀ ତତ୍ପରତା ଦେଖାଉ ନାହାନ୍ତି। ବିଶେଷ କରି ବ୍ଲକ ସ୍ତରରେ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ମାନେ ନିଜ ପଞ୍ଚାଯତ ର ପ୍ରତି ଗାଁ ଓ ଲୋକ ମାନଙ୍କ ବିଭିନ୍ନ ସମସ୍ୟା ଗୁଡ଼ିକ ସହିତ ଯୋଡ଼ିତ ରହିଥାନ୍ତି। ଏଥିପାଇଁ ସ୍ଥାନୀୟ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ମାନେ ବ୍ଲକ ଓ ପଞ୍ଚାୟତର ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ଅଗ୍ରାଧିକାର ଦେଇ ସମସ୍ୟା ର ସମାଧାନ କରିବା ପାଇଁ ଆଜି ବିଧାୟକ ପବିତ୍ର ସାଉନ୍ତା ରକଠକ୍ ଶୁଣାଇଛନ୍ତି। ବୈଠକରେ ଉପସ୍ଥିତ ଥିବା ୧୩ ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ୍ତା ସୋମବାର ସୁଦ୍ଧା କିଛି ବିକାଶ ମୂଳକ କାମର ତାଲିକା ପ୍ରସ୍ତୁତ କରି ବ୍ଲକ କାର୍ଯ୍ୟାଳୟରେ ଦେବା ପାଇଁ ଅନୁରୋଧ କରିଥିବା ଜଣାପଡ଼ିଛି । ବନ୍ଧୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନିର୍ମାଣ ହୋଇଥିବା ନୂତନ ଘର ହସ୍ତାନ୍ତର ହୋଇ ନାହିଁ, ପାନୀୟ ଜଳ ବିଭାଗରେ ସ୍ୱଚ୍ଚ ଭାରତ ମିଶନରେ ବହୁତ ଟଙ୍କା ଖର୍ଚ୍ଚ ହୋଇ ନ ପାରି ପଡ଼ି ରହିଛି ଏହି ଟଙ୍କା ଏକ ମାସ ଭିତରେ ଖର୍ଚ୍ଚ କରି ଶେଷ କରିବାକୁ ବିଧାୟକଙ୍କ ପରାମର୍ଶ, ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିର୍ମାଣ ହୋଇଥିବା ଘର ହସ୍ତାନ୍ତର କରିବା, ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଅତି ଶୀଘ୍ର ୧୮୦ ଜଣ ପରିବାରଙ୍କୁ ମାଗଣା ବିଦ୍ୟୁତ୍ ସଂଯୋଗ କରାଯିବ, ଆର ଡି ବିଭାଗକୁ ପଞ୍ଚାୟତ ସମିତିର ୩୨ ଟି ରାସ୍ତାକୁ ହସ୍ତାନ୍ତର କରାଯିବ ଓ ଅତି ଶୀଘ୍ର ଶିକ୍ଷା ବିଭାଗର ଅନେକ ବନ୍ଦ ହୋଇ ଥିବା ସ୍କୁଲ ଗୁଡ଼ିକ ତୁରନ୍ତ ଖୋଲିବା ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ୧୯ ଜୁନ ୨୦୨୪ ରିଖ କୋରାପୁଟ ଜିଲ୍ଲା ବନ୍ଧୁଗାଁ ପଞ୍ଚାୟତ ସମିତି ବିଡ଼ିଓ ଅବିନାଶ ବିଶ୍ୱଜିତ ସେଠୀଙ୍କ ଉପସ୍ଥିତିରେ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକାଙ୍କ ସଭାପତିତ୍ବରେ ବହୁ ମାସ ପରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟଅତିଥି ଭାବେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପବିତ୍ର ସାଉନ୍ତା ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଲକ୍ଷଣ ଖୋସଲା, ଜିଲ୍ଲା ପରିଷଦ ସଦସ୍ୟ ମାଜି ହିମିରିକା, ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳୀ ପିଡିକା,ବ୍ଲକ କଂଗ୍ରେସ ସଭାପତି ଡି ଏଙ୍କାଟି , ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହିଥିଲେ। ଏହା ସହିତ ବ୍ଲକର ସ୍ୱାସ୍ଥ୍ୟ , ପଶୁ ଚିକିତ୍ସା, ସମନ୍ୱିତ ଶିଶୁ ବିକାଶ ଯୋଜନା, ଶିକ୍ଷା, ଖାଉଟି କଲ୍ୟାଣ, ସାମାଜିକ ମଙ୍ଗଳ, ପାନୀୟ ଜଳ ଯୋଗାଣ ଓ ପରିମଳ, କ୍ଷୁଦ୍ର ଜଳସେଚନ, ଉଦ୍ୟାନ ବିଭାଗ, ବିଦ୍ୟୁତୀ କରଣ, ମୁର୍ତ୍ତିକା ସଂରକ୍ଷଣ , ବନ ବିଭାଗ, ଗ୍ରାମ୍ୟ ଉନ୍ନୟନ ଓ ଉନ୍ନୟନ ବିଭାଗ କାର୍ଯ୍ୟାଳୟର ଅଧିକାରୀ ଉପସ୍ଥିତ ରହି ନିଜ ନିଜ ବିଭାଗ ପକ୍ଷରୁ ଆଗକୁ ହେବାକୁ ଥିବା କାର୍ଯ୍ୟ ଗୁଡ଼ିକ ଉପସ୍ଥାପନ କରି ଥିଲେ।