" />
16-Nov-2024
ଜୟପାଟଣା(ମୃଣ୍ମୟ ପଣ୍ଡାଙ୍କ ରିପୋର୍ଟ), କଲାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ୱାର୍କିଂ ମିଡିଆ ଏସୋସିଏସନ ପକ୍ଷରୁ ଜୟପାଟଣା ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଏସୋସିଏସନ ସଭାପତି ଦିଲୀପ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ଯୋଗଦେଇ ଗଣମାଧ୍ୟମ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ସମାଜର ବିକାଶରେ ସାମ୍ବାଦିକତା ଉପରେ ବକ୍ତବ୍ୟ ପ୍ରଦାନ ସହ ଏକ କବିତା "ଦୂରତା" ମାଧ୍ୟମ ରେ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ଯୋଗଦେଇ ଲୋକଙ୍କ ସମସ୍ୟା କୁ ସର୍ବ ସମ୍ମୁଖକୁ ଆଣିବା ଭଲି ଗୁରୁ ଦାୟିତ୍ବ ବହନ କରୁଥିବା ସାମ୍ବାଦିକଙ୍କ ବିଭିନ୍ନ ଭୂମିକା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ସମାଜ ସେବୀ ରୁଦ୍ର ପ୍ରସାଦ ପାଣିଗ୍ରାହୀ ପବିତ୍ର ସାମ୍ବାଦିକତା ଓ ସଂବାଦ ର ଗୁରୁତ୍ଵ ଉପରେ ବକ୍ତବ୍ୟ ରଖିଥିବା ବେଳେ ମସିହା ସହ ସମ୍ପାଦକ ତଥା କ୍ରାନ୍ତି ଧାରା ବ୍ୟୁରୋ ଚିଫ ଅର୍ଜୁନ ପଟ୍ଟନାୟକ ସାମ୍ବାଦିକ ମାନେ ସାମୂହିକ ଭାବରେ ଏକତ୍ରୀତ ହୋଇ ନିଜର ସୁରକ୍ଷା ସହ ନ୍ୟାୟ ସଙ୍ଗତ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ଉଚିତ୍ ବୋଲି ପ୍ରକାଶ କରିଥିଲେ। ସାମ୍ବାଦିକ ପ୍ରାଣ ରଞ୍ଜନ ବେହେରା ଦେଶ ତଥା ସମାଜର ବିକାଶରେ ସାମ୍ବାଦିକଙ୍କ ଭୂମିକା ଉପରେ ଆଲୋକପାତ କରିଥିବା ବେଳେ ସାମ୍ବାଦିକ ଭାସ୍କର ପ୍ରସାଦ ବେହେରା ସମ୍ପ୍ରତି ସମାଜ ରେ ଗଣମାଧ୍ୟମ ର ଭୁମିକା ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁଧିଷ୍ଠିର ସୁନା ସାମ୍ବାଦିକ ମାନେ ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ମଦ କାରବାର ଓ ସଟ୍ଟା ଖେଳ ଉପରେ ସମ୍ବାଦ ପ୍ରସାରଣ ନିମନ୍ତେ ଅନୁରୋଧ କରିଥିଲେ।ସାମ୍ବାଦିକ ଗୋଲାପ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଚିତ୍ରସେନ ବାଗ ଧନ୍ଯବାଦ ଅର୍ପଣ କରିଥିଲେ, କାର୍ଯ୍ୟକ୍ରମରେ ସୁଶିଲ କୁମାର ନାଏକ, ନିହାର ବେହେରା, ପ୍ରଭାକର ପଟ୍ଟନାୟକ, ମୃଣ୍ମୟ ପଣ୍ଡା, ରାଜେନ୍ଦ୍ର ପଣ୍ଡା, ସମୀକ୍ଷା ପ୍ରହରାଜ ଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।