• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଅନୁଛେଦ

29-Nov-2021

ଅଣ୍ଡା ମାଗୁଛି ନ୍ୟାୟ।

ଅଣ୍ଡାଏକ ପୃଷ୍ଟି କର ଖାଦ୍ୟ ଅଟେ। ଏହାକୁ ଆଜିକାଲି ସମସ୍ତେ ଖାଇବା ଉଚିତ୍ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ।ଏହା  ଶରୀର ପାଇଁ ହିତକର ସାବ୍ୟସ୍ତ ହୋଇଥାଏ। ସେଥିପାଇଁ ଏହାକୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସକାଶେ ମଧ୍ୟାହ୍ନ ଭୋଜନରେ ସାମିଲ କରାଯାଇଥିବା ଜଣାଯାଏ।ଫଳରେ ଛାତ୍ରଛାତ୍ରୀ ଙ୍କୁ କୁପୋଷଣରୁ ରକ୍ଷା କରାଯାଇପାରିବବୋଲି  ଅନୁମେୟ କରାହୁଏ। ଆଜିକାଲି ସେଥିପାଇଁ ଏହାର ବହୁଳ ଚାହିଦା ଥିବା ଦେଖିବାକୁ ମିଳେ।ସମୟ ଏକଦା ଏମିତି ଥିଲା ଅଣ୍ଡା କୁ ନେଇ ; ଫଳରେ ଏହାକୁ ଏକ ସୀମିତ ଶ୍ରେଣୀର ଜନସାଧାରଣ ବ୍ୟବହାର କରୁଥିଲେ। ସମୟ ବଦଳିବା ସହିତ ଜନସାଧାରଣଙ୍କ ଭାବନାରେ ମଧ୍ୟ ଅନେକ ପରିବର୍ତ୍ତନ ଆଣିଲା।ସୁତରାଂ ଅଣ୍ଡାକୁ ନେଇ ପୂର୍ବରୁ ଯୋଉ ସବୁ ଧାରଣା ଦିଆଯାଇଥିଲା ସେଥିରେ ବିରାମ ଲାଗିଲା। ଅଣ୍ଡାକୁ ଅଧିକାଂଶ ଲୋକ ଖାଇବାକୁ ଲାଗିଲେ। ସେଥିରେ ବ୍ୟାପକ ପରିବର୍ତ୍ତନ ଫଳରେ ଅଣ୍ଡାର  ମନରେ ଏକ ଖୁସି ଆସିଯାଇଥିଲା।

     ସମୟ ପରିବର୍ତ୍ତନ ଶୀଳ ଅଟେ।କେତେବେଳେ କଣ ହେବ  କଣ ହେବାକୁ ଯାଉଛି ଜାଣିବାର କଷ୍ଟକର ହୋଇଥାଏ। ଏହା ବେଳେ ବେଳେ ନିଜ ସପକ୍ଷରେ ରହିଥିବା  ଅନେକ ସମୟରେ ଏହା ବିପକ୍ଷରେ ରହିଥିବା ମଧ୍ୟ ଦେଖିବାକୁ ମିଳିଥାଏ। ଯାହାକୁ ସହ୍ୟ କରିବାର କଷ୍ଟକର ହୋଇପଡ଼ିଥାଏ। 

  ଯାହାକି ଜଣେ ଅନୁଭବି ହିଁ ଅନୁଭବ କରି ପାରିଥାଏ।

ସେହିଭଳିଆ ଏକ  ସମୟର  ଆହ୍ୱାନକୁ ନେଇ  "ଅଣ୍ଡା"  ବିଚଳିତ ହୋଇପଡିଥିବା ଦେଖିବାକୁ ମିଳେ। ଅଣ୍ଡାକୁ ଯେତେବେଳେ ଏହି ସ୍ୱାର୍ଥପର ମଣିଷ ଭକ୍ଷଣ କରିବାକୁ ଲାଗିଲା।ସେତେବେଳେ ଅଣ୍ଡା ମନରେ ବହୁତ କଷ୍ଟ ହୋଇଥିଲା। କିନ୍ତୁ ତାକୁ ସହ୍ୟ କରିନେଇଥିଲା।

ଏବେ ଏବେ କିଛି ଘଟଣାକ୍ରମରେ ଅଣ୍ଡାର ମନ ବହୁତ ଦୁଃଖ ରେ ରହିଥିବା ଜଣାଯାଏ।ଅଣ୍ଡା ପଚାରୁଛି ମୋର କଣ ଅପରାଧ ଯେ ମୋତେ ଏମିତି ବ୍ୟବହାର କରୁଛ।ପ୍ରଥମେ  ମୋ ଭିତରେ ରହିଥିବା ଛୁଆକୁ ପୃଥିବୀ ପୃଷ୍ଟ କୁ ଆସିବା ଆଗରୁ  ହତ୍ୟା କଲ ତାକୁ ସହିଲି।ଆଜି ପୁଣି ମୋତେ ଅସ୍ତ୍ର ଶସ୍ତ୍ର କୁ ଯେମିତି ବ୍ୟବହାର କରାଯାଏ ମୋତେ ସେମିତି ବ୍ୟବହାର କରୁଅଛ, ତେବେ କାହିଁକି ?ଏମିତି କରୁଛ ??ମୋର କଣ ଦୋଷ ରହିଲା??ମୋର ପ୍ରତି ହେଉଥିବା ଏହି ଅନ୍ୟାୟ ସକାଶେ କାହାକୁ ଦଣ୍ଡିତ କରିବାକୁ ହେବ??

ଯଦି ଜଣେ କେହି ଦୋଷ କଲା ତାକୁ ନ୍ୟାୟ ଦେବାକୁ କହିବାର ଏହା କଣ ଉଚିତ୍ ବ୍ୟବହାର କି?? ମୋ ପ୍ରତି ଅତ୍ୟାଚାର। ସତେ ଏହି ମଣିଷ କେତେ ସ୍ୱାର୍ଥ ପର ହୋଇପାରେ। ନିଜର ଟିକିଏ ଟିକିଏ ସ୍ୱାର୍ଥ ହାସଲ ନିମନ୍ତେ କେତେବେଳେ କାହାକୁ ମଧ୍ୟ ବଳି ପକାଇପାରେ।ଏହା ତାରି ଏକ ଦୃଷ୍ଟାନ୍ତ  ମୁଁ  "ଅଣ୍ଡା" ମାତ୍ର ହୋଇପାରେ। କିନ୍ତୁ ମୋ ପରି ଆହୁରି ଅନେକ ଏମିତି ବଳି ପଡୁଥିବା ଜଣାଯାଏ।

  ଆମ ରାଜ୍ୟର ଏବେ ପାଣିପାଗକୁ ଦେଖିଲେ ଏହା ଜଣାପଡ଼େ। ଗୋଟାଏ ଲୋମହର୍ଷକ ଘଟଣା କୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡୁଛି।  ଏକ ସ୍ପର୍ଶକାରକତା ଘଟଣାକୁ ସରକାର  ଯେତିକି ଗୁରୁତ୍ୱ ଦେବା କଥା ଦେଉନାହାନ୍ତି ବୋଲି ବିରୋଧୀ ଅଭିଯୋଗ ଆଣୁଥିବା ଦେଖିବାକୁ ମିଳୁଛି। ସରକାର ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଅସ୍ବୀକାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ସରକାର କିନ୍ତୁ ତଦନ୍ତ ଓ ନ୍ୟାୟ ପ୍ରକ୍ରିୟା ଉପରେ ବିଶ୍ୱାସ ରଖିବାକୁ କହି ଆସୁଛନ୍ତି।

ଏତିକି କହିବା ସତ୍ତ୍ୱେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭିନ୍ନ ଭିନ୍ନ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି।ସେଥିରେ କିନ୍ତୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି।ତାହାହେଲା ଅଣ୍ଡାର ବ୍ୟବହାର। ପ୍ରତିବାଦ କରିବାକୁ ଯାଇ କଳା ପତାକା ସହ ଅଣ୍ଡା ମାଡ଼ କରିବା ଏହା ଅତ୍ୟନ୍ତ ଦୁଃଖ ଦାୟକ ଅଟେ। ଏହା ଗଣତନ୍ତ୍ର ସକାଶେ କେବେ ମଧ୍ୟ ଶୁଭଙ୍କର ହୋଇନପାରେ। ଆଇନକୁ ହାତକୁ ନେବାର ଅଧିକାର କୁ ପ୍ରତିବାଦ ର ଆଖ୍ୟା ଦେଇପାରିବା ନାହିଁ।ସୁତରାଂ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ।

ପ୍ରତିବାଦ କରାଯାଉ ଗଣତାନ୍ତ୍ରିକ ପଦ୍ଧତିରେ ତାହା ମଧ୍ୟ ଆଇନରେ ରହିଥିବା ଲକ୍ଷ୍ମଣ ଗାରକୁ ଯେମିତିକେହି ମଧ୍ୟ ଅତିକ୍ରମ କରିବା ଉଚିତ୍ ନୁହେଁ। ଖାଲି ଏହି ଘଟଣା ନୁହେଁ ଯେ କୋଣସି ଘଟଣା ସକାଶେ ଆଜି ସେ ବିରୋଧୀ ହୁଅନ୍ତୁ କି ଶାସକ ଦଳର କର୍ମୀମାନେ ସମାନ ଆଚରଣ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି।ଯାହାକି ଏକ ସୁସ୍ଥ ସମାଜଗଠନରେ କେବେ ମଧ୍ୟ ସହାୟକ ହେବନାହିଁ। ଏହିଭଳିଆ ଆଚରଣକୁ ଜନସାଧାରଣ ସବୁ ସ୍ତରରେ ଓ ଫୋରମରେ ବିତର୍କ କରିବାକୁ ଠିକ୍ କହିବା। 

ରାଜନୈତିକ ଦଳ ସବୁ ତାଙ୍କ ଆଚରଣ ଓ ଉଚ୍ଚାରଣରେ ଜନସାଧାରଣ ଙ୍କ ଭାବନାକୁ କ୍ଷତ ପହଞ୍ଚାଇବା ଠିକ୍ ହୋଉନାହିଁ। ପ୍ରାକ୍ରାନ୍ତରେ ଏହା ସମାଜକୁ ଏକ ଭୁଲ ବାର୍ତ୍ତା ଦେଉଥିବା ମନେହୁଏ।  ଫଳରେ ସମାଜ ଏକ ବିଶୃଙ୍ଖଳିତ ଦିଗକୁ ଅଗ୍ରସର ହେବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ।ଏଦିଗ ପ୍ରତି ସମସ୍ତେ ସଚେତନତା  ଅବଲମ୍ବନ କରିବା ଶ୍ରେୟସ୍କର ହେବ।

ଏବେ ସରକାରଙ୍କ ମୁଖ୍ୟ ଦାୟିତ୍ୱ ରହୁଛି ପ୍ରତିବାଦ ନାମରେ ଯେ କୋଣସି ଜିନିଷ ତାହା ନିର୍ଜୀବ ହୋଉ କି ସଜୀବ ତାରି ଅସଦଵ୍ୟଵହାର  ଉପରେ କେମିତି ପ୍ରତିବନ୍ଧକ ଅଣାଯାଇପାରିବ ତାହା ଉପରେ ବିଚାର କରିବା କଥା।

ଖାଦ୍ୟପେୟ ଜିନିଷର ଅପବ୍ୟବହାରକୁ ଧର୍ତ୍ତବ୍ୟ ଅପରାଧ ଆକାରରେ ନେବାକୁ ଆମର ନିୟମରେ ଆବଶ୍ୟକ ସଂଶୋଧନ ଉପରେ ବିଚାର କରିବାକୁ ହେବ।

ଫଳରେ  ଅନ୍ତତଃ ଅଣ୍ଡାକୁ ନ୍ୟାୟ ଦେବାର ଆଶା କରିବା।

                          ସିତାଂଶୁ ଶେଖର ମିଶ୍ର

                                  ସୋନପୁର

                              ୮୧୪୪୮୭୦୭୨୯

228
ବିଜ୍ଞାପନ

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ପ୍ରିୟ ଖବରର ଦ୍ୱାଦଶ ତମ ସ୍ୱନକ୍ଷତ..

ଜିଲ୍ଲା

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂ..

ସହର

ଜେକେ ପେପର୍ ମିଲ୍ସ, ଜେକେପୁରରେ ୩୭..

ଗ୍ରାମୀଣ

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍..

ଜାତୀୟ

ସଂକ୍ଷେପରେ 22 ତାରିଖର 21 ଗୋଟି ମୁଖ୍..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) | "ଜିଟିଭି ଭାରତ ଡଟ୍ କମ୍" ତଥା "ଜିଟିଭି ଭାରତ ଓଡିଆ" ପୋର୍ଟାଲ କିମ୍ବା ଚାନେଲ ସମ୍ପର୍କରେ କେବଳ ରାୟଗଡ ଜୁଡିସିଆଲରେ ହିଁ ଆଇନଗତ ଆଶ୍ରୟ ନେଇପାରିବେ:ସମ୍ପାଦକ   (03-Aug-2021 03:48:00 PM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter