10-Jan-2025
ରାମନାଗୁଡା(ପିଆର) ୧୦/୧/୨୫ ଆଜି ରାମନାଗୁଡା ସରକାରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ଃ କୈଳାସ ମଳିକଙ୍କ ସଭାପତିତ୍ବରେ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ରାମନାଗୁଡା ବ୍ଲକ୍ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ମୁଖ୍ୟ ଅତିଥି ବ୍ଲକ୍ ଶିକ୍ଷାଧିକାରୀ ସୁଜନ ମଲିକ ମୁଖ୍ୟ ବକ୍ତା ପ୍ରାକ୍ତନ ଗୁରୁଣ୍ଠି ସରପଞ୍ଚ ଚିନ୍ତା କଣ୍ଡାଗୋରି ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଏହି ଦିବସ ପାଳନର ତାତ୍ପର୍ଯ୍ୟ ବଖାଣି ଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ସହ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଅତିଥି ଅଧ୍ୟାପକଅଧ୍ୟାପିକା ଅଣ ଶିକ୍ଷକ କର୍ମଚାରୀ ସାମିଲ୍ ହୋଇ ଖୁସି ବ୍ୟକ୍ତ କରିଛନ୍ତି।ବିକଶିତ ଭାରତ ଗଠନରେ ପ୍ରବାସୀ ଭାରତୀୟଙ୍କ ସକ୍ରିୟ ଯୋଗଦାନ ନିତାନ୍ତ ଆବଶ୍ୟକ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ ।