21-Dec-2021
ରାୟଗଡ(ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ) ଥାନା ଅନ୍ତର୍ଗତ ତାଡମା ଗ୍ରାମପଞ୍ଚାୟତର ଜୈନେକ ଗ୍ରାମର ଜଣେ ନାବାଳିକା ସହିତ ଦୁସ୍କର୍ମ ହୋଇଥିବା ସନ୍ଦେହ ! ଖବରରୁ ପ୍ରକାଶ ଯେ ୧୩ ବର୍ଷ ବୟଷର ନାବାଳିକା ସହିତ କେହି ଦୁସ୍କର୍ମ କରିଥିବା ଡାକ୍ତର ସନ୍ଦେହ କରୁଛନ୍ତି। ଡାକ୍ତରଙ୍କ ସନ୍ଦେହ ଉପୁଜିବା ପରେ ପୁଲିସକୁ ସୂଚନା ଦେଇଛନ୍ତି। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ନାବାଳିକା ଜଣକ ଘର ରାୟଗଡା ଥାନା ଅନ୍ତର୍ଗତ ନାଥମା ଗ୍ରାମରେ ବୋଲି ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଗତ ଏକ ସପ୍ତାହ ପୂର୍ବରୁ ଦିବ୍ୟାଙ୍ଗ ନାବାଳିକା ଜଣେ ଘରେ ରହିଥିଲେ। ତାଙ୍କର ମା ନଥିବା ବେଳେ ବାପା କାଠ ପାଇଁ ଜଙ୍ଗଲକୁ ଯାଇଥିଲା। ବାପା ଘରକୁ ଫେରିବା ବେଳେ ନାବାଳିକା ଝିଅର ଶରୀରରେ କପଡା ନଥିଲା। ସେତେବେଳେ ବାପା ଘଟଣାକୁ ଗୁରୁତର ସହିତ ନେଇନଥିଲେ। କିନ୍ତୁ ଗତକାଲି ନାବାଳିକା ଅଧିକ ଅସୁସ୍ଥ ହେବା ପରେ ବାପା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣି ଭର୍ତ୍ତି କରିଥିଲେ। ଚିକିତ୍ସାଳୟରେ ଡାକ୍ତରଙ୍କ ଯାଞ୍ଚ ପରେ ଯୌନାଙ୍ଗରେ କ୍ଷତ ଥିବା ଜଣାପଡିଛି।ଏହାପରେ ପୁଲିସକୁ ସୂଚନା ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ। ପୁଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛନ୍ତି। ତେବେ ଘଟଣା ସମ୍ପର୍କରେ ସ୍ପଷ୍ଟ ଜଣାପଡିନାହିଁ। ନାବାଳିକାଙ୍କ ବାପା ମଧ୍ୟ କିଛି ତଥ୍ୟ ପ୍ରଦାନ କରିପାରୁନାହାନ୍ତି। ଯଦ୍ବାରା ଘଟଣାଟି ରହସ୍ୟମୟ ହୋଇ ରହିଛି।