28-Apr-2025
ବ୍ରହ୍ମପୁର, (ପବିତ୍ର ଚୌଧୁରୀ) : ଉକଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଗାନ୍ଧୀନଗର ଛକଠାରେ ଥିବା ପୂଣ୍ୟାତ୍ମା ମଧୁପ୍ରେମୀ ସ୍ଵର୍ଗତ ସୁରସିଂ ପଟ୍ଟନାୟକଙ୍କ ଦ୍ଵାରା ପ୍ରତିଷ୍ଠିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆୟୋଜିତ ସଭାରେ ବକ୍ତାମାନେ ଉଦବୋଧନ ଦେଇ ମଧୁବାବୁ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଉଦ୍ୟମରେ ସ୍ଵୀକୃତି ଲାଭ କରିଥିବା ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା ଇଂରାଜୀ ପ୍ରଶାସକମାନଙ୍କ କବଳରୁ ଯେଉଁଦିନ ମୁକ୍ତ ନହେବ ସେହିଦିନ ଓଡ଼ିଶାର ଉନ୍ନତି ସମ୍ଭବପର ନୁହେଁ ବୋଲି ବରିଷ୍ଠ ସାମ୍ୱାଦିକ ତଥା ନବୀନର ସମ୍ପାଦକ ରବି ରଥ ପ୍ରକାଶ କରିଥିଲେ । ପୂଜ୍ୟପୂଜା ସଂସଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ଶ୍ରୀ ରଥ କହିଲେ 90 ବର୍ଷ ପରେ ମଧ୍ୟ ଆଜି ଓଡ଼ିଶା ଭାରତ ବର୍ଷର ବହୁ ପଛରେ ପଡ଼ିଛି ଏବଂ ଓଡ଼ିଶାର ବିଭିନ୍ନ ଖଣି ଖାଦାନ, ବନ୍ଦର ଓ ବିଭିନ୍ନ କର୍ପୋରେଟ ହାଉସକୁ ହସ୍ତାନ୍ତ କରାଯାଉଥିବା ଘଟଣା ଉଦବେଗଜନକ । ତେଣୁ ଏହାର ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ରାଜେନ୍ଦ୍ର ପଣ୍ଡା, ଅଶୋକ କୁମାର ଦଳେଇ, ସଂଗଠନର ସଭାପତି ଗଗନ ଚନ୍ଦ୍ର ମଲିକ, ସତ୍ୟ ନାରାୟଣ ରାଓ, ସମ୍ପାଦକ ଅବନୀ ଗୟା, କୃଷ୍ଣଚନ୍ଦ୍ର ଗଜପତି ସ୍ମୃତି ପରିଷଦର ସଭାପତି ଡ଼. ବାୟାମନୁ ଚର୍ଚ୍ଚି, ସମ୍ପାଦକ କିଶୋର କୁମାର ପାତ୍ର, ଉତ୍କଳ ସମ୍ମିଳନୀ ଗଞ୍ଜାମ ଶାଖାର ସଭାପତି ଡ଼ା. ସୁବ୍ରତ କୁମାର ସାହୁ, ଆଦିତ୍ୟ ରଥ, ସବିତା ସାହୁକାର, ଡ଼ା. ସାଗର ରଂଜନ ତ୍ରିପାଠୀ, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ଡ଼ା. ପ୍ରଶାନ୍ତ କୁମାର ପାତ୍ର, ବିଜୟ କୁମାର ପାଢ଼ୀ, ମହମ୍ମଦ ଆସଲାମ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇ ମଧୁବାବୁଙ୍କ ସ୍ମୁତିଚାରଣ କରିଥିଲେ । ସେହିପରି ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ପିଆର ଜିଟିଭି ଭାରତ ଓଡିଆ