25-Jun-2025
କୋଲନରା(ପିଆର), ତା.୨୫ ଜୁନ ୨୦୨୫ ରିଖ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ ଅନ୍ତର୍ଗତ ଚମ୍ପିଆ ଗ୍ରାମ ଠାରେ ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ପକ୍ଷରୁ କଳାକାର ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିବା ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ କୁମାର ବଛାଙ୍କୁ ଗ୍ରାମବାସୀ ତଥା କଳାକାର ମାନେ ସ୍ଵାଗତ ଜଣେଇ ପାଛୋଟି ନେଇଥିଲେ, ଏହା ପରେ କଳାକାର ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କଳାକାରଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା ଏଵଂ ସରକାରଙ୍କ ତରଫରୁ କଳାକାର ମାନଙ୍କ ପାଇଁ ମିଳୁଥିବା ବିଭିନ୍ନ ସରକାରୀ ସହାୟତା ବିଷୟରେ ମୁଖ୍ୟ ଅତିଥି ବୁଝାଇ ଥିଲେ। ଆଗାମୀ ଦିନରେ କଳାକାର ମାନେ ସମସ୍ତେ ସଂଘଠିତ ହୋଇ ଆଞ୍ଚଳିକ ଭାଷା କଳା ସଂସ୍କୃତି ର ପ୍ରଚାର ପ୍ରସାର କରିବା ସହ ସ୍ଥାନୀୟ ଲୋକକଳା କୁ ବଜେଇ ରଖି ଜିଲ୍ଲା ସ୍ତରୀୟ ଓ ବ୍ଲକ୍ ସ୍ତରୀୟ ଲୋକକଳା ମହୋତ୍ସବ ପାଳନ କରିବା ନେଇ ନିଷ୍ପତି କରାଯାଉଥିଲା ଏବଂ ଏ ନେଇ ବ୍ଲକ୍ କମିଟି ଆଗାମୀ ଦିନରେ କରାଯିବ ବୋଲି ଜିଲ୍ଲା ସଭାପତି କହିଥିଲେ । ଏହି କଳାକାର ସମ୍ମିଳନୀ ରେ ସ୍ଥାନୀୟ ସରପଞ୍ଚ କୁନି ମାଣ୍ଡାଙ୍ଗି, ସମିତି ସଭ୍ୟା ସୁଜାତା ତୁଳ ସ୍ଥାନୀୟ ବରିଷ୍ଟ କଳାକାର ତଥା ପୌରାଣିକ ନାଟ ଗୁରୁ ରାଜାରାଓ ମୁଟୁକା, ଜଣାଶୁଣା ହାସ୍ୟ ଅଭିନେତା ନାଗେଶ୍ଵର ହାରାକା , ସମାଜସେବୀ କାଳୀ ଚରଣ ପଣ୍ଡା , ରାମଚନ୍ଦ୍ର ତାଡିଙ୍ଗି, ବିକାଶ ଗାଣ୍ଟା ଏଵଂ ବ୍ଲକ୍ ର ବିଭିନ୍ନ ପଞ୍ଚାୟତ କଳାକାର ଉପସ୍ଥିତ ରହି ପୌରାଣିକ ନାଟ୍ୟ, ସଙ୍କୀର୍ତ୍ତନ ଓ ଆଞ୍ଚଳିକ ବାଜା ପରିବେଷଣ କରିଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଶତାଧିକ ସ୍ଥାନୀୟ କଳାକାର ସାମିଲ୍ ହୋଇଥିଲେ।