• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଆର୍ଟିକଲ

02-Aug-2025

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସାମ୍ୱାଦିକ ଓଡ଼ିଶାରେ ଲାଗୁ ହେବ କେବେ ? 15 ହଜାର ଟଙ୍କାକୁ ବୃଦ୍ଧି କଲେ ବିହାର ସରକାର

ଭୁବନେଶ୍ଵର, 2/8 :  ବିହାରରେ ନୀତିଶ କୁମାରଙ୍କ ନେତୃତ୍ବାଧୀନ ଏନଡିଏ ସରକାର ସାମ୍ବାଦିକମାନଙ୍କର ମାସିକ ପେନସନ 15 ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ବିହାରରେ ଅଧସ୍ବୀକୃତିପ୍ରାପ୍ତ ସାମ୍ବାଦିକମାନେ ଏବେ ମାସିକ 6 ହଜାର ଟଙ୍କା ପେନସନ ପାଉଛନ୍ତି । ତେବେ ବର୍ଣ୍ଣିତ ପେନସନ ତୁରନ୍ତ ଦେବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷରେ ପରିବାର ପେନସନ ବା ସାମ୍ବାଦିକଙ୍କ ମୃତ୍ୟୁ ପରେ ପନ୍ଥୀ ଅବା ପତି ମାସିକ 3 ହଜାର ଟଙ୍କା ପାଉଥିବାବେଳେ ଏହାକୁ 10 ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ଏ ସଂପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଛନ୍ତି । ବିହାର ସରକାର ସାମ୍ବାଦିକମାନଙ୍କ ଲାଗି ବିହାର ପତ୍ରକାର ସମ୍ମାନ ପେନସନ ଯୋଜନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଣତନ୍ତ୍ରରେ ପତ୍ରକାର ବା ସାମ୍ବାଦିକମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଅଟେ। ସେମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ କାର୍ଯ୍ୟ କରନ୍ତି ଏବଂ ସାମାଜିକ ବିକାଶ କ୍ଷେତ୍ରରେ ସାମ୍ବାଦିକମାନଙ୍କର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଥାଏ। ସାମ୍ବାଦିକମାନଙ୍କ ସୁବିଧା ଲାଗି ସରକାର ଆରମ୍ଭରୁ ଧ୍ୟାନ ରଖୁଛନ୍ତି। ପ୍ରତ୍ୟେକ ସାମ୍ବାଦିକ ନିରପେକ୍ଷ ଭାବରେ ନିଜର ସାମ୍ବାଦିକତା କରିବା ଏବଂ ଅବସର ପରେ କିଭଳି ସୁସ୍ଥ ଜୀବନ ଯାପନ କରିବେ ସେଥିପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି।
ଉଲ୍ଲେଖ ଥାଉକି, କେବଳ ବିହାର ନୁହେଁ, ପଶ୍ଚିମବଙ୍ଗ, ତାମିଲନାଡୁ, ହରିଆନା ଓ ଆସାମ ସମେତ ଭାରତର 18ଟି ରାଜ୍ୟରେ ସରକାର ସାମ୍ବାଦିକମାନଙ୍କୁ ମାସିକ ପେନସନ ପ୍ରଦାନ କରୁଛନ୍ତି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ ସରକାର 2018 ମସିହାରୁ ସାମ୍ବାଦିକମାନଙ୍କ ଲାଗି ପଶ୍ଚିମବଙ୍ଗ ପେନସନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଅବସର ପରେ ସାମ୍ବାଦିକଙ୍କୁ ମାସିକ 2 ହଜାର 5ଶହ ଟଙ୍କା ପେନସନ ଦିଆଯାଉଛି । ତାମିଲନାଡୁରେ ସେହିଭଳି ଏମକେ ଷ୍ଟାଲିନଙ୍କ ନେତୃତ୍ବାଧୂନ ଡିଏମକେ ସରକାର ମାସିକ 4 ହଜାର ଟଙ୍କା ଲେଖାଏଁ ପେନସନ ସାମ୍ବାଦିକମାନଙ୍କୁ ପ୍ରଦାନ କରୁଛନ୍ତି। 58 ବର୍ଷ ବୟସ ପରେ ସାମ୍ବାଦିକମାନେ ଏହି ପେନସନ ପାଉଛନ୍ତି । ହରିଆନାରେ ବିଜେପି ସରକାର ଅଧୂସ୍ବୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ମାସିକ 10 ହଜାର ଟଙ୍କା ପେନସନ ପ୍ରଦାନ କରୁଛନ୍ତି। 60 ବର୍ଷ ବୟସରେ ଅବସର ପରେ ଏହି ପେନସନ ଦିଆଯାଉଛି। ଆସାମରେ ବିଜେପି ସରକାର ସେହିଭଳି ମାସିକ 8 ହଜାର ଟଙ୍କା ସାମ୍ବାଦିକ ପେନସନ ପ୍ରଦାନ କରୁଛନ୍ତି। 2016 ଜାନୁଆରୀ 1ରୁ ଆସାମରେ ଏହା କାର୍ଯ୍ୟକାରୀ କରାଯାଇଛି। ଦୈନିକ, ପାକ୍ଷିକ, ସାପ୍ତାହିକ, ମାସିକ, ସାଂଧ୍ୟ ଖବରକାଗଜ ସହିତ ବିଭିନ୍ନ ଖବର ସରବରାହ ସଂସ୍ଥା, ରେଡିଓ ଷ୍ଟେସନ ଏବଂ ବିଭିନ୍ନ ନ୍ୟୁଜ ଚାନେଲର ସାମ୍ବାଦିକମାନଙ୍କୁ ଏହି ପେନସନ ପ୍ରଦାନ କରାଯାଉଛି। ସାମାଜିକ ବିକାଶ କ୍ଷେତ୍ରରେ ସାମ୍ବାଦିକମାନଙ୍କର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଥାଏ। ସାମ୍ବାଦିକମାନଙ୍କ ସୁବିଧା ଲାଗି ସରକାର ଆରମ୍ଭରୁ ଧ୍ୟାନ ରଖୁଛନ୍ତି। ପ୍ରତ୍ୟେକ ସାମ୍ବାଦିକ ନିରପେକ୍ଷ ଭାବରେ ନିଜର ସାମ୍ବାଦିକତା କରିବା ଏବଂ ଅବସର ପରେ କିଭଳି ସୁସ୍ଥ ଜୀବନ ଯାପନ କରିବେ ସେଥିପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି।  
ବିହାର ସରକାରଙ୍କର ସାମ୍ବାଦିକ ପେନସନ ଯୋଜନାରେ ପରିମାଣ ବୃଦ୍ଧି ପରେ ଓଡ଼ିଶାରେ ସାମ୍ବାଦିକ ପେନସନ ଯୋଜନା କେବେ କାର୍ଯ୍ୟକାରୀ ହେବ ସେନେଇ ଦାବି ପୁଣି ଜୋରଦାର ହୋଇଛି। ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ସରକାରଙ୍କ ନିକଟରେ ସାମ୍ବାଦିକମାନେ ଏହି ଦାବି ଉପସ୍ଥାପନ କରିଛନ୍ତି।
ଏଠାରେ ଉଲ୍ଲେଖ କରାଯାଇପାରେ 1980 ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ଵରେ ଗଠିତ କଂଗ୍ରେସ ସରକାର ବେଳେ ସାମ୍ୱାଦିକ ପେନସନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । କାରଣ ଜାନକୀ ବାବୁ 14 ବର୍ଷ ପ୍ରଜାତନ୍ତ୍ରର ସମ୍ପାଦକ ଭାବେ କାର୍ଯ୍ୟ କରି ସାମ୍ୱାଦିକମାନଙ୍କ ପ୍ରକୃତ ସମସ୍ୟା ସମ୍ପର୍କରେ ଅବଗତ ଥିଲେ । ସେହିଦିନ ଠାରୁ 45 ବର୍ଷ ଧରି ବିଭିନ୍ନ ସମୟରେ ବିଭିନ୍ନ ମୁଖ୍ୟମନ୍ତ୍ରୀ ସାମ୍ୱାଦିକମାନଙ୍କୁ ପେନସନ ସମ୍ପର୍କରେ ପ୍ରତିଶ୍ରୁତି ଦେଇ ଆସୁଛନ୍ତି, କିନ୍ତୁ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ । ସ୍ମରଣ କରାଯାଇପାରେ ବିଜେପି ସରକାର 2024 ନିର୍ବାଚନ ପୂର୍ବରୁ ସାମ୍ୱାଦିକମାନଙ୍କ ପେନସନ ସୁରକ୍ଷା ଭଳି ମୌଳିକ ସମସ୍ୟା ସମାଧାନ କରିବେ ବୋଲି ବାରମ୍ୱାର କରି ଆସୁଥିଲେ । ବର୍ତ୍ତମାନ ସରକାରରେ ରହିବା ପରେ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
କଂଗ୍ରେସ ସରକାର ସମୟରେ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ କାର୍ଯ୍ୟକାଳରେ ପ୍ରସ୍ତାବକୁ ନେଇ ସରକାର ସମ୍ମତି ଦେଇଥିଲା ବେଳେ 2004ରେ ନବୀନ ପଟ୍ଟନାୟକଙ୍କ ସରକାରରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଦେବାଶିଷ ନାୟକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ସେହି କମିଟି ବିଭିନ୍ନ ରାଜ୍ୟ ଗସ୍ତ କରି ସରକାରଙ୍କୁ ସାମ୍ବାଦିକ ପେନସନ ଯୋଜନା ଲାଗୁ କରିବାକୁ ସୁପାରିଶ କରିଥିଲା। କିନ୍ତୁ ତାହା ସରକାରୀ ନାଲିଫିତା ତଳେ ଅଟକିଗଲା । ପରବର୍ତୀ ସମୟରେ ତତ୍କାଳୀନ ବିଜେଡି ସରକାରକୁ ବା ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ସାମ୍ବାଦିକମାନେ ବାରମ୍ବାର ଏନେଇ ଦାବିପତ୍ର ଦେଇଥିଲେ। 2013 ମସିହାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଦ୍ବାରା ପେନସନ ଯୋଜନା ପାଇଁ ବଡ଼ ଧରଣର ଆନ୍ଦୋଳନ ହୋଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ସାମ୍ବାଦିକ ପ୍ରତିନିଧୂମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ଆଲୋଚନା କରାଯାଇଥିଲା ଏବଂ କମିଟି ଗଠନ ହୋଇଥିଲା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ତୁରନ୍ତ ସାମ୍ବାଦିକମାନଙ୍କର ବିଭିନ୍ନ ଦାବି ସଂପର୍କରେନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତାହା ମଧ୍ୟ ନାଲିଫିତା ତଳେ ରହିଗଲା। 2014ରେ ନିର୍ବାଚନ ସମୟରେ ଓଡ଼ିଶଶ ସରକାର ଯଥାଶୀଘ୍ର ସାମ୍ବାଦିକ ପେନସନ ଯୋଜନା ଲାଗୁ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। 2019 ନିର୍ବାଚନ ସମୟରେ ମଧ୍ୟ ସେହି ପ୍ରତିଶ୍ରୁତି ଦିଆଯାଇଥିଲା। 2024ରେ ବିରୋଧଦଳରେ ଥିବା ବିଜେପି ସାମ୍ବାଦିକ ପେନସନ ଲାଗି ପ୍ରତିଶ୍ରୁତି ଦେଇଥିଲା। ନିର୍ବାଚନରେ ପଟ୍ଟ ପରିବର୍ତ୍ତନ ହୋଇ ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କଲା ପରେ ପ୍ରତିଶ୍ରୁତି ଅନୁଯାୟୀ ସାମ୍ବାଦିକ ପେନସନ ଯୋଜନା ଲାଗୁ ହେବ ବୋଲି ଆଶା ଥଲା ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବାରମ୍ବାର ଏନେଇ ବିଭିନ୍ନ ସାମ୍ବାଦିକ ସଂଗଠନ ତଥା ବରିଷ୍ଠ କାର୍ଯ୍ୟରତ ସାମ୍ବାଦିକମାନେ ଅବଗତ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ସରକାରଙ୍କ ବର୍ଷ ପୂର୍ତ୍ତି ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଖବରକାଗଜର ସଂପାଦକ ଓ ବରିଷ୍ଠ ସାମ୍ବାଦିକଙ୍କୁ ଡାକି ପ୍ରାୟ ଦୁଇ ଘଣ୍ଟା କାଳ ଆଲୋଚନା କାଳରେ ଏହି ପ୍ରସଙ୍ଗ ଉଠିଥିଲା ଏବଂ ଏହା ଉପରେ ତୁରନ୍ତ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏବେ ସମସ୍ତଙ୍କର ଅପେକ୍ଷା କେବେ ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେଉଛନ୍ତି। ପ୍ରକାଶ ଥାଉକି, 2013 ଆନ୍ଦୋଳନ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କର ମୁଖ୍ୟ ଦୁଇଟି ଦାବି ମଧ୍ୟରୁ ଗୋଟିଏ ପୂରଣ କରିଥିଲେ । ତାହା ଥିଲା ସାମ୍ବାଦିକମାନଙ୍କୁ ସ୍ବାସ୍ଥ୍ୟ ବୀମା ଭୁକ୍ତ କରାଇବା । ସେଥିଲାଗି ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା ଆରମ୍ଭ କରାଯାଇଥିଲା । ତାହା ଏବେ ବଳବତ୍ତର ରହିଛି। ତେବେ ପେନସନ ଦାବିଟିକୁ ପରବର୍ତୀ ସମୟରେ ପୂରଣ କରାଯିବ ବୋଲି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ। ତାହା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ।

ରବି ରଥ
ବରିଷ୍ଠ ସାମ୍ୱାଦିକ

48
ବିଜ୍ଞାପନ

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ପ୍ରିୟ ଖବରର ଦ୍ୱାଦଶ ତମ ସ୍ୱନକ୍ଷତ..

ଜିଲ୍ଲା

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂ..

ସହର

ଜେକେ ପେପର୍ ମିଲ୍ସ, ଜେକେପୁରରେ ୩୭..

ଗ୍ରାମୀଣ

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍..

ଜାତୀୟ

ସଂକ୍ଷେପରେ 22 ତାରିଖର 21 ଗୋଟି ମୁଖ୍..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) | "ଜିଟିଭି ଭାରତ ଡଟ୍ କମ୍" ତଥା "ଜିଟିଭି ଭାରତ ଓଡିଆ" ପୋର୍ଟାଲ କିମ୍ବା ଚାନେଲ ସମ୍ପର୍କରେ କେବଳ ରାୟଗଡ ଜୁଡିସିଆଲରେ ହିଁ ଆଇନଗତ ଆଶ୍ରୟ ନେଇପାରିବେ:ସମ୍ପାଦକ   (03-Aug-2021 03:48:00 PM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter