26-Sep-2025
ନୂଆଦିଲ୍ଲୀ: ଏସିଆ କପ୍ ସୁପର-4 ଲଢେଇରେ ପାକିସ୍ତାନର ଆଉ ଏକ ବିଜୟ।ବାଂଲାଦେଶ ବିପକ୍ଷରେ ୧୧ ରନ୍ ରେ ଜିତିଲା ପାକିସ୍ତାନ । ଫାଇନାଲ ଲଢେଇ ପାଇଁ ହେଲା ପଥ ପରିସ୍କାର । ପୂର୍ବ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇଥିଲା ପାକିସ୍ତାନ । ମାତ୍ର ମ୍ୟାଚର ଆରମ୍ଭରୁ ପାକିସ୍ତାନକୁ କବଜା କରିଥିଲେ ବାଂଲାଦେଶ ବୋଲର ।୨୦ ଓଭରରେ ୮ ୱିକେଟ୍ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା ପାକିସ୍ତାନ ।ଜବାବରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା ବାଂଲାଦେଶର।ଦଳକୁ ପ୍ରଥମ ବ୍ରେକ୍ ଥ୍ରୁ ଦେଇଥିଲେ ସାଇନସା ଆଫ୍ରିଦ । ତଥାପି ଶେଷ ପର୍ଯ୍ୟନ୍ତ ଲଢେଇ କରି ହାଇଯାଇଥିଲା ବାଂଲାଦେଶ।ଆସନ୍ତା ରବିବାର ଫାଇନାଲରେ ଭାରତ ସହ ଲଢିବ ପାକିସ୍ତାନ।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।