08-Jun-2026
ରାୟଗଡ(ବ୍ଯୁରୋ)ତା ୦୭.୦୬.୨୦୨୬ ରିଖ ରବିବାର ଦିନ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଗୁମ୍ମାଠାରେ ଦ୍ଵିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମାନ୍ୟାଲା ରଜନିକାନ୍ତ ସଭାପତିତ୍ଵ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ,ରାୟଗଡ ଶ୍ରୀଯୁକ୍ତ ଆପାଲାସ୍ଵାମୀ କାଡ୍ରାକାଙ୍କ ପ୍ରତିନିଧି ଶ୍ରୀ ହରିଶ ପଟ୍ଟନାୟକ,ସମ୍ମାନୀତ ଅତିଥିରୁପେ ଜିଲ୍ଲା ପରିଷଦ ସଭ୍ୟ ’କ ‘ ଜୋନ ଶ୍ରୀଯୁକ୍ତ ପ୍ରଶାନ୍ତ କୁଲେସିକା, ଗୁମ୍ମା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ପ୍ରାସ୍କା,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ତପନ କୁମାର ମୋଗଲ ,ଉପସଭାପତି ଶ୍ରୀମତୀ ସରସ୍ବତୀ ପାତ୍ର,ରାୟଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ବେହେରା ଓ ସି. ଆର.ସି.ସି ଶ୍ରୀ ରୋହିତ କୁମାର ଭୋଇ ଯୋଗ ଦେଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣର ରୂପରେଖ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଦ୍ଵିତୀୟ ପର୍ଯ୍ୟାୟରେ ୨୦୪ ଟି ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଭର୍ଚୁଆଲ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ । ସାଙ୍ଗର ସ୍କୁଲ ଏଣୁ ଏହି ପାଠ ବସାଇବାକୁ ଅନୁରୋଧ