28-Sep-2025
ନୂଆଦିଲ୍ଲୀ : ବିଶ୍ବ ପାରା ଆଥଲେଟ ଚାମ୍ପିଅନସିପରେ ଭାରତ ପାଇଁ ସୁନାମ ଆଣିଲେ ଶୀତଲ ଦେବୀ । ହାତ ନୁହେଁ ଗୋଡ଼ ଓ ପାଟିରେ ତୀରନ୍ଦାଜି କରି ତୁର୍କି ଖେଳାଳୀଙ୍କୁ ହରାଇ ଆଣିଲେ ସ୍ବଣ୍ଣର୍ପଦକ।ବିଶ୍ବ ବିଜେତା ସାଜିଲା ଭାରତ।ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ 2025 ପ୍ରଥମ ଥର ପାଇଁ ଭାରତରେ ଆୟୋଜନ କରାଯାଇଛି। ଏହା ସେପ୍ଟେମ୍ବର 27 ତାରିଖରୁ ଆସନ୍ତା ମାସ 5 ତାରିଖ ଯାଏଁ ଚାଲିବ ।ଏହି ଇଭେଣ୍ଟର ପ୍ରଥମ ଦିନରେ ଭାରତୀୟ ଖେଳାଳି 3ଟି ପଦକ ଜିତିଛନ୍ତି ।ଭାରତର ଶୀତଲ ଦେବୀ ତୀରନ୍ଦାଜି ପ୍ରତିଯୋଗିତାରେ ବିଶ୍ୱ ଚାମ୍ପିଅନ ହୋଇଛନ୍ତି। 18 ବର୍ଷୀୟା ଶୀତଲ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ସହ ବିଶ୍ବ ସ୍ତରରେ ଭାରତ ପାଇଁ ଗୌରବ ଆଣିଛନ୍ତି ।ସୂଚନାଯୋଗ୍ୟ ଯେ, ଏହା ତାଙ୍କର ତୃତୀୟ ପଦକ ଅଟେ। ସେ ପୂର୍ବରୁ ଟୋମାନ କୁମାରଙ୍କ ସହ ମିଶି କମ୍ପାଉଣ୍ଡ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହି ଭାରତୀୟ ଯୋଡ଼ି ଗ୍ରେଟ୍ ବ୍ରିଟେନର ଜୋଡି ଗ୍ରୀନହାମ ଏବଂ ନାଥନ ମ୍ୟାକକୁଇନଙ୍କୁ 152-149ରେ ପରାସ୍ତ କରିଥିଲେ।ଆଉ ଏକ ପ୍ରଭାବଶାଳୀ ପ୍ରଦର୍ଶନରେ, ଶୀତଲ ଏବଂ ସରିତା ଫାଇନାଲରେ ତୁର୍କୀଠାରୁ ପରାସ୍ତ ହେବା ପରେ ମିଶ୍ରିତ ମହିଳା ଓପନ୍ ଦଳ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ।ଶେଷରେ ଶୀତଲ ଦେବୀ, ବିଶ୍ବରେ ନମ୍ବର-1ରେ ଥିବା, ତୁର୍କୀର ଓଜନୁର କ୍ୟୁର ଗିର୍ଡିଙ୍କୁ 146-143 ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।