• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଖେଳ

29-Sep-2025

ରାଜ୍ୟ ସରକାରଙ୍କ ନୂଆ ସହର ପରିକଳ୍ପନା;ପାର୍କ ସହ ବୃକ୍ଷରୋପଣକୁ ଗୁରୁତ୍ବ,୨୫ ପ୍ରତିଶତ ଘର ଗରିବଙ୍କ ପାଇଁ ରହିବ ସଂରକ୍ଷିତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରକୁ ଲାଗି ଆଉ ଏକ ନୂ୍ଆ ସହର ଗଢ଼ିବେ ରାଜ୍ୟ ସରକାର। ଗୁଜରାଟର ଢୋଲେରା ସହର ଭଳି ଏହାକୁ ଅତ୍ୟାଧୁନିକ ରୂପ ଦିଆଯିବ। ଯାହା ରାଜଧାନୀଠାରୁ ବି ଆହୁରି ଚାକଚକ୍ୟ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ହେବ। କେବଳ ରହଣୀ ଉପଯୋଗ୍ୟ ନୁହେଁ, ବ୍ୟବସାୟର ବି ପ୍ରାଣକେନ୍ଦ୍ର କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।ବିଶେଷ କରି ଆଇଟି କ୍ଷେତ୍ରର ବିକାଶକୁ ଏଠାରେ ପ୍ରାଧାନ୍ୟ ଦିଆଯାଇଛି। କିନ୍ତୁ ଦିଲ୍ଲୀ, ବମ୍ବେ ଭଳି ବଡ଼ ବଡ଼ ସହରରେ ପରିବେଶଗତ ସମସ୍ୟାକୁ ନଜରରେ ରଖି ସବୁଜିମାକୁ ଏହି ପ୍ରକଳ୍ପରେ ବେଶ ଗୁରୁତ୍ବ ଦିଆଯାଇଛି। ପ୍ରକଳ୍ପ ପାଇଁ ଚିହ୍ନିତ ଅଞ୍ଚଳରେ ଥିବା ଜଙ୍ଗଲ ଜମିକୁ ସଂପୂର୍ଣ୍ଣ ସୁରକ୍ଷିତ ରଖାଯିବ। ପାର୍କ, ଗଛ ତଳେ ଛାୟାପ୍ରଦ ସ୍ଥାନ ଭଳି ଅନେକ ସୁବିଧା ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ନୂ୍ଆ ସହର(ନ୍ୟୁ ସିଟି) ପ୍ରକଳ୍ପ ପାଇଁ ଚିହ୍ନିତ ସ୍ଥାନରେ ୪୫ ପ୍ରତିଶତ କେବଳ ସବୁଜିମା ସହ ଖାଲି ଜାଗା ରଖିବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁସାରେ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଉଛି। ଗୋଠପାଟଣା, ମଳିପଡ଼ା ଓ ଦାଶପୁରରେ ୭୮୯ ଏକର ଜାଗାରେ ପ୍ରସ୍ତାବିତ ନୂଆ ସହର ଗଢ଼ିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର।ଏ ବାବଦରେ ମୋଟ ୮ହଜାର ୧୭୯ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରସ୍ତାବିତ ନୂଆ ସହରର ପରିକଳ୍ପନା ୧ଲକ୍ଷ ଜନସଂଖ୍ୟାକୁ ନେଇ କରାଯାଇଛି। ଯେଉଁଠି ହେକ୍ଟର ପିଛା ୨୦୦ ଲୋକ ରହିବାର ବ୍ୟବସ୍ଥା ହେବ। ୧୬ହଜାର ଘର ନିର୍ମାଣ ହେବ, ଯେଉଁଥିରୁ ୨୫ ପ୍ରତିଶତ ଗରିବ ଲୋକଙ୍କ ପାଇଁ ସଂରକ୍ଷିତ ରହିବ। ସୁଲଭ ଗୃହ ପ୍ରକଳ୍ପ ଯୋଜନାରେ ଏହି ଘର ଯୋଗାଇ ଦିଆଯିବ। ୧୦୪ଲକ୍ଷ ବର୍ଗଫୁଟରୁ ଅଧିକ ଜାଗାରେ ଘରୋଇ ଆବାସ, ୬୫ଲକ୍ଷରୁ ଅଧିକ ବର୍ଗଫୁଟ ଜାଗାରେ ବାଣିଜ୍ୟିକ ଆବାସ, ୨୪ଲକ୍ଷରୁ ଅଧିକ ବର୍ଗଫୁଟ ଜାଗାରେ ଆଇଟି ଓ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ରହିବ। ୧ଲକ୍ଷ ନିଯୁକ୍ତି ସୁଯୋଗର ବି ଲକ୍ଷ୍ୟ ରଖାଯାଇଛି।ବସଷ୍ଟାଣ୍ଡ୍, ବିମାନବନ୍ଦର, ପ୍ରମୁଖ ରାସ୍ତା ତଥା ଗମନାଗମନ ସୁବିଧାକୁ ଦୃଷ୍ଟିରେ ରଖି ପ୍ରକଳ୍ପ ବିକଶିତ କରାଯାଉଛି।ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟ ସରକାରଙ୍କ ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ ଲକ୍ଷ୍ୟର ଏହା ଅଂଶବିଶେଷ। ଯେହେତୁ ଆଗାମୀ ୨୫ରୁ ୩୦ ବର୍ଷ ଆଗକୁ ଭାବି ଏହି ନୂଆ ସହରର ପରିକଳ୍ପନା କରାଯାଇଛି, ସେ ଦୃଷ୍ଟିରୁ ସବୁଜିମାକୁ ଏଥିରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଏହି ଯୋଜନାରେ ପ୍ରତି ଗଳିକୁ ଚଉଡ଼ା ରାସ୍ତା ସହ ପାଣି, ବିଜୁଳି ସୁବିଧା ରହିବ। ଏଥିସହ ପ୍ରତି ଗଳିମୁଣ୍ଡରେ ପାର୍କ ବ୍ୟବସ୍ଥା ହେବ। ରାସ୍ତାର ଦୁଇପାର୍ଶ୍ବରେ ଗଛ ଲଗାଯିବ। ପଥଚାରୀଙ୍କ ପାଇଁ ବିଶ୍ରାମ ଓ ଅନ୍ୟାନ୍ୟ ଅବସର ବିନୋଦନର ବ୍ୟବସ୍ଥା କରାଯିବ। ଯେହେତୁ ଆମେ ସବୁଜିମାକୁ ଗୁରୁତ୍ବ ଦେଇଛୁ, ସେ ଦୃଷ୍ଟିରୁ ଜଙ୍ଗଲ ଜମିକୁ ବି ପ୍ରକଳ୍ପରୁ ବାଦ୍ ଦିଆଯାଇଛି। ପ୍ରଥମ କଥା ହେଉଛି, ଜଙ୍ଗଲ ଜମି ଅଡ଼ୁଆ ବହୁ ଜଟିଳ ଓ ଅନ୍ୟଟି ପ୍ରକଳ୍ପ ଦ୍ବାରା ଜଙ୍ଗଲକୁ ନଷ୍ଟ ନ କରିବାକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି। ସୂଚନାଯୋଗ୍ୟ, ପିପିପି ମୋଡ଼ରେ ଏହି କାମ ହେବ। ବିଡିଏ ପ୍ରକଳ୍ପର ନୋଡାଲ ଏଜେନ୍ସି ରହିବ। ଏଥିପାଇଁ ସିଙ୍ଗାପୁର ଏକ କମ୍ପାନି ସହ ରାଜ୍ୟ ସରକାରଙ୍କ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି।
     ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।

42
ବିଜ୍ଞାପନ

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ପ୍ରିୟ ଖବରର ଦ୍ୱାଦଶ ତମ ସ୍ୱନକ୍ଷତ..

ଜିଲ୍ଲା

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂ..

ସହର

ଜେକେ ପେପର୍ ମିଲ୍ସ, ଜେକେପୁରରେ ୩୭..

ଗ୍ରାମୀଣ

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍..

ଜାତୀୟ

ସଂକ୍ଷେପରେ 22 ତାରିଖର 21 ଗୋଟି ମୁଖ୍..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) | "ଜିଟିଭି ଭାରତ ଡଟ୍ କମ୍" ତଥା "ଜିଟିଭି ଭାରତ ଓଡିଆ" ପୋର୍ଟାଲ କିମ୍ବା ଚାନେଲ ସମ୍ପର୍କରେ କେବଳ ରାୟଗଡ ଜୁଡିସିଆଲରେ ହିଁ ଆଇନଗତ ଆଶ୍ରୟ ନେଇପାରିବେ:ସମ୍ପାଦକ   (03-Aug-2021 03:48:00 PM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter