30-Sep-2025
ଅହମଦାବାଦ : ଏସିଆ କପ୍ ୨୦୨୫ ଫାଇନାଲରେ ପାକିସ୍ତାନକୁ ୫ ୱିକେଟ ହରାଇ ୯ମ ଥର ଟାଇଟଲ ଜିତିଛି ଟିମ୍ ଇଣ୍ଡିଆ । ଟି୨୦ ଫର୍ମାଟରେ ଖେଳାଯାଇଥିବା ଏସିଆ କପକୁ ଭାରତ ଜିତିବା ପରେ ଭାରତୀୟ ଟିମ୍ ଭାରତ ଫେରିଛନ୍ତି । ଟିମ୍ ଖେଳାଳି ଅହମଦାବାଦ ପହଞ୍ଚିଛି । ଟିମ୍ ଇଣ୍ଡିଆର ଅନେକ ଖେଳାଳି କିଛି ଦିନ ବି୍ରମ କରିବା ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଗାମୀ ସିରିଜ ଖେଳିବ।ଏସିଆ କପ୍ ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟରେ ତିଲକ ବର୍ମା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସୋମବାର ସେ ହାଇଦ୍ରାବାଦ ଫେରିବା ପରେ ପ୍ରଶଂସକମାନେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରିଥିଲେ। ସେହିଭଳି ମୁମ୍ବାଇ ବିମାନବନ୍ଦରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ସ୍ୱାଗତ କରାଯାଇଥିଲା । ଆଘାତ ଯୋଗୁଁ ଏହି ଷ୍ଟାର ଅଲରାଉଣ୍ଡର ଟାଇଟଲ୍ ମ୍ୟାଚ୍ ଖେଳିପାରିନଥିଲେ । ଟିମ୍ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ରାତି ପ୍ରାୟ ୧୦ଟା ସମୟରେ ମୁମ୍ବାଇରେ ପହଞ୍ଚିଥିଲେ । ପ୍ରଶଂସକମାନେ ତାଙ୍କୁ ଢୋଲ ଏବଂ ତୂରୀ ବଜାଇ ସ୍ୱାଗତ କରିଥିଲେ।ଏସିଆ କପରେ ସାମିଲ ହୋଇଥିବା ଶୁବମନ ଗିଲ, ଜସପ୍ରୀତ ବୁମରା, ଅକ୍ଷର ପଟେଲ ସହିତ କୁଲଦୀପ ଯାଦବ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବେ । ଏଥିପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି । ରିଷଭ ପନ୍ତ ଆହତ ହୋଇଥିବାରୁ ରବିନ୍ଦ୍ର ଜାଡେଜାଙ୍କୁ ଉପ ଅଧିନାୟକ ଦାୟିତ୍ବ ମିଳିଛି ।
ଭାରତୀୟ ଟେଷ୍ଟ ଟିମ୍ : ଶୁବମନ ଗିଲ୍(ଅଧିନାୟକ), ଯଶସ୍ବୀ ଜୟସୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକିଲ୍ଲ, ଧ୍ରୁବ ଜୁରେଲ (ୱିକେଟ କିପର), ରବିନ୍ଦ୍ର ଜାଡେଜା ( ଉପଅଧିନାୟକ), ୱାଂଶିଟନ ସୁନ୍ଦର, ଜସପ୍ରୀତ ବୁମରା, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ଏନ ଜଗଦୀଶନ(ୱିକେଟକପିର), ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ ।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।