01-Oct-2025
ଅହମଦାବାଦ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତାକାଲିରୁ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ ଖେଳାଯିବ । ଟେଷ୍ଟ ଅଧିନାୟକ ଭାବେ ଅଧିନାୟକ ଶୁବମନ ଗିଲଙ୍କ ଏହା ପ୍ରଥମ ଘରୋଇ ଟେଷ୍ଟ ସିରିଜ । ଏହାପୂର୍ବରୁ ଟେଷ୍ଟ ଅଧିନାୟକ ଭାବେ ଶୁବମନ ଗିଲ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ୨-୨ରେ ଡ୍ର ରଖିଥିଲେ । ଏହି ସିରିଜ ପାଇଁ ରବିନ୍ଦ୍ର ଜାଡେଜାଙ୍କୁ ଉପ ଅଧିନାୟକ ଦାୟିତ୍ବ ମିଳିଛି ।ଟିମକୁ ଫେରିଛନ୍ତି ଦେବଦତ୍ତ ପାଡ୍ଡିକିଲ । ସେହିପରି ଇଂଲଣ୍ଡ ଗସ୍ତ ବେଳେ କରୁଣ ନାୟରଙ୍କୁ ସ୍ଥାନ ମିଳିଥିଲା, କିନ୍ତୁ ଏଥର ତାଙ୍କୁ ବାଦ୍ ଦିଆଯାଇଛି । ଟିମକୁ କେଏଲ ରାହୁଲ, ମହମ୍ମଦ ସିରାଜ ଏବଂ ଅନ୍ୟ ଖେଳାଳି ଫେରିଛନ୍ତି।ଆସନ୍ତାକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସକାଳ ୯ଟା ସମୟରେ ଟସ୍ ପଡିବ । ୯.୩୦ରେ ବ୍ୟାଟିଂ ହେବ । ଭାରତ ବନାମ ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ମ୍ୟାଚ ନାଲି ମାଟିରେ ଖେଳାଯିବ ।ରିଷଭ ପନ୍ତଙ୍କ ଆହତଜନିତ ସମସ୍ୟା ଯୋଗୁଁ ଟିମରେ ସ୍ଥାନ ମିଳିନି । ପନ୍ତ ତାଙ୍କ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ଏହି ଟେଷ୍ଟ ସିରିଜ୍ ପାଇଁ ଚୟନ ଦୌଡ଼ରୁ ବାଦ ଦିଆଯାଇଛି ।ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ ଅକ୍ଟୋବରରୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ । ସେହିପରି ଦ୍ବିତୀୟ ଟେଷ୍ଟ ମ୍ୟାଚ ୧୦ ଅକ୍ଟୋବରରେ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଟେଷ୍ଟ ଟିମ୍ : ଶୁବମନ ଗିଲ୍(ଅଧିନାୟକ), ଯଶସ୍ବୀ ଜୟସୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକିଲ୍ଲ, ଧ୍ରୁବ ଜୁରେଲ (ୱିକେଟ କିପର), ରବିନ୍ଦ୍ର ଜାଡେଜା ( ଉପଅଧିନାୟକ), ୱାଂଶିଟନ ସୁନ୍ଦର, ଜସପ୍ରୀତ ବୁମରା, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ଏନ ଜଗଦୀଶନ(ୱିକେଟକପିର), ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ ।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।