• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଅନ୍ତର୍ଜାତୀୟ

02-Oct-2025

ୟୁକେରେ ଉତ୍ତେଜନା, ସନ୍ଦିଗ୍ଧଙ୍କ ଆକ୍ରମଣରେ ୨ ମୃତ

ଲଣ୍ଡନ : ବ୍ରିଟେନର କ୍ରମସଲରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଆକ୍ରମଣରେ ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲାବେଳେ ୪ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ଜଣେ ଅଜଣା ବ୍ୟକ୍ତିଙ୍କ ଦ୍ବାରା ଘଟିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।ସୂଚନାନୁଯାୟୀ, ଏହି ଆକ୍ରମଣ ମାଞ୍ଚେଷ୍ଟର ସହରର ଉତ୍ତରରେ ଥିବା ଏକ ସିନାଗଗ ନିକଟରେ ଥିବା କ୍ରମସଲରେ ଘଟିଥିଲା।ଜଣେ ଅଜଣା ବ୍ୟକ୍ତି ସାର୍ବଜନୀନ ସ୍ଥାନରେ କାରରେ ଆସି ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ କରିଥିଲେ । ପୋଲିସ ସକାଳ ୯ ଟା ୩୧ ମିନିଟ୍ ସମୟରେ କ୍ରମସଲର ମିଡଲଟନ ରୋଡରେ ଥିବା ହିଟନ ପାର୍କ ହିବ୍ରୁ ମଣ୍ଡଳୀ ସିନାଗଗର ଜଣେ ସଦସ୍ୟଙ୍କଠାରୁ ଏକ ଫୋନ୍ ପାଇଥିଲା । କିଛି ସମୟ ପରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ପୋଲିସ ଅଧିକାରୀ ଗୁଳି ଚଲାଇଥିଲେ ।ଅନ୍ୟପଟେ ଏହି ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଯାଇଥିଲା । ବର୍ତ୍ତମାନ ଚିକିତ୍ସା ଚାଲୁ ରହିଛି । ଗାଡ଼ି ଏବଂ ଛୁରୀ ମାଡ଼ରେ ୪ଜଣ ଆହତ ହୋଇଛନ୍ତି । ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳକୁ ନ ଯିବାକୁ ଅନୁରୋଧ କରାଯାଇଛି । ଏଥି ସହ ପୋଲିସ ତଦନ୍ତ ଆରମ୍ଭ କରିଛି ।

      ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।

93