ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।
" />03-Oct-2025
ଭୁବନେଶ୍ୱର: ଓଡିଶାରେ ଘୂର୍ଣ୍ଣିବାତ୍ୟାର କୌଣସି ଆଶଙ୍କା ନାହିଁ ବୋଲି ଆଇଏମଡି ଡିଜି ମୃତଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ମିଳିତ ଟାଇଫୁନ ସତର୍କତା କେନ୍ଦ୍ର (JWTC) ପୂର୍ବାନୁମାନ କରିଛି ଯେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବାତ୍ୟା ହେବାର ସମ୍ଭାବନା ଅଛି । ତଥାପି, ଆଇଏମଡି କହିଛି ଯେ ଏହି ଲଘୁଚାପ ଗଭୀର ଡିପ୍ରେସନରେ ପରିଣତ ହେବ।ଘୂର୍ଣ୍ଣିବାତ୍ୟାର କୌଣସି ସମ୍ଭାବନା ନାହିଁ ବୋଲି ଆଇଏମଡି ଡିଜି ସ୍ପଷ୍ଟ କରିଛନ୍ତି । ସେ ଆହୁରି କହିଛନ୍ତି, "ପବନର ବେଗ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ରହିବ।ସେ ଏହା ମଧ୍ୟ କହିଛନ୍ତି ଯେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ।କିନ୍ତୁ ଆଗାମୀ ସାତ ଦିନ ମଧ୍ୟରେ ମଧ୍ୟ ଘୂର୍ଣ୍ଣିବାତ୍ୟାର କୌଣସି ଆଶଙ୍କା ନାହିଁ ବୋଲି ଡିଜି ମୃତଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଛନ୍ତି।ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ ।ଗଭୀର ଅବପାତ ପ୍ରଭାବରେ ଭୀଷଣ ବର୍ଷା ପାଇଁ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ଓ ପୁରୀ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି।ସେହିପରି ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପ୍ରବଳ ବର୍ଷା ସମ୍ଭାବନା ଥିବା ୭ ଜିଲ୍ଲାକୁ ଦିଆଯାଇଛି ୟେଲୋ ଆଲର୍ଟ। ପୂରା ରାଜ୍ୟରେ ଭୀଷଣ ବର୍ଷିବ। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।ପ୍ରବଳ ବର୍ଷା ସମ୍ଭାବନା ଥିବା କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ବରଗଡ଼କୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।