• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଅନ୍ତର୍ଜାତୀୟ

04-Oct-2025

ପାକିସ୍ତାନ ଅଧିକୃତ କାଶ୍ମୀରେ ହିଂସା; ସେନା ବାହିନୀଙ୍କ ଗୁଳିମାଡରେ ୧୨ ମୃତ

ମୁଜାଫରାବାଦ: ପାକିସ୍ତାନର କାଶ୍ମୀରବାସୀ ରିଆତି ଦରରେ ଖାଦ୍ୟ, ବିଜୁଳି ଓ ଅନ୍ୟାନ୍ୟ ସେବା ଯୋଗାଇ ଦେବା ଦାବିରେ ବିକ୍ଷୋଭ ଚଳାଇଥିବାବେଳେ ସରକାର ସେମାନଙ୍କ ଉପରେ ବଳ ପ୍ରୟୋଗ କରିଛନ୍ତି। ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଛି।ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆରମ୍ଭ ହୋଇଥିବା ସରକାରୀ ବିରୋଧୀ ବିକ୍ଷୋଭ ହିଂସାର ରୂପ ନେଇଛି।ଲୋକେ ରାସ୍ତାଘାଟ ଅବରୋଧ କରିଥିବାବେଳେ ସେନା ଓ ପୁଲିସ ସେମାନଙ୍କୁ ରାସ୍ତାରୁ ହଟାଇବା ଲାଗି ଗୁଳିମାଡ କରିଛି। ସୁରକ୍ଷା ବାହିନୀଙ୍କ ଗୁଳିମାଡରେ ୧୨ଜଣ ପ୍ରାଣ ହରାଇଛନ୍ତି। ଏହା ସହିତ ଶତାଧିକ ଆହତ ହୋଇଛନ୍ତି।ଅନ୍ୟପଟେ ଲୋକଙ୍କ ପାଲଟା ଆକ୍ରମଣରେ ୩ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଥିବାବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ସେପ୍ଟେମ୍ବର ୨୯ ତାରିଖରେ ପିଓକେରେ ସରକାରୀ ବିରୋଧୀ ବିକ୍ଷୋଭ ଆରମ୍ଭ ହୋଇଥିଲା। ଅକ୍ଟୋବର ୨ରେ ଏହି ବିକ୍ଷୋଭ ହିଂସା ରୂପ ନେଇଥିଲା। ବିକ୍ଷୋଭକାରୀଙ୍କ ଉପରେ ସୁରକ୍ଷା ବାହିନୀ ବଳ ପ୍ରୟୋଗ କରିଥିଲା। ଜାମ୍ମୁ-କାଶ୍ମୀର ଜଏଣ୍ଟ ଆୱାମୀ ଆକ୍ସନ କମିଟି (ଜେକେଜେଏଏସି) ପକ୍ଷରୁ ଏହି ବିକ୍ଷୋଭ ଆରମ୍ଭ ହୋଇଥିଲା। ପିଓକେର ନିଲମ ଭ୍ୟାଲି ପବ୍ଲିକ ଆକ୍ସନ କମିଟି ଓ ଜଏଣ୍ଟ ଆକ୍ସନ ମାର୍କେଟ କମିଟି ସମର୍ଥନ କରି ସମସ୍ତ ପ୍ରକାର ଦୋକାନ ବଜାରକୁ ବନ୍ଦ କରିଥିଲା। ଚୌଧୁରୀ ଅନୱର ଉଲ୍ ହକ୍‌ଙ୍କ ନେତୃତ୍ବାଧୀନ ପିଓକେ ସରକାର ଲୋକଙ୍କ ଦାବିକୁ ପୂରଣ କରିବାରେ ବିଫଳ ହୋଇଥିବା ପବ୍ଲିକ ଆକ୍ସନ କମିଟି କହିଛି। ସେନା ଓ ପୁଲିସ ଗୁଳିରେ ୧୨ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବା ଖବରକୁ ଚୌଧୁରୀ ଅନୱର ଉଲ୍ ହକ୍ ଇସଲାମାବାଦରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ବୀକାର କରିଛନ୍ତି। ଚୌଧୁରୀ କହିଛନ୍ତି ଯେ ପିଓକେବାସୀଙ୍କ ୯୦ ପ୍ରତିଶତ ଦାବିକୁ ଗ୍ରହଣ କରାଯାଇଛି। ମାତ୍ର ଦୁଇଟି ଦାବି ଯଥା କାଶ୍ମୀରୀ ଶରଣାର୍ଥୀଙ୍କ ପାଇଁ ବିଧାନସଭାରେ ସଂରକ୍ଷଣ ଥିବା ଆସନକୁ ଉଚ୍ଛେଦ କରିବା ଓ ବିଧାନସଭାରେ ମନ୍ତ୍ରୀ ସଂଖ୍ୟା ହ୍ରାସ କରିବାକୁ ସରକାର ବିଚାର କରୁଛନ୍ତି।ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ତାରିକ ଫୈଜଲ ଚୌଧୁରୀ ପିଓକେରେ ଦେଖାଯାଇଥିବା ହିଂସାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି କାଶ୍ମୀର ଭଳି ସ୍ବର୍ଗୀୟ ସ୍ଥାନ ରଣକ୍ଷେତ୍ର ପାଲଟିବା ଠିକ୍ ନୁହେଁ। ସରକାର ସମସ୍ତ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ ଆଗ୍ରହୀ। ପିଓକେରେ ଚାଲିଥିବା ବିକ୍ଷୋଭକୁ ନେଇ ଇସଲାମାବାଦ ପୁଲିସ ସ୍ଥାନୀୟ ନ୍ୟାସନାଲ ପ୍ରେସ କ୍ଲବ (ଏନପିସି)ରେ ଚଢଉ କରି ସାମ୍ବାଦିକଙ୍କୁ ମାଡ ମାରିଛି। କେତେକ କ୍ୟାମେରା ମ୍ୟାନଙ୍କ କ୍ୟାମେରା ଓ ଅନ୍ୟାନ୍ୟ ଯନ୍ତ୍ରାଂଶକୁ ପୁଲିସ ଭଙ୍ଗାରୁଜା କରିଛି।ପିଓକେରେ ଚାଲିଥିବା ବିକ୍ଷୋଭକୁ ସମର୍ଥନ ଜଣାଇ ପିଓକେର ଓକିଲ ସଂଘ ଏନସିପିରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଚଳାଇଥିଲେ। ଏହା ଜାଣିବା ପରେ ପୁଲିସ ଏନପିସିରେ ଚଢଉ କରିଥିଲା। ଚଢଉକୁ ସାମ୍ବାଦିକମାନେ ବିରୋଧ କରିବାରୁ ପୁଲିସ ସେମାନଙ୍କୁ ମାଡ ମାରିଥିଲା। ଗୁରୁବାର ପୁଲିସ କରିଥିବା ଏପରି ବର୍ବର କାର୍ଯ୍ୟକୁ ସାମ୍ବାଦିକ ସଂଘ ନିନ୍ଦା କରିବା ସହିତ କଳା ଦିବସ ପାଳନ କରିଛି। ପାକିସ୍ତାନ ‌ଫେଡେରାଲ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (ପିଏଫ୍ୟୁଜେ) ପ୍ରେସ କ୍ଲବରେ କଳା ପତାକା ଉତ୍ତୋଳନ କରିଛି। ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଦେଶବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଛି।

     ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।

50
ବିଜ୍ଞାପନ

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ପ୍ରିୟ ଖବରର ଦ୍ୱାଦଶ ତମ ସ୍ୱନକ୍ଷତ..

ଜିଲ୍ଲା

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂ..

ସହର

ଜେକେ ପେପର୍ ମିଲ୍ସ, ଜେକେପୁରରେ ୩୭..

ଗ୍ରାମୀଣ

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍..

ଜାତୀୟ

ସଂକ୍ଷେପରେ 22 ତାରିଖର 21 ଗୋଟି ମୁଖ୍..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) | "ଜିଟିଭି ଭାରତ ଡଟ୍ କମ୍" ତଥା "ଜିଟିଭି ଭାରତ ଓଡିଆ" ପୋର୍ଟାଲ କିମ୍ବା ଚାନେଲ ସମ୍ପର୍କରେ କେବଳ ରାୟଗଡ ଜୁଡିସିଆଲରେ ହିଁ ଆଇନଗତ ଆଶ୍ରୟ ନେଇପାରିବେ:ସମ୍ପାଦକ   (03-Aug-2021 03:48:00 PM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter