04-Oct-2025
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ ପରେ ଟି-୨୦ ସିରିଜ୍ ଖେଳାଯିବ । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ଦିନିଆ ମ୍ୟାଚ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ସୂର୍ଯକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତର ଟି-୨୦ ଦଳ ଅଷ୍ଟ୍ରେଲିଆ ଯାତ୍ରା କରିବ ।ଶ୍ରେୟସ ଆୟର ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ରୁ ବାଦ୍ ଦିଆଯାଇଛି । ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ଶୁବମନ ଗିଲ (ଉପ-ଅଧିନାୟକ), ତିଲକ ବର୍ମା, ନୀତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ୍ କିପର), ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, ଅରସଦୀପ ସିଂ, କୁଲଦୀପ (ୱିକେଟ୍ କିପର), ରିଙ୍କୁ ସିଂ ଏବଂ ୱାଶିଂଟନ୍ ସୁନ୍ଦର।ଭାରତ ଏବଂ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବାପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବେ। ଅଷ୍ଟ୍ରେଲିଆ ପାଇଁ ଦିନିକିଆ ସିରିଜ୍ ଅକ୍ଟୋବର ୧୯ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ଅକ୍ଟୋବର ୨୯ ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଟି-୨୦ ସିରିଜ୍ ଖେଳାଯିବ।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।