19-Nov-2025
ରାୟଗଡ(ବ୍ଯୁରୋ), ସ୍ଥାନୀୟ ବିଜୁପଟ୍ଟନାୟକ ଅଡିଟରିୟମ କକ୍ଷଠାରେ 2025 ନଭେମ୍ବର 18 ତାରିଖ ଦିନ ପ୍ରଜାତନ୍ତ୍ରର ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଜୋସେଫ ଜନସନ ବାରା ଯିଏ କି ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣାଶୁଣା ସାମ୍ୱାଦିକ ତଥା ଓଡ଼ିଆ ସ୍ୱାଭିମାନ, ସଚ୍ଚୋଟ, ନିର୍ଭିକ, ସମାଜ ସେବୀ ସ୍ବର୍ଗତ ଯୋସେବ ଜନସର ବାରାଙ୍କ 25 ତମ ତିରୋଧାନ ସ୍ମୃତି ସମାରୋହ ସଭା ମହାଆଡମ୍ବର ରେ ଟ୍ରଷ୍ଟର ସଭାପତି ବାଦଲ କୁମାର ତାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ସ୍ମୃତିସଭା ପାଳନ ନିମନ୍ତେ ଅନୁବ୍ରତ ବାରାଙ୍କ ନେତୃତ୍ବରେ ପୌତୃକ ବାସଗୃହରୁ ବାଜାବାଜଣାର ସହ ଏକ ଶୋଭାଯାତ୍ରାରେ ଶହଶ୍ରାଦ୍ଧିକ ଲୋକ ଯୋଗଦେଇ ସଭାସ୍ତଳକୁ ଯାଇଥିଲେ | ଆୟୋଜିତ ସଭାରେ ଟ୍ରଷ୍ଟର ଅଧ୍ଯକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅନୁବ୍ରତ ବାରା ଅତିଥି ପରିଚୟ ପ୍ରଦାନ ପୂର୍ବକ ସଭାକାର୍ଯ୍ଯ ପରିଚାଳନା କରିଥିଲେ | ଏହି ଅବସରରେ ମୁଖ୍ଯ ଅତିଥି ଭାବେ ମଜହର ବେଗ୍, ସିଇଓ, ଆଦିତ୍ବ ଆଲୁମିନା, କଂଶାରୀଗୁଡା, ଯୋଗଦେଇଥିବା ବେଳେ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାସ ମୁଖ୍ଯବକ୍ତା ଭାବେ ଯୋଗଦେଇ ଯୋସେଫ୍ ଜନସନ ବାରାଙ୍କ ଜୀବନୀ ଉପରେ ବିସ୍ତୃତ ଭାବେ ଉପସ୍ଥାପନା କରିଥିଲେ | ଏହି ସଭାରେ ସମ୍ମାନିତ ଅତିଥି ରୂପେ ଚନ୍ଦ୍ରକାନ୍ତ ମାଝୀ, ପିଏ ଆଇଟିଡିଏ, ରାୟଗଡ, ବିଷ୍ଣୁ ପ୍ରସାଦ ପାତ୍ର ଅବସରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ରାୟଗଡ, ଜଳନ୍ଧର ପୁସିକା, ଅବସରପ୍ରାପ୍ତ, ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ ଓଡିଶା ସରକାର, ଜାତୀୟ ମାନବାଧିକାର ଫୋରମ୍ ପ୍ରତିଷ୍ଠାପିକା ଅଧ୍ଯକ୍ଷା ଡକ୍ଟର ସୁବାସିନୀ ବଳ, ଶ୍ରୀମତୀ ଶୁଭ୍ରାପଣ୍ଡା ଉପାଧ୍ଯକ୍ଷା ରାୟଗଡ ପୌରପରିଷଦ, ଜିଆଇଇଟିର ପ୍ରଫେସର ଓ ମଞ୍ଚାସୀନ ଅନ୍ଯାନ୍ଯ ଅତିଥିମାନେ ସ୍ବର୍ଗତ ବାରାଙ୍କ ଜୀବନୀ କାହାଣୀ ସମ୍ପର୍କରେ ଆଲୋକପାତ କରିଥିଲେ | ସ୍ବର୍ଗତ ବାରା କେବଳ ଜଣେ ସାମ୍ବାଦିକ ନଥିଲେ, ସେଥିଲେ ଜଣେ ସିପିଆଇଏମ୍ ର ସକ୍ରୀୟ ସଦସ୍ଯ ବୋଲି କୁହାଯାଉଛି, ଜନସମାଜର ସଚେତକ, ସଂଗ୍ରାମୀ କହିଲେ ଅତ୍ଯୁକ୍ତି ହେବ ନାହିଁ, କାରଣ ତାଙ୍କ ଚିନ୍ତାଧାରା ନିରୀହ, ଅଶିକ୍ଷିତ, ଆଦିବାସୀ ଓ ଦଲିତ ସମାଜର ନ୍ଯାୟ ପାଇଁ ସଂଗ୍ରାମ କରୁଥିଲେ | ସ୍ବଚ୍ଚଟ ଓ ନିଷ୍ଠାପର ସାମ୍ବାଦିକ ହୋଇଥିବାରୁ ପରିବାରଙ୍କ ପାଇଁ ସେଭଳି କିଛି କରିନଥିବା ମଞ୍ଚରେ ଅତିଥି ମାନେ ତାଙ୍କ ବକ୍ତବ୍ଯରେ ଉଲ୍ଲେଖ କରିଥିଲେ | କିନ୍ତୁ ତାଙ୍କ ଜ୍ଯେଷ୍ଟ ପୁତ୍ର ଅନୁବ୍ରତ ବାରା ବାପାଙ୍କ ସମସ୍ତ ଗୁଣ ଜାଣିଥିବାରୁ ଆଜି ତାଙ୍କ ସ୍ମୃତି ଚାରଣ କରିଛନ୍ତି | ଏଥି ପାଇଁ ସେ ପ୍ରଶଂସାର ପାତ୍ର ବୋଲି ଲୋକେ ସମ୍ବଦ୍ଧିତ କରୁଛନ୍ତି |
ଯୋସେବ ଜନସନ ବାରା ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜିର ଏହି ପବିତ୍ର ଦିବସ ଅବସରରେ ଓଡିଶାର ବିଭିନ୍ନ ଜିଲ୍ଲା ଓ ବିଭିନ୍ନ ବର୍ଗର ଲୋକଙ୍କୁ ମୁଖ୍ଯ ଅତିଥି ଓ ଅତିଙ୍କ ଦ୍ବାରା 74 ଜଣଙ୍କୁ ସମ୍ବର୍ଦ୍ଦିତ କରାଯାଇଛି | ସମ୍ବର୍ଦ୍ଧିରତ ମାନଙ୍କ ମଧ୍ଯରୁ ସାମ୍ବାଦିକ, ଗଣମାଧ୍ଯମର ସମ୍ପାଦକ, ବୁଦ୍ଦିଜୀବୀ, ସମାଜସେବୀ, କ୍ରୀଡାବିତ, ଛାତ୍ରଛାତ୍ରୀ, ରାଜନେତା, ଆଦିବାସୀ ସଂଗଠକ ଓ ବିଭିନ୍ନ କ୍ଷେତ୍ରର ଯୋଦ୍ଧାଙ୍କୁ ସଭାରେ ମାନପତ୍ର, ଉପଢୌକନ ଓ ସମ୍ମୃତି ସ୍ତମ୍ବ ଦେଇ ସମ୍ବର୍ଦ୍ଧନା କରାଯାଇଥିବା ଦେଖିବାକୁ ମିଳିଛି | ସ୍ବର୍ଗତ ବାରାଙ୍କ ସ୍ମୃତି ନିମନ୍ତେ ଅତିଥିମାନଙ୍କ ଦ୍ବାରା ଏକ ଡିଜିଟାଲ ମିଡିଆ ଯେବିଏମ୍ ଟିଭିର ଲୋକାର୍ପଣ କରାଯାଇଛି | ବିଶେଷ କରି ଏହି ସଭାରେ ରାୟଗଡ ଜିଲ୍ଲାର ବିଷମକଟକ ଓ କଲ୍ଯାଣସିଂହପୁର ଅଞ୍ଚଳର ସତାଦ୍ଧିକ ଆଦିବାସୀ ମହିଳା ଓ ପୁରୁଷ ଯୋଗଦେଇଥିଲେ | ସଭାରେ ଯୋଗଦେଇଥିବା ସମସ୍ତ ମହିଳାଙ୍କୁ ଅଙ୍ଗବସ୍ତ୍ର (ଶାଢୀ) ପ୍ରଦାନ କରିଥିଲେ | ଉଦ୍ ଘୋଷିକା ଭାବେ କୁମାରୀ ଶୁଭଶ୍ରୀ ସାହୁ ଯୋଗଦେଇଥିବା ବେଳେ ଦୀପକୁ କୁମାର ପୃଷ୍ଠି, ନଳିନୀ କୁମାର ପାଣି, ଯୋଗେଶ୍ବର ଦାସ, ଶେଖ୍ ନିଶାର, ସୁନିଲ କୁମାର ପାତ୍ର ଏବଂ ସତ୍ଯନାରାୟଣ ଦଳାଇ, ପ୍ରଣବ କିଶୋର ନାଏକ ପ୍ରମୁଖ ସହଯୋଗ କରିଥିଲେ |